ଜମ୍ମୁ-କାଶ୍ମୀର ପ୍ରଶାସନକୁ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ, ୭ ଦିନ ମଧ୍ୟରେ କଟକଣାର ସମୀକ୍ଷା

Advertisment

ଅନିର୍ଦ୍ଦିଷ୍ଟ କାଳ ପାଇଁ ଇଣ୍ଟରନେଟ୍‌ ବନ୍ଦ ରହିପାରିବ ନାହିଁ

ଅନିର୍ଦ୍ଦିଷ୍ଟ କାଳ ପାଇଁ ଇଣ୍ଟରନେଟ୍‌ ବନ୍ଦ ରହିପାରିବ ନାହିଁ

ଡାକ୍ତରଙ୍କ ଦରମା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଉଦ୍‌ବେଗ, ଯୋଦ୍ଧାଙ୍କୁ ନିରୁତ୍ସାହିତ କରିବା ଅନୁଚିତ

Photo Credits: ANI

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ସ୍ବତନ୍ତ୍ର ପାହ୍ୟା ଦେଉଥିବା ଧାରା ୩୭୦ ଉଚ୍ଛେଦ ପରେ ସେଠାରେ ସରକାର ଲଗାଇଥିବା କଟକଣା ସଂପର୍କରେ ସପ୍ତାହକ ମଧ୍ୟରେ ସମୀକ୍ଷା କରି ନିଷ୍ପତ୍ତି ନେବାକୁ ସୁପ୍ରିମ୍‌ କୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଇଣ୍ଟରନେଟ୍‌ ଏକ ମୌଳିକ ସେବା ହୋଇଥିବାରୁ ସରକାର ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହାକୁ ବନ୍ଦ ରଖିପାରିବେ ନାହିଁ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି। ଜମ୍ମୁ କାଶ୍ମୀର ପ୍ରଶାସନ ସେଠାରେ ଲଗାଯାଇଥିବା ସମସ୍ତ କଟକଣା ବାବଦରେ ସପ୍ତାହକ ମଧ୍ୟରେ ସମୀକ୍ଷା କରି ବିହୀତ ପଦକ୍ଷେପ ଗ୍ରହଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଜମ୍ମୁ କାଶ୍ମୀରରେ ସରକାରଙ୍କ ବିଭିନ୍ନ ବିଭାଗର ୱେବ୍‌ସାଇଟ୍‌ ମଧ୍ୟ ସକ୍ରିୟ କରିବା, ହସ୍ପିଟାଲ, ଶିକ୍ଷା ପ୍ରତିଷ୍ଠାନ ଏବଂ ଗୁରୁତ୍ବପୂର୍ଣ୍ଣ ସରକାରୀ ପ୍ରତିଷ୍ଠାନରେ ଇଣ୍ଟରନେଟ୍‌ ସେବା ତୁରନ୍ତ ଉପଲବ୍ଧ କରାଇବା ଉପରେ କୋର୍ଟ ଗୁରୁତ୍ବାରୋପ କରିଛନ୍ତି।

ସରକାରଙ୍କ ନିଷ୍ପତ୍ତି ବିରୋଧରେ ଉଗ୍ର ଜନମତକୁ ଦେଖି ଇଣ୍ଟରନେଟ୍‌ ସେବା ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯାଇପାରିବ ନାହିଁ ବୋଲି କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି। ଯେତେବେଳେ ସରକାର ଇଣ୍ଟରନେଟ ସେବା ବନ୍ଦ କରିବାକୁ ଚାହିଁବେ ସେତେବେଳେ ଏଥିପାଇଁ ସମୟସୀମା ଧାର୍ଯ୍ୟ କରିବା ସହ ଉପଯୁକ୍ତ କାରଣ ଦର୍ଶାଇବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି। ଜଷ୍ଟିସ୍‌ ଏନ୍‌ ଭି ରମଣ, ସୁଭାଷ ରେଡ୍ଡି ଏବଂ ବି ବଆର୍‌ ଗବଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଜମ୍ମୁ କାଶ୍ମୀର କଟକଣା ସଂକ୍ରାନ୍ତ ମାମଲାର ଶୁଣାଣି ଗତ ବର୍ଷ ନଭେମ୍ବର ୨୭ରେ ଶେଷ କରିଥିଲେ ଏବଂ ଆଜି ଏ ସଂକ୍ରାନ୍ତ ରାୟ ଶୁଣାଇଛନ୍ତି।

୨୬ ଜଣଙ୍କ ଉପରୁ ପିଏସ୍‌ଏ ହଟିଲା
ଶ୍ରୀନଗର: ଜମ୍ମୁ କଶ୍ମୀରରେ ବିଭିନ୍ନ ଜେଲ୍‌ରେ ଥିବା ୨୬ ଜଣଙ୍କ ଉପରୁ ଜନ ସୁରକ୍ଷା ଆଇନ (ପିଏସ୍‌ଏ) ହଟାଇ ଦିଆଯାଇଛି। ଜମ୍ମୁ କାଶ୍ମୀର ଗୃହ ବିଭାଗ ପକ୍ଷରୁ ଆଜି ଏ ସଂକ୍ରାନ୍ତ ସୂଚନା ଜାରି ରହିଛି। କାଶ୍ମୀରରେ ଶାନ୍ତି ପ୍ରୟାସ ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି। ପର୍ଯ୍ୟାୟକ୍ରମେ ସମସ୍ତ ଅଟକ ନେତାଙ୍କୁ ଖଲାସ କରାଯିବ ବୋଲି ଗୃହ ବିଭାଗ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe