ଏନ୍‌ସିପି ଅଜିତ ଗୋଷ୍ଠୀକୁ ସୁପ୍ରିମ୍‌କୋର୍ଟରେ ଝଟ୍‌କା: ‘ନିଜ ଗୋଡ଼ରେ ଛିଡ଼ା ହେବା ଶିଖନ୍ତୁ’

Advertisment

ଏନ୍‌ସିପି ପ୍ରତିଷ୍ଠାତା ଶରଦ ପାଵାରଙ୍କ ଫଟୋ କିମ୍ବା ଭିଡିଓ ବ୍ୟବହାର ନ କରିବାକୁ ବୁଧବାର ସୁପ୍ରିମ୍‌କୋର୍ଟ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି) ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଗୋଷ୍ଠୀକୁ ନିର୍ଦ୍ଦେଶ ଦେଇଛନ୍ତି।

ଏନ୍‌ସିପି ପ୍ରତିଷ୍ଠାତା ଶରଦ ପାଵାରଙ୍କ ଫଟୋ କିମ୍ବା ଭିଡିଓ ବ୍ୟବହାର ନ କରିବାକୁ ବୁଧବାର ସୁପ୍ରିମ୍‌କୋର୍ଟ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି) ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଗୋଷ୍ଠୀକୁ ନିର୍ଦ୍ଦେଶ ଦେଇଛନ୍ତି।

hkhfkhkhk

ନୂଆଦିଲ୍ଲୀ: ଏନ୍‌ସିପି ପ୍ରତିଷ୍ଠାତା ଶରଦ ପାଵାରଙ୍କ ଫଟୋ କିମ୍ବା ଭିଡିଓ ବ୍ୟବହାର ନ କରିବାକୁ ବୁଧବାର ସୁପ୍ରିମ୍‌କୋର୍ଟ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି) ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଗୋଷ୍ଠୀକୁ ନିର୍ଦ୍ଦେଶ ଦେଇଛନ୍ତି।  ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଉଜ୍ଜଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ  କହିଛନ୍ତି, ଆପଣମାନେ ନିଜ ଗୋଡ଼ରେ ଛିଡ଼ା ହେବା ଶିଖନ୍ତୁ ଏବଂ ଶରଦ ପାୱାରଙ୍କ ଫଟୋ କିମ୍ବା ଭିଡିଓ ବ୍ୟବହାର କରିବାରୁ ଦୂରେଇ ରୁହନ୍ତୁ। ସୂଚନାଯୋଗ୍ୟ ଚଳିତ ନିର୍ବାଚନରେ  ଏନସିପିର ପୁରୁଣା ଚିହ୍ନ ଘଡ଼ି ବ୍ୟବହାର କରିବା ନେଇ ଶରଦ ପାୱାରଙ୍କ ଆବେଦନର ଏକ ଶୁଣାଣି ସମୟରେ ଅଜିତ ପାୱାର ଗୋଷ୍ଠୀଙ୍କୁ ସୁପ୍ରିମ୍‌କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ବରିଷ୍ଠ ଆଇନଜୀବୀ ଅଭିଷେକ ସିଂଘଭି କହିଛନ୍ତି ଯେ ଅଜିତ ପାୱାର ଶିବିର ଦ୍ୱାରା ଶରଦ ପାୱାରଙ୍କ ଏକ ପୁରୁଣା ଭିଡିଓ ପ୍ରସାରିତ ହେଉଛି ଏବଂ ଏହା ସାଧାରଣରେ ବିଭ୍ରାନ୍ତି ସୃଷ୍ଟି କରୁଛି। ଶରଦ ପାୱାରଙ୍କ ଫଟୋ ଓ ଭିଡିଓ ବ୍ୟବହାର କରିବାରୁ ଅଜିତ ଗୋଷ୍ଠୀକୁ ବାରଣ କରିବା ପାଇଁ ସିଂଘଭିଙ୍କ ନିବେଦନ ଉପରେ କୋର୍ଟ କହିଥିଲେ ଯେ  ଶରଦ ପାୱାରଙ୍କ ସହ ଅଜିତ ପାୱାର ଗୋଷ୍ଠୀ ଆଦର୍ଶଗତ ପାର୍ଥକ୍ୟ ଅଛି ଏବଂ ସେମାନେ ତାଙ୍କ ବିରୁଦ୍ଧରେ ଲଢୁଛନ୍ତି । ତେଣୁ ସେମାନେ ନିଜ ଗୋଡ଼ରେ ଛିଡ଼ା ହେବା ଉଚିତ।

ଶରଦ ପାୱାରଙ୍କ ଫଟୋ ଓ ଭିଡିଓ ବ୍ୟବହାର କରିପାରିବ ନାହିଁ 

କୋର୍ଟ ଅଜିତ ପାୱାରଙ୍କ କାର୍ଯ୍ୟାଳୟକୁ ଶରଦ ପାୱାରଙ୍କ ଭିଡିଓ କିମ୍ବା କୌଣସି ଫଟୋ  ବ୍ୟବହାର ନ କରିବାକୁ ଦଳୀୟ ନେତା ଓ କର୍ମୀଙ୍କୁ ସର୍କୁଲାର ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।  ସୁପ୍ରିମ୍‌କୋର୍ଟଙ୍କ ଏହି ରାୟ ଶରଦ ପାୱାରଙ୍କ ଗୋଷ୍ଠୀକୁ ଉତ୍ସାହିତ କରିଥିବା ବେଳେ ଏହାଦ୍ବାରା ଚଳିତ ନିର୍ବାଚନରେ ଭୋଟର୍‌ଙ୍କ ନିକଟରେ ସ୍ପଷ୍ଟ ବାର୍ତ୍ତା ପହଞ୍ଚିପାରିବ ବୋଲି ଦଳୀୟ ନେତାମାନେ  କହିଛନ୍ତି। ସୂଚନାଯୋଗ୍ୟ, ଜୁଲାଇ ୨୦୨୩ରେ ଅଜିତ ପାୱାର ଶରଦ ପାୱାରଙ୍କ ନେତୃତ୍ବାଧୀନ ଦଳରୁ ଅଲଗା ହୋଇ ଦୁଇ ଡଜନରୁ ଅଧିକ ବିଧାୟକଙ୍କ ସହ ବିଜେପି ଓ  ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ଗୋଷ୍ଠୀ ସହିତ ହାତ ମିଳାଇଥିଲେ।   ସେବେଠାରୁ  ହିଁ ଦୁଇ ପାୱାର ଏନ୍‌ସିପି  ଭୋଟରଙ୍କ ସମର୍ଥନ ହାସଲ ପାଇଁ ସଂଘର୍ଷ କରୁଥିବା ବେଳେ ଅଜିତ ପାୱାର ତାଙ୍କ ପତ୍ନୀ ସୁନେତ୍ରା ପାୱାରଙ୍କୁ ଲୋକସଭା ନିର୍ବାଚନରେ ପାରିବାରିକ ଗଡ଼ ବାରାମତୀରୁ ପ୍ରାର୍ଥୀ କରିଥିଲେ। ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେଙ୍କଠାରୁ ସୁନେତ୍ରା ପରାଜିତ ହୋଇଥିଲେ ଏବଂ ଏହା ପରଠାରୁ ପାରିବାରିକ ତିକ୍ତତା ବଢ଼ିଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe