ସମ୍ପତ୍ତି ଘୋଷଣା କରିବେ ସୁପ୍ରିମ୍‌କୋର୍ଟ ବିଚାରପତି: ପୂର୍ଣ୍ଣ ଅଦାଲତ ବୈଠକରେ ନିଆଯାଇଛି ନିଷ୍ପତ୍ତି

Advertisment

ନ୍ୟାୟିକ ସ୍ୱଚ୍ଛତା ବୃଦ୍ଧି ଉଦ୍ଦେଶ୍ୟରେ ସୁପ୍ରିମ୍‌କୋର୍ଟର ୩୦ ଜଣ ବିଚାରପତି ସେମାନଙ୍କ ସମ୍ପତ୍ତି ବିବରଣୀ ଅଦାଲତର ଅଫିସିଆଲ୍ ୱେବ୍‌ସାଇଟ୍‌ରେ ପ୍ରକାଶ କରିବାକୁ ରାଜି ହୋଇଛନ୍ତି। ଏପ୍ରିଲ ପହିଲାରେ ଏକ ପୂର୍ଣ୍ଣ ଅଦାଲତ...

ନ୍ୟାୟିକ ସ୍ୱଚ୍ଛତା ବୃଦ୍ଧି ଉଦ୍ଦେଶ୍ୟରେ ସୁପ୍ରିମ୍‌କୋର୍ଟର ୩୦ ଜଣ ବିଚାରପତି ସେମାନଙ୍କ ସମ୍ପତ୍ତି ବିବରଣୀ ଅଦାଲତର ଅଫିସିଆଲ୍ ୱେବ୍‌ସାଇଟ୍‌ରେ ପ୍ରକାଶ କରିବାକୁ ରାଜି ହୋଇଛନ୍ତି। ଏପ୍ରିଲ ପହିଲାରେ ଏକ ପୂର୍ଣ୍ଣ ଅଦାଲତ...

Supreme Court

Supreme Court

ନୂଆଦିଲ୍ଲୀ: ନ୍ୟାୟିକ ସ୍ୱଚ୍ଛତା ବୃଦ୍ଧି ଉଦ୍ଦେଶ୍ୟରେ ସୁପ୍ରିମ୍‌କୋର୍ଟର ୩୦ ଜଣ ବିଚାରପତି ସେମାନଙ୍କ ସମ୍ପତ୍ତି ବିବରଣୀ ଅଦାଲତର ଅଫିସିଆଲ୍ ୱେବ୍‌ସାଇଟ୍‌ରେ ପ୍ରକାଶ କରିବାକୁ ରାଜି ହୋଇଛନ୍ତି। ଏପ୍ରିଲ ପହିଲାରେ ଏକ ପୂର୍ଣ୍ଣ ଅଦାଲତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ଏବଂ ଭବିଷ୍ୟତ ବିଚାରପତିଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ ହେବ। ଏହା ପୂର୍ବ ଅଭ୍ୟାସଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ, ଯେଉଁଠାରେ ସମ୍ପତ୍ତି ଘୋଷଣା କେବଳ ପ୍ରଧାନ ବିଚାରପତି (ସିଜେଆଇ)ଙ୍କ ପାଇଁ ବାଧ୍ୟତାମୂଳକ ଥିଲା କିନ୍ତୁ ସାର୍ବଜନୀନ ଭାବେ ପ୍ରକାଶ କରିବା ନ କରିବା ତାଙ୍କର ଇଚ୍ଛାଧୀନ ଥିଲା। ଦିଲ୍ଲୀ ହାଇକୋର୍ଟ ବିଚାରପତି ଯଶବନ୍ତ ବର୍ମାଙ୍କ ବାସଭବନରେ ଅଗ୍ନିକାଣ୍ଡ ଘଟଣା ପରେ ନିଆଁ ଲିଭାଇବାକୁ ଯାଇଥିବା ଅଗ୍ନିଶମ ବାହିନୀ ତାଙ୍କ ଆଉଟ୍‌ହାଉସ୍‌ରୁ ବିପୁଳ ଦରପୋଡ଼ା ନଗଦ ଟଙ୍କା ପାଇବା ପରେ ନ୍ୟାୟପାଳିକାରେ ଦୁର୍ନୀତି ନେଇ ଚିନ୍ତା ବଢ଼ୁଥିବା ପରିପ୍ରେକ୍ଷୀରେ ଏହି ପଦକ୍ଷେପ ନିଆଯାଇଛି।  

ପୂର୍ଣ୍ଣ ଅଦାଲତ ବୈଠକରେ ନିଆଯାଇଛି ନିଷ୍ପତ୍ତି
ଦିଲ୍ଲୀ ବିଚାରପତିଙ୍କ ଘରୁ ନଗଦ ଟଙ୍କା ମିଳିବା ପରେ ସ୍ବଚ୍ଛତା ପ୍ରଦର୍ଶନ ପାଇଁ ପଦକ୍ଷେପ

ପୂର୍ବରୁ ସୁପ୍ରିମ୍‌କୋର୍ଟର ବିଚାରପତିମାନେ ୧୯୯୭ ମସିହାର ଏକ ସଂକଳ୍ପନାମା ଅନୁଯାୟୀ ନିଜ ସମ୍ପତ୍ତି ତାଲିକା ପ୍ରଧାନ ବିଚାରପତିଙ୍କ ନିକଟରେ ଦାଖଲ କରିବାକୁ ପଡ଼ୁଥିଲା। ତେବେ ୨୦୦୯ ମସିହାର ଏକ ରାୟରେ ଏହି ତାଲିକା ସ୍ୱେଚ୍ଛାକୃତ ଭାବେ ଅଦାଲତର ୱେବ୍‌ସାଇଟରେ ପ୍ରକାଶ କରିବାକୁ ଅନୁମତି ଦିଆଯାଇଥିଲେ ମଧ୍ୟ ପ୍ରାୟ କୌଣସି ବିଚାରପତି ଏହା କରୁ ନ ଥିଲେ। ଏହି ସଦ୍ୟତମ ସଂକଳ୍ପ ସହିତ ସର୍ବୋଚ୍ଚ ନ୍ୟାୟାଳୟର ସମସ୍ତ ବିଚାରପତି ସାମୂହିକ ଭାବରେ ନିଷ୍ପତ୍ତି ନେଇଛନ୍ତି ଯେ, ନିଜର ସମ୍ପତ୍ତି ବିବରଣୀ ସର୍ବସାଧାରଣରେ ଉପଲବ୍ଧ କରାଇବେ। ଏହାଦ୍ବାରା ସେମାନେ ଉତ୍ତରଦାୟିତ୍ୱ ପ୍ରତି ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା, ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗବାଇ, ଜଷ୍ଟିସ୍ ବିଭି ନାଗରତ୍ନା, ଜଷ୍ଟିସ୍ ବିକ୍ରମ ନାଥ ଓ ଜଷ୍ଟିସ୍ ଜେକେ ମାହେଶ୍ୱରୀ ସେମାନଙ୍କ ସମ୍ପତ୍ତି ବିବରଣୀ ଦାଖଲ କରିସାରିଛନ୍ତି। ସମ୍ପୂର୍ଣ୍ଣ ଘୋଷଣାପତ୍ର ସୁପ୍ରିମ୍‌କୋର୍ଟଙ୍କ ୱେବ୍‌ସାଇଟ୍‌ରେ ଅପଲୋଡ୍‌ କରାଯିବ ଏବଂ ପ୍ରକାଶନ ପାଇଁ ନିର୍ଦ୍ଦିଷ୍ଟ ରୂପରେଖ ଯଥାଶୀଘ୍ର ଚୂଡ଼ାନ୍ତ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe