ଅନିୟମିତତା ହୋଇ ନାହିଁ କହି, ରାଫେଲ୍‌ ବ୍ୟାପାରରେ ତଦନ୍ତ ଆବେଦନକୁ ଖାରଜ କଲେ ସୁପ୍ରିମ୍‌ କୋର୍ଟ

Advertisment
ଅନିୟମିତତା ହୋଇ ନାହିଁ କହି, ରାଫେଲ୍‌ ବ୍ୟାପାରରେ ତଦନ୍ତ ଆବେଦନକୁ ଖାରଜ କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଡାସଲ୍ଟ ଠାରୁ ୩୬ଟି ରାଫେଲ୍‌ ଲଢୁଆ ବିମାନ କ୍ରୟ କରିବା ନିମନ୍ତେ ସ୍ୱାକ୍ଷରିତ ଭାରତ-ଫରାସୀ ସରକାରୀ ରାଜିନାମାରେ କୌଣସି ଅନିୟମିତତା ହୋଇ ନାହିଁ ବୋଲି କହି ଶୁକ୍ରବାର ଦିନ ତଦନ୍ତ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମ୍‌ କୋର୍ଟ ।

ପ୍ରକ୍ରିୟା ଉପରେ ସନ୍ଦେହର କୌଣସି ଅବକାଶ ନାହିଁ ବୋଲି ଆମର ହୃଦ୍‌ବୋଧ ହୋଇଛି। ସବୁ କଥା ଯାଞ୍ଚ କରିବାକୁ ଜଣେ ଆଇନଜ୍ଞଭାବେ ବସିରହିବା ଅଦାଲତ ପକ୍ଷେ ଉଚିତ ନୁହେଁ ବୋଲି ସୁପ୍ରିମ୍‌ କୋର୍ଟ ମନ୍ତବ୍ୟ ଦେଇଛନ୍ତି।

publive-image

୧୨୬ ଲଢୁଆ ବିମାନ ସ୍ଥାନରେ ୨୪ଟି ବିମାନ କିଣାଯିବା ପ୍ରସଙ୍ଗକୁ ଯାଞ୍ଚ କରିବୁ ନାହିଁ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଏବଂ ବିଚାରପତି ଏସ୍‌କେ କୌଲ୍‌ ଏବଂ କେଏମ୍‌ ଜୋସେଫ୍‌ଙ୍କ ଖଣ୍ଡପୀଠ କହିଛନ୍ତି।

ନଭେମ୍ବର ୧୪ରେ ଏକ ଶୁଣାଣି ପରେ ଅଦାଲତ ନିଜର ରାୟ ସଂରକ୍ଷିତ ରଖି ସୂଚନା ଦେଇଥିଲେ କି, ରାଜିନାମାରେ ହୋଇଥିବା ମୂଲ୍ୟ ସଂକ୍ରାନ୍ତ ବିବାଦୀୟ ମାମଲାକୁ ଅଦାଲତ ହସ୍ତକ୍ଷେପ କରିବ ନାହିଁ।

ରାଫେଲ୍‌ ରାଜିନାମାକୁ ଚାଲେଞ୍ଜ୍‌ କରି ସାମାଜିକକର୍ମୀ ଓ ଓକିଲ ପ୍ରଶାନ୍ତ ଭୂଷଣ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଶୌରି ଏବଂ ଯଶୋବନ୍ତ ସିହ୍ନା, ଆମ୍‌ ଆଦ୍‌ମି ପାର୍ଟି ରାଜ୍ୟସଭା ସଦସ୍ୟ ସଂଜୟ ସିଂହ ଏବଂ ଆଡ୍‌ଭୋକେଟ୍‌ ଏମ୍‌ଏଲ୍‌ ଶର୍ମା ଏବଂ ବିନୀତ ଧନ୍ଦା ଏ ବର୍ଷ ପ୍ରାରମ୍ଭରେ ପିଟିସନ୍‌ ଦାଏର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe