ବାବ୍ରି ରାୟ ଶୁଣାଇଥିବା ଜଜ୍‌ଙ୍କୁ ସୁରକ୍ଷା ମନାକଲେ ସୁପ୍ରିମ୍‌କୋର୍ଟ

Advertisment
ମରାଠା ସଂପ୍ରଦାୟଙ୍କୁ ସଂରକ୍ଷଣ ବ୍ୟବସ୍ଥା ରାୟରେ ଓଡ଼ିଶାର ୨ଟି ପ୍ରସଙ୍ଗ ଉଲ୍ଲେଖ

Lokmat

ନୂଆଦିଲ୍ଲୀ : ଗତ ସେପ୍ଟେମ୍ବର ମାସରେ ୨୮ ବର୍ଷର ବହୁ ପ୍ରତୀକ୍ଷିତ ବିବାଦୀୟ ବାବରି ଢାଞ୍ଚା ଭଙ୍ଗା ମାମଲାର ରାୟ ଶୁଣାଇଥିବା ସ୍ବତନ୍ତ୍ର ଅଦାଲତର ବିଚାରପତି ଜଷ୍ଟିସ ସୁରେନ୍ଦ୍ର କୁମାର ଯାଦବଙ୍କୁ ଆଉ ସରକାରୀ ସୁରକ୍ଷା ବ୍ୟବସ୍ଥା ଯୋଗାଇଦେବାକୁ ସୁପ୍ରିମ୍‌କୋର୍ଟ ମନା କରିଦେଇଛନ୍ତି।

ସୂଚନା ଥାଉ କି, ଏହି ହାଇ ପ୍ରୋଫାଇଲ୍‌ ସମ୍ବେଦନଶୀଳ ମାମଲାରେ ବିଜେପିର ବରିଷ୍ଠ ନେତା ଏଲ୍‌ କେ ଆଡଭାନି ଓ ମୁରଲୀ ମନୋହର ଯୋଶୀଙ୍କ ସମେତ ସମସ୍ତ ୩୨ ଜଣ ଅଭିଯୁକ୍ତଙ୍କୁ ଉତ୍ତରପ୍ରଦେଶର ଏକ ସ୍ବତନ୍ତ୍ର ଅଦାଲତ ଗତ ସେପ୍ଟେମ୍ବର ୩୦ ତାରିଖରେ ଦୋଷମୁକ୍ତ କରିଥିଲେ। ରାୟ ଶୁଣାଇଥିବା ୬୦ ବର୍ଷୀୟ ଜଷ୍ଟିସ ସୁରେନ୍ଦ୍ର କୁମାର ଯଦିଓ ୨୦୧୯ରେ ଅବସର ନେବାର ଥିଲା, ତେବେ ୨୦୧୫ ମସିହାରୁ ଶୁଣାଣି କରି ଆସୁଥିବା ଏହି ପୁରୁଣା ମାମଲାର ରାୟ ଶୁଣାଇବା ଯାଏ ତାଙ୍କ କାର୍ଯ୍ୟକାଳକୁ ମାନ୍ୟବର ସୁପ୍ରିମ୍‌କୋର୍ଟ ବଢ଼ାଇ ଦେଇଥିଲେ। ତେବେ ତାଙ୍କ ପରବର୍ତ୍ତୀ କାର୍ଯ୍ୟକାଳ ପୂରିବା ଦିନ ହିଁ ଜଷ୍ଟିସ ସୁରେନ୍ଦ୍ର କୁମାର ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରି ରାୟ ଶୁଣାଇ କହିଥିଲେ, 'ଅସାମାଜିକ ତତ୍ତ୍ବମାନେ ହିଁ ଏହି ବିବାଦୀୟ ଢାଞ୍ଚାକୁ ଭାଙ୍ଗିଥିଲେ। ଅପରପକ୍ଷେ, ଏହି ଅଭିଯୁକ୍ତ ନେତାମାନେ ସେହି ବିଶୃଙ୍ଖଳ ବିକ୍ଷୋଭକାରୀଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ।'ଏଥି ସହିତ ଉସୁକାଇବା ଭଳି ଭାଷଣ ଦେବାଟା ଜଣକୁ ଦୋଷୀ ବୋଲି ପ୍ରମାଣିତ କରିବା ପାଇଁ ଯଥେଷ୍ଟ ନୁହେଁ ବୋଲି ସେ ଟିପ୍ପଣୀ କରିଥିଲେ।

ତେବେ ଏହି ମାମଲାର ସମ୍ବେଦନଶୀଳତା ଯୋଗୁଁ ଜଷ୍ଟିସ ସୁରେନ୍ଦ୍ର କୁମାର ଅବସର ଗ୍ରହଣ ପରେ ମଧ୍ୟ ତାଙ୍କୁ ବ୍ୟକ୍ତିଗତ ସୁରକ୍ଷା ଯୋଗାଇଦେବା ଲାଗି ଚାହିଥିଲେ। ମାତ୍ର ଆଜି ସକାଳେ ତାହାର କୌଣସି ଆବଶ୍ୟକତା ନାହିଁ ବୋଲି କହି ସୁପ୍ରିମକୋର୍ଟ ସୁରକ୍ଷା ବ୍ୟବସ୍ଥା ଯୋଗାଇଦେବାକୁ ମନାକରିଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe