ଯଦି ରାଜ୍ୟପାଳ ଅନିର୍ଦ୍ଦିଷ୍ଟ କାଳ ପାଇଁ କୌଣସି ବିଲକୁ ଝୁଲାଇ ରଖନ୍ତି ?

ବିଭିନ୍ନ ବିଲକୁ ରାଜ୍ୟପାଳ ଅନିର୍ଦ୍ଦିଷ୍ଟ କାଳ ପାଇଁ ଝୁଲାଇ ରଖିଲେ କଣ ହେବ ? ଏପରି ହେଲେ ବିଧାନବ୍ୟବସ୍ଥା ଭୁଶୁଡ଼ି ପଡ଼ିବ ବୋଲି ମୌଖିକଭାବେ ମନ୍ତବ୍ୟ ଦେଇଛନ୍ତି ସୁପ୍ରିମକୋର୍ଟ ।

New Project (14)

ନୂଆଦିଲ୍ଲୀ : ବିଭିନ୍ନ ବିଲକୁ ରାଜ୍ୟପାଳ ଅନିର୍ଦ୍ଦିଷ୍ଟ କାଳ ପାଇଁ ଝୁଲାଇ ରଖିଲେ କଣ ହେବ ? ଏପରି ହେଲେ ବିଧାନବ୍ୟବସ୍ଥା ଭୁଶୁଡ଼ି ପଡ଼ିବ ବୋଲି ମୌଖିକଭାବେ ମନ୍ତବ୍ୟ ଦେଇଛନ୍ତି ସୁପ୍ରିମକୋର୍ଟ । 

ଆଜି ରାଷ୍ଟ୍ରପତି ରେଫରେନ୍ସ ଉପରେ ଶୁଣାଣି ଜାରି ରଖି ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ କହିଥିଲେ ଯେ ରାଜ୍ୟପାଳମାନେ ବିଧାନସଭାରେ ବୈଧଭାବେ ଗୃହୀତ ଏକ ବିଲକୁ ଯଦି ଅନିର୍ଦ୍ଦିଷ୍ଟ କାଳ ପାଇଁ ଝୁଲାଇ ରଖନ୍ତି ତେବେ ବିଧାନବ୍ୟବସ୍ଥା ଭୁଶୁଡ଼ି ପଡ଼ିବ । କୋର୍ଟ କଣ ଏତେ କ୍ଷମତାହୀନ ଯେ ଏହି କ୍ଷେତ୍ରରେ ହସ୍ତକ୍ଷେପ କରିପାରିବେ ନାହିଁ ? 

ଭାରତର ମୁଖ୍ୟ ବିଚାରପତି ବି.ଆର. ଗଭାଇ, ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ବିକ୍ରମ ନାଥ, ବିଚାରପତି ପି.ଏସ. ନରସିଂହ ଏବଂ ବିଚାରପତି ଏ.ଏସ. ଚାନ୍ଦୁରକରଙ୍କୁ ନେଇ ଗଠିତ ସମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଶୁଣାଣି ବେଳେ ସରକାରଙ୍କ ପକ୍ଷରୁ ରଖୁଥିବା ସୋଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ ଯେ ସୁପ୍ରିମକୋର୍ଟ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ବାଧ୍ୟତାମୂଳକ ନିର୍ଦ୍ଦେଶ ଦେଇପାରିବେ ନାହିଁ । ଏହି ସମସ୍ୟାର ସମାଧାନ ରାଜନୈତିକ ସ୍ତରରେ ବାହାରିବା ଆବଶ୍ୟକ, କୋର୍ଟ ମାଧ୍ୟମରେ ନୁହେଁ । ଏହାର ଜବାବରେ କୋର୍ଟ ଉପରୋକ୍ତ ମନ୍ତବ୍ୟ ଦେଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe