Image Courtesy of Hindustan Times
ନୂଆଦିଲ୍ଲୀ: ଦେଶର ୨୫ଟି ଯାକ ହାଇକୋର୍ଟରେ ବିପୁଳ ସଂଖ୍ୟାରେ ପଡ଼ିରହିଥିବା ବିଚାରାଧୀନ ମାମଲାଗୁଡ଼ିକର ବିଚାରଣା ପାଇଁ ପ୍ରତି ହାଇକୋର୍ଟ ଦ୍ବାରା ଆବଶ୍ୟକ ସ୍ଥଳେ ସର୍ବାଧିକ ୫ ଜଣ କାମଚଳା(ଆଡ୍ ହକ୍) ବିଚାରପତି ନିଯୁକ୍ତି ପାଇଁ ମଙ୍ଗଳବାର ସୁପ୍ରିମକୋର୍ଟ ସବୁଜ ସଂକେତ ଦେଇଛନ୍ତି। ସଂପୃକ୍ତ ହାଇକୋର୍ଟର ମୁଖ୍ୟ ବିଚାରପତି ଏପରି କାମଚଳା ବିଚାରପତି ନିଯୁକ୍ତି ପ୍ରକ୍ରିୟାର ସୂତ୍ରପାତ କରିବାକୁ ହେବ। ତେବେ ସେଠାରେ ଖାଲି ପଡ଼ିଥିବା ସ୍ଥାୟୀ ବିଚାରପତି ପଦବିର ଅତି କମ୍ରେ ୨୦ ପ୍ରତିଶତ ପୂରଣ ପାଇଁ ସୁପାରିସ୍ କରିସାରିଥିଲେ ହେଁ ସେ ଏପରି କରିପାରିବେ ବୋଲି କୁହାଯାଇଛି। ସମ୍ପ୍ରତି ହାଇକୋର୍ଟମାନଙ୍କରେ ୫୭ ଲକ୍ଷରୁ ଅଧିକ ମାମଲା ପଡ଼ିରହିଥିବା ବେଳେ ପାଖାପାଖି ୪୦ ପ୍ରତିଶତ ସ୍ଥାୟୀ ବିଚାରପତି ପଦବି ଖାଲି ରହିଛି। ଏଭଳି ସ୍ଥିତିରେ ସମ୍ବିଧାନର ଧାରା ୨୨୪(କ)ରେ ରହିଥିବା ଅସାଧାରଣ ପ୍ରାବଧାନ ଅନୁସାରେ ହାଇକୋର୍ଟମାନେ ଏଭଳି ପଦକ୍ଷେପ ନେଇପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
Follow Us