ଗୁରଗାଓଁ ଡାକ୍ତରଖାନାରେ ସୁପ୍ରିମ୍‌ କୋର୍ଟ ବିଚାରପତି ଜଷ୍ଟିସ୍‌ ମୋହନ ଏମ୍‌ ଶାନ୍ତନାଗୌଦରଙ୍କ ଦେହାନ୍ତ

Advertisment
ଗୁରଗାଓଁ ଡାକ୍ତରଖାନାରେ ସୁପ୍ରିମ୍‌ କୋର୍ଟ ବିଚାରପତି ଜଷ୍ଟିସ୍‌ ମୋହନ ଏମ୍‌ ଶାନ୍ତନାଗୌଦରଙ୍କ ଦେହାନ୍ତ

Image Courtesy of The Times of India

ନୂଆଦିଲ୍ଲୀ: ଗୁରଗାଓଁର ଏକ ଘରୋଇ ହସ୍ପିଟାଲ୍‌ରେ ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌ ମୋହନ ଏମ୍‌ ଶାନ୍ତନାଗୌଦରଙ୍କର ଦେହାନ୍ତ ହୋଇଥିବା କଥା ରବିବାର ଦିନ କେତେକ ସୂତ୍ରରୁ ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା।

ଫୁସ୍‌ଫୁସ୍‌ ସଂକ୍ରମଣ କାରଣରୁ ଜଷ୍ଟିସ୍‌ ଏମ୍ ଶାନ୍ତନାଗୌଦରଙ୍କୁ ମେଦାନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା ଏବଂ ସେ ‘ଇଣ୍ଟେନ୍‌ସିଭ୍ କେୟାର୍‌ ୟୁନିଟ୍‌’ରେ ଥିଲେ।

ଶନିବାର ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ଥିବା କଥା କୁହ‌ାଯାଉଥିଲା, କିନ୍ତୁ ଚିକିତ୍ସା କରୁଥିବା ଡାକ୍ତରମାନେ ରାତି ପ୍ରାୟ ୧୨.୩୦ରେ ତାଙ୍କ ପରିବାରବର୍ଗଙ୍କୁ ଦୁଃଖଦ ସମାଚାର ଜଣାଇଥିଲେ ବୋଲି ଅଦାଲତର ଜଣେ କର୍ମଚାରୀ ଗଣମାଧ୍ୟମକୁ କହିଛନ୍ତି।

publive-image Image Courtesy of Zee News

ବିଚାରପତି ଏମ୍ ଶାନ୍ତନାଗୌଦର କୋଭିଡ୍‌-୧୯ ଆକ୍ରାନ୍ତ ଥିଲେ କି, ନାହିଁ ସମ୍ପୃକ୍ତ ସୂତ୍ର ସୁନିଶ୍ଚିତ କରି ପାରୁନାହାନ୍ତି କି, ଅସ୍ବୀକାର ମଧ୍ୟ କରୁ ନାହାନ୍ତି।

୧୯୫୮ ମେ ୫ ତାରିଖରେ କର୍ଣ୍ଣାଟକରେ ଜନ୍ମିତ ଏମ୍ ଶାନ୍ତନାଗୌଦର ୧୯୮୦ ସେପ୍ଟେମ୍ବର ୫ ତାରିଖରେ ଜଣେ ଆଡ୍‌ଭୋକେଟ୍‌ ଭାବେ ପଞ୍ଜିକୃତ ହୋଇଥିଲେ। ୨୦୦୩ ମେ ୧୨ ତାରିଖରେ ସେ କର୍ଣ୍ଣାଟକ ଉଚ୍ଚନ୍ୟାୟାଳୟରେ ଜଣେ ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ପାଇବା ପରେ ୨୦୦୪ ସେପ୍ଟେମ୍ବରରେ ସ୍ଥାୟୀ ବିଚାରପତି ହୋଇଥିଲେ।

ପରେ କେରଳ ଉଚ୍ଚନ୍ୟାୟାଳୟକୁ ତାଙ୍କର ବଦଳି ହୋଇଯାଇଥିଲା। ସେଠାରେ ସେ ୨୦୧୬ ଅଗଷ୍ଟ ୧ ତାରିଖରେ ‘ଆକ୍ଟିଙ୍ଗ୍ ଚିଫ୍ ଜଷ୍ଟିସ୍‌’ ଭାବେ ଦାୟିତ୍ବ ବହନ କରିଥିଲେ। ସୁପ୍ରିମ୍‌ କୋର୍ଟର ବିଚାରପତି ପଦବୀକୁ ଉନ୍ନୀତ ହେବା ପୂର୍ବରୁ ୨୦୧୬ ସେପ୍ଟେମ୍ବର ୨୨ରେ କେରଳ ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe