ସୁପ୍ରିମ୍‌କୋର୍ଟରେ ଜରୁରୀ ଶୁଣାଣି ନିୟମ ବଦଳିଲା: ମୌଖିକ ଅନୁରୋଧ ଉପରେ ରୋକ୍‌

Advertisment

ପ୍ରଧାନବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା ମଙ୍ଗଳବାର କହିଛନ୍ତି ଯେ ମାମଲାର ଜରୁରୀ ତାଲିକାଭୁକ୍ତ ଓ ଶୁଣାଣି ପାଇଁ କୌଣସି ମୌଖିକ ଅନୁରୋଧକୁ ଅନୁମତି ଦିଆଯିବ ନାହିଁ। ଓକିଲମାନଙ୍କୁ ଏଥିପାଇଁ ଇମେଲ୍ କିମ୍ବା ଲିଖିତ ଚିଠି ପଠାଇବାକୁ ପଡ଼ିବ।

ପ୍ରଧାନବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା ମଙ୍ଗଳବାର କହିଛନ୍ତି ଯେ ମାମଲାର ଜରୁରୀ ତାଲିକାଭୁକ୍ତ ଓ ଶୁଣାଣି ପାଇଁ କୌଣସି ମୌଖିକ ଅନୁରୋଧକୁ ଅନୁମତି ଦିଆଯିବ ନାହିଁ। ଓକିଲମାନଙ୍କୁ ଏଥିପାଇଁ ଇମେଲ୍ କିମ୍ବା ଲିଖିତ ଚିଠି ପଠାଇବାକୁ ପଡ଼ିବ।

supreme court1

ନୂଆଦିଲ୍ଲୀ: ପ୍ରଧାନବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା ମଙ୍ଗଳବାର କହିଛନ୍ତି ଯେ ମାମଲାର ଜରୁରୀ ତାଲିକାଭୁକ୍ତ ଓ ଶୁଣାଣି ପାଇଁ କୌଣସି ମୌଖିକ ଅନୁରୋଧକୁ ଅନୁମତି ଦିଆଯିବ ନାହିଁ। ଓକିଲମାନଙ୍କୁ ଏଥିପାଇଁ ଇମେଲ୍ କିମ୍ବା ଲିଖିତ ଚିଠି ପଠାଇବାକୁ ପଡ଼ିବ। ସାଧାରଣତଃ ଆଇନଜୀବୀମାନେ ଦିନର ଶୁଣାଣି ଆରମ୍ଭରେ ପ୍ରଧାନବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠରେ ସେମାନଙ୍କ ମାମଲାଗୁଡ଼ିକୁ ଜରୁରିକାଳୀନ ଭିତ୍ତିରେ ଶୁଣାଣି ପାଇଁ ନିବେଦନ କରିଥାନ୍ତି। ପ୍ରଧାନବିଚାରପତି ନ୍ୟାୟିକ ସଂସ୍କାର ପାଇଁ ନାଗରିକ-କେନ୍ଦ୍ରିତ ଏଜେଣ୍ଡା ପ୍ରସ୍ତୁତ କରିଛନ୍ତି ଏବଂ କହିଛନ୍ତି ଯେ ନାଗରିକଙ୍କୁ ସେମାନଙ୍କ ସ୍ଥିତି ନିର୍ବିଶେଷରେ ସହଜରେ ନ୍ୟାୟ ଏବଂ ସମାନ ବ୍ୟବହାର ପାଇବା ସୁନିଶ୍ଚିତ କରିବା ନ୍ୟାୟପାଳିକାର ସାମ୍ବିଧାନିକ କର୍ତ୍ତବ୍ୟ।

ସୋମବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ୫୧ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଥିବା ଜଷ୍ଟିସ ଖାନ୍ନା ଗଣତନ୍ତ୍ରର ତୃତୀୟ ସ୍ତମ୍ଭ ନ୍ୟାୟପାଳିକାର ନେତୃତ୍ୱ ନେଇ ଏହାପ୍ରତି ଗଭୀର ସମ୍ମାନ ପ୍ରକାଶ କରିଛନ୍ତି। ନ୍ୟାୟପାଳିକା ଶାସନ ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ, ସ୍ବତନ୍ତ୍ର ଓ ସ୍ବାଧୀନ ଅଙ୍ଗ। ସାମ୍ବିଧାନିକ ଅଭିଭାବକ, ମୌଳିକ ଅଧିକାରର ରକ୍ଷକ ଓ ନ୍ୟାୟ ପ୍ରଦାନକାରୀ ଭାବେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ସମ୍ବିଧାନ ଆମ ଉପରେ ଭରସା କରିଛି ବୋଲି ପ୍ରଧାନ ବିଚାରପତି ସୋମବାର ତାଙ୍କ ପ୍ରଥମ ବିବୃତିରେ କହିଥିଲେ। ପ୍ରଧାନବିଚାରପତି ଜଷ୍ଟିସ୍ ଖାନ୍ନା ନ୍ୟାୟପାଳିକା ସମ୍ମୁଖୀନ ହେଉଥିବା ଗୁରୁତ୍ୱପୂର୍ଣ୍ଣ ଆହ୍ୱାନଗୁଡ଼ିକୁ ଚିହ୍ନଟ କରିଛନ୍ତି, ଯେଉଁଥିରେ ମାମଲା ରଦ୍ଦକୁ ହ୍ରାସ କରିବା, ମାମଲାକୁ ସୁଲଭ କରିବା ଓ ଜଟିଳ ଆଇନଗତ ପ୍ରକ୍ରିୟାକୁ ସରଳ କରିବାର ଆବଶ୍ୟକତା ରହିଛି। ଅଦାଲତକୁ ଅଧିକ ଉପଯୋଗୀ ଏବଂ ଉପଭୋକ୍ତା-ଅନୁକୂଳ କରିବା ପାଇଁ ସେ ନିଜର ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ। ବିବାଦକୁ ଦକ୍ଷତାର ସହ ସମାଧାନ କରିବା ଏବଂ ଠିକ୍ ସମୟରେ ନ୍ୟାୟ ପ୍ରଦାନ କରିବା ପାଇଁ ମଧ୍ୟସ୍ଥତାକୁ ପ୍ରୋତ୍ସାହିତ କରିବାର ଗୁରୁତ୍ୱ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe