Image Source: Zee News
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର ଇଂରାଜି ନାମ 'ଇଣ୍ଡିଆ' ବଦଳରେ ଭାରତ କିମ୍ବା ହିନ୍ଦୁସ୍ତାନ କରିବାକୁ ଦାବି କରି ସୁପ୍ରିମ୍ କୋର୍ଟରେ ଆବେଦନ ହୋଇଛି। ସୁପ୍ରିମ୍ କୋର୍ଟ ଏହି ଆବେଦନ ଉପରେ ଜୁନ୍ ୨ ତାରିଖରେ ଶୁଣାଣି କରିବେ। ଆବେଦନକାରୀ ଦର୍ଶାଇଛନ୍ତି ଯେ ଏହାଦ୍ବାରା ଜାତୀୟତାକୁ ନେଇ ପ୍ରତ୍ୟେକ ଭାରତୀୟ ଗର୍ବ ଅନୁଭବ କରିବେ। ଆବେଦନ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ସମ୍ବିଧାନର ଧାରାଶୋଧନ ଆଣିବାକୁ ନିର୍ଦ୍ଦେଶ ଦେବାପାଇଁ ଦାବି କରାଯାଇଛି। ଏହି ବ୍ୟବସ୍ଥାରେ ଦେଶର ନାମ 'ଇଣ୍ଡିଆ'କୁ ବଦଳାଇ ସେଠାରେ ଭାରତ କିମ୍ବା ହିନ୍ଦୁସ୍ତାନ କରାଯିବାକୁ ନିବେଦନ କରାଯାଇଛି। ପ୍ରଧାନ ବିଚାରପତି ଏସ୍ଏ ବୋବଡ଼େଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ।
Follow Us