ପ୍ରଶାନ୍ତ ଭୂଷଣଙ୍କୁ ଦୋଷୀସାବ୍ୟସ୍ତ କଲେ ସୁପ୍ରିମ୍‌କୋର୍ଟ, ୨୦ରେ ଦଣ୍ଡ ଘୋଷଣା

Advertisment
ପ୍ରଶାନ୍ତ ଭୂ‌ଷଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବ ବାର୍‌

The Wire

ନୂଆଦିଲ୍ଲୀ : ନ୍ୟାୟପାଳିକା ବିରୋଧରେ ଦୁଇଟି ସମ୍ମାନହାନିକାରକ ଟ୍ବିଟ୍‌ କରି ସାମାଜିକ କର୍ମୀ ତଥା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଅଦାଲତ ଅବମାନନା କରିଛନ୍ତି। ଏଥିପାଇଁ ସୁପ୍ରିମକୋର୍ଟ ଶୁକ୍ରବାର ତାଙ୍କୁ ଦୋଷୀସାବ୍ୟସ୍ତ କରିଛନ୍ତି। ତେବେ ଆସନ୍ତା ୨୦ ତାରିଖରେ ତାଙ୍କର ଦଣ୍ଡବିଧାନ କରାଯିବ ବୋଲି ଜଷ୍ଟିସ ଅରୁଣ ମିଶ୍ରଙ୍କ ନେତୃତ୍ବରେ ପରିଚାଳିତ ତିନିଜଣିଆ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଏଥିପାଇଁ ପ୍ରଶାନ୍ତ ଭୂଷଣଙ୍କୁ ଛଅ ମାସ ଯାଏ କାରାବାସ ଦଣ୍ଡ କିମ୍ବା ୨,୦୦୦ ଟଙ୍କା ଯାଏ ଜରିମାନା ଅଥବା ଉଭୟ ଜରିମାନା ଓ ଦଣ୍ଡ ଭୋଗିବାକୁ ପଡ଼ିପାରେ।

ପ୍ରଧାନ ବିଚାରପତି ଏସ୍‌ ଏ ବୋବଡ଼େ ଗତ ଜୁନ୍‌ ୨୯ରେ ଏକ ଅତି ଦାମୀ ତଥା ବିଳାସପୂର୍ଣ୍ଣ ମୋଟରସାଇକଲ୍‌ ହାର୍ଲେ ଡାଭିଡ୍‌ସନ୍‌ ଉପରେ ବସିଥିବାର ଫଟୋ ସଂକ୍ରାନ୍ତରେ ଶ୍ରୀ ଭୂଷଣ କିଛି ଟ୍ବିଟ୍‌ କରିଥିଲେ। ଏହି ମାମଲାର ଶୁଣାଣି ବେଳେ ମାନ୍ୟବର ଖଣ୍ଡପୀଠ ତାହା ପୂର୍ବରୁ ଜୁନ୍‌ ୨୭ରେ ଶ୍ରୀ ଭୂଷଣ ନ୍ୟାୟପାଳିକା ବିରୋଧରେ ଅନୁରୂପ ଭାବେ ଛାଡ଼ିଥିବା ଅନ୍ୟ ଏକ ଟ୍ବିଟ୍‌କୁ ମଧ୍ୟ ବିଚାରକୁ ନେଇଥିଲେ। ତେବେ ତାଙ୍କ ବିରୋଧରେ ଆପରାଧିକ ଅଦାଲତ ଅବମାନନା ମାମଲା ରୁଜୁ ହେବା ପରେ ଗତ ଜୁଲାଇ ୨୨ ତାରିଖରେ ମାନ୍ୟବର ସର୍ବୋଚ୍ଚ ଅଦାଲତ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଗତ ୫ ତାରିଖରେ ଚୂଡ଼ାନ୍ତ ଶୁଣାଣି ବେଳେ ଶ୍ରୀ ଭୂଷଣ ନିଜର ଏହି ଟ୍ବିଟ୍‌ଗୁଡ଼ିକୁ ଯଥାର୍ଥ ବୋଲି ଯୁକ୍ତି ବାଢ଼ିଥିଲେ। ଆଜି ଘୋଷିତ ହୋଇଥିବା ଏହି ମାମଲାର ରାୟରେ ମାନ୍ୟବର ଖଣ୍ଡପୀଠ ଶ୍ରୀ ଭୂଷଣଙ୍କୁ ଦୋଷୀ ବୋଲି ସ୍ପଷ୍ଟ କରିଛନ୍ତି। ତେବେ ଏଥିପାଇଁ ଆବଶ୍ୟକ ଦଣ୍ଡବିଧାନ ଆସନ୍ତା ୨୦ ତାରିଖରେ କରାଯିବ ବୋଲି ଅଦାଲତ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe