କୋଭିଡ୍‌ ମୁକାବିଲାକୁ ସୁପ୍ରିମକୋର୍ଟଙ୍କ ପ୍ରଶଂସା

‘ବିବିସି ସିରିଜ୍‌’ ବ୍ଲକ୍‌ ବିରୋଧରେ ମାମଲା; କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କଲେ ସୁପ୍ରିମ୍‌ କୋର୍ଟ

Image Courtesy of India Today

ନୂଆଦିଲ୍ଲୀ : କୋଭିଡ୍‌ ମହାମାରୀ ମୁକାବିଲାରେ ଭାରତ ସରକାରଙ୍କ କାର୍ଯ୍ୟକୁ ପ୍ରଶଂସନୀୟ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ କରୋନା ମୁକାବିଲାରେ ଭାରତ ଯାହା କରିଛି ଅନ୍ୟ କୌଣସି ରାଷ୍ଟ୍ର ତାହା କରିପାରିନାହାନ୍ତି। ପ୍ରତି କୋଭିଡ୍‌ ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କାର କ୍ଷତିପୂରଣ ମିଳିବା ନେଇ ସରକାର ଗତକାଲି ସୁପ୍ରିମକୋର୍ଟରେ ତଥ୍ୟ ରଖିବାପରେ କୋର୍ଟ ଖୁସିବ୍ୟକ୍ତ କରିଛନ୍ତି। ଏହି ପଦକ୍ଷେପ ମୃତକଙ୍କ ପରିବାର ସଦସ୍ୟଙ୍କୁ କିଛି ଆଶ୍ବାସନା ପ୍ରଦାନ କରିବ। କିଛି ନହେଲେ ବି ଯେଉଁମାନେ ନିଜ ପରିବାର ସଦସ୍ୟଙ୍କୁ ହରାଇ ଖୁବ୍‌ କଷ୍ଟରେ ‌ଅଛନ୍ତି ସେମାନଙ୍କ ଲୁହ ପୋଛିବାରେ ଏହା ସହାୟକ ହେବ।

ଜଷ୍ଟିସ ଏମ୍‌ଆର ଶାହ ଏବଂ ଏଏସ୍‌ ବୋପାନ୍ନାଙ୍କୁ ନେଇ ଗଠିତ ବେଞ୍ଚ କହିଛନ୍ତି, ମହାମାରୀ ଦିଗରେ ଭାରତ ଯେଉଁ ପଦକ୍ଷେପ ଗ୍ରହଣ କରିଛି ତାହା ଅନ୍ୟ କୌଣସି ରାଷ୍ଟ୍ର କରିପାରିନାହାନ୍ତି। ଭାରତର ଜନସଂଖ୍ୟା, ଟିକାକରଣ ଖର୍ଚ୍ଚ ଏବଂ ଆର୍ଥିକ ସ୍ଥିତି ଦୃଷ୍ଟିରୁ ଅନେକ ଚ୍ୟାଲେଂଜ ଆସିଥିଲା। କିନ୍ତୁ ଆମେ ଅତି ଚମତ୍କାର ପଦକ୍ଷେପ ଗ୍ରହଣ କରିଛୁ ଏବଂ ସବୁ ଚ୍ୟାଲେଂଜର ସଫଳ ମୁକାବିଲା ପାଇଁ ପ୍ରୟାସ କରିଛୁ। ଅନ୍ୟ କୌଣସି ରାଷ୍ଟ୍ର ବି ଏଭଳି ପଦ‌କ୍ଷେପ ଗ୍ରହଣ କରିନାହାନ୍ତି ବୋଲି ବିଚାରପତିମାନେ କହିଛନ୍ତି। ଉଲ୍ଲେଖ‌ଯୋଗ୍ୟ , କୋଭିଡ୍‌ ମୃତକଙ୍କ ପରିବାର ସଦସ୍ୟଙ୍କୁ ୫୦ ହଜାର ଟଙ୍କା ମିଳିବ ବୋଲି କେନ୍ଦ୍ର ସରକାର ଗତକାଲି ସୁପ୍ରିମକୋର୍ଟରେ ତଥ୍ୟ ରଖିଥିଲେ। ରାଜ୍ୟମାନେ ଏହି ଟଙ୍କା ମୃତକଙ୍କ ପରିବାର ସଦସ୍ୟଙ୍କୁ ଦେବେ ବୋଲି କେନ୍ଦ୍ର ସରକାର କହିଥିଲେ। ରାଜ୍ୟମାନେ ମୃତକଙ୍କ ପରିବାର ସଦସ୍ୟଙ୍କୁ ବୈଧ କାଗଜପତ୍ର ପାଇବାର ୩୦ ଦିନ ମଧ୍ୟରେ କ୍ଷତିପୂରଣ ଦେବେ। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଏହି ଟଙ୍କା ଦିଆଯିବ ବୋଲି କେନ୍ଦ୍ର ସରକାର କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe