Advertisment

କୁକି ସଂପ୍ରଦାୟକୁ ସୁପ୍ରିମ୍‌କୋର୍ଟରେ ଝଟ୍‌କା: ଆଦିବାସୀ ମଞ୍ଚର ଆବେଦନ ଉପରେ ତୁରନ୍ତ ଶୁଣାଣି ହେବନାହିଁ

Advertisment

ଆଇନଶୃଙ୍ଖଳା ନିୟନ୍ତ୍ରଣ ଦାୟିତ୍ବ ରାଜ୍ୟ ଓ କେନ୍ଦ୍ରର

ଆଇନଶୃଙ୍ଖଳା ନିୟନ୍ତ୍ରଣ ଦାୟିତ୍ବ ରାଜ୍ୟ ଓ କେନ୍ଦ୍ରର

କୁକି ସଂପ୍ରଦାୟକୁ ସୁପ୍ରିମ୍‌କୋର୍ଟରେ ଝଟ୍‌କା: ଆଦିବାସୀ ମଞ୍ଚର ଆବେଦନ ଉପରେ ତୁରନ୍ତ ଶୁଣାଣି ହେବନାହିଁ

ନୂଆଦିଲ୍ଲୀ: ମଣିପୁରରେ ଏବେ ବି ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି। କୁକି ସଂପ୍ରଦାୟକୁ ସେନା ସୁରକ୍ଷା ଯୋଗାଇଦେବା ପାଇଁ ମଣିପୁର ଟ୍ରାଇବାଲ ଫୋରମ୍‌ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ତୁରନ୍ତ ଶୁଣାଣି ହେବନାହିଁ ବୋଲି ଆଜି ସୁପ୍ରିମ୍‌କୋର୍ଟ କହିଛନ୍ତି। ରାଜ୍ୟରେ ଆଇନଶୃଙ୍ଖଳା ନିୟନ୍ତ୍ରଣ ଦାୟିତ୍ବ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର। ରାଜ୍ୟରେ ଏବେ ସୁରକ୍ଷା ବାହିନୀ ସ୍ଥିତି ନିୟନ୍ତ୍ରଣ ପାଇଁ ଅହରହ କାମ କରୁଥିବା ନେଇ ସରକାର କୋର୍ଟଙ୍କୁ ଅବଗତ କରିଛନ୍ତି।

ଏଭଳି ସ୍ଥିତିରେ କୁକି ସଂପ୍ରଦାୟକୁ ସେନା ସୁରକ୍ଷା ଯୋଗାଇ ଦେବା ଆବେଦନ ଉପରେ ଜରୁରୀ ଶୁଣାଣି ହୋଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷ ରଖି ସଲିସିଟର ଜେନେରାଲ ଆଜି ଖଣ୍ଡପୀଠଙ୍କୁ କହିଥିଲେ ଯେ ସୁରକ୍ଷା ବାହିନୀ ରାଜ୍ୟରେ ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ଯଥାସମ୍ଭବ ପ୍ରୟାସ କରୁଛନ୍ତି। ସୁପ୍ରିମ୍‌କୋର୍ଟ କହିଛନ୍ତି, ମଣିପୁର ପ୍ରସଙ୍ଗ ସଂପୂର୍ଣ୍ଣ ଭାବେ ଏକ ଆଇନଶୃଙ୍ଖଳା ମାମଲା । କୁକି ସଂପ୍ରଦାୟର ଆବେଦନକୁ ୩ ଜୁଲାଇରେ ତାଲିକାଭୁକ୍ତ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe