ଟେଲିକମ୍ କମ୍ପାନୀମାନଙ୍କୁ ୧.୬ ଲକ୍ଷ କୋଟି ଟଙ୍କାର ଏଜିଆର ଦେୟ ଦେବା ପାଇଁ ୧୦ ବର୍ଷ ସମୟ ଦେଲେ ସୁପ୍ରିମକୋର୍ଟ

ଟେଲିକମ୍ କମ୍ପାନୀମାନଙ୍କୁ ୧.୬ ଲକ୍ଷ କୋଟି ଟଙ୍କାର ଏଜିଆର ଦେୟ ଦେବା ପାଇଁ ୧୦ ବର୍ଷ ସମୟ ଦେଲେ ସୁପ୍ରିମକୋର୍ଟ

indiatoday

ନୂଆଦିଲ୍ଲୀ: ଆଡଜଷ୍ଟଡ୍ ଗ୍ରସ ରେଭେନ୍ୟୁ (ଏଜିଆର) ମାମଲାରେ ଆଜି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ଏହି ରାୟ ଟେଲିକମ୍ କମ୍ପାନୀଗୁଡିକୁ ବଡ଼ ଆରାମ ଦେଇଛି। ପୂର୍ବରୁ ଅନେକ ଟେଲିକମ କମ୍ପାନିଗୁଡ଼ିକ ଏଜିଆର ଦେୟ ଦେବା ପାଇଁ ୧୫-୨୦ବର୍ଷ ସମୟ ମାଗିଥିବା ବେଳେ ସୁପ୍ରିମକୋର୍ଟ ସେମାନଙ୍କୁ ୧୦ବର୍ଷ ସମୟ ଦେଇଛନ୍ତି। ଏବେ ୧୦ବର୍ଷ ମଧ୍ୟରେ ଟେଲିକମ କମ୍ପାନିଗୁଡ଼ିକ ବାକିଥିବା ଏଜିଆର ଦେୟ ଦେଇପାରିବେ। ବିଶେଷକରି ଭୋଡାଫୋନ୍ ଆଇଡିଆ, ଏୟାରଟେଲକୁ ସୁପ୍ରିମକୋର୍ଟଙ୍କ ଏହି ରାୟ ଖୁସି ଆଣି ଦେଇଛି |

AGR मामले में सुप्रीम कोर्ट का अहम फैसला aajtak

ଭୋଡାଫୋନ୍ ଆଇଡିଆ ଏବଂ ଭାରତୀ ଏୟାରଟେଲ୍ ଏଜିଆର ଦେୟ ପରିଶୋଧ କରିବାକୁ ୧୫ବର୍ଷ ସମୟ ମାଗିଥିଲା | ଏପର୍ଯ୍ୟନ୍ତ ୧୫ଟି ଟେଲିକମ୍ କମ୍ପାନୀ କେବଳ ୩୦,୨୫୪ କୋଟି ଟଙ୍କା ଦେଇଥିବାବେଳେ ମୋଟ ୧.୬୯ଲକ୍ଷ କୋଟି ଟଙ୍କା ବକେୟା ରହିଛି | ଦେୟ ଫେରସ୍ତ ପାଇଁ ଦିଆଯାଇଥିବା ୧୦ବର୍ଷର ସମୟସୀମା ଏପ୍ରିଲ ୧,୨୦୨୧ ରୁ ଆରମ୍ଭ ହେବ ବୋଲି ଜଷ୍ଟିସ ଅରୁଣ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି। ବଳକା କିସ୍ତିଗୁଡ଼ିକୁ ପ୍ରତିବର୍ଷ ଫେବୃଆରୀ ୭ସୁଦ୍ଧା ଦେବାକୁ ପଡିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଆହୁରି କହିଛନ୍ତି ଯେ, ମାର୍ଚ୍ଚ ୩୧, ୨୦୨୧ ସୁଦ୍ଧା ଟେଲିକମ୍ ସଂସ୍ଥାଗୁଡ଼ିକ ଦ୍ୱାରା ମୋଟ ଏଜିଆର ଦେୟର ୧୦ପ୍ରତିଶତ ଦେବାକୁ ହେବ।

ଗ୍ରସ ରେଭେନ୍ୟୁ ହେଉଛି ସେହି ଲାଇସେନ୍ସ ଦେୟ, ଯାହା ଟେଲିକମ୍ କମ୍ପାନୀଗୁଡ଼ିକୁ ଯୋଗାଯୋଗ ମନ୍ତ୍ରଣାଳୟର ଟେଲିକମ୍ ବିଭାଗକୁ ଦେବାକୁ ପଡିଥାଏ | ଏଜିଆରର ଦୁଇଟି ଅଂଶ ଅଛି - ସ୍ପେକ୍ଟ୍ରମ୍ ବ୍ୟବହାର ଚାର୍ଜ ଏବଂ ଲାଇସେନ୍ସ ଦେୟ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe