ସୁପ୍ରିମ କୋର୍ଟଙ୍କ ଟିପ୍ପଣୀ: ଟିକାକରଣର ଅନେକ ଉପକାର ରହିଛି

Advertisment
ସୁପ୍ରିମ କୋର୍ଟଙ୍କ ଟିପ୍ପଣୀ: ଟିକାକରଣର ଅନେକ ଉପକାର ରହିଛି

the hindu

ନୂଆଦିଲ୍ଲୀ: ଟିକାକରଣର ଅନେକ ଭଲଗୁଣ ରହିଛି। ଏପରିକି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଟିକାକରଣ ସପକ୍ଷରେ ମତ ଦେଇଛନ୍ତି। ତେବେ ଟିକାକରଣ ସଂପର୍କରେ ଅଦାଲତ କୌଣସି ନିର୍ଦ୍ଦେଶନାମା ଦେବେନାହିଁ। କାରଣ ନିର୍ଦ୍ଦେଶ ଦେଲେ କୋଭିଡ-୧୯ ଟିକାକରଣ ଏବଂ ଏହାର ପ୍ରଭାବ ଉପରେ ସନ୍ଦେହ ରହିବ। ଟିକା ନେଇଥିବା ବ୍ୟକ୍ତିମାନଙ୍କ ଉପରେ ପ୍ରତିକୂଳ ପ୍ରଭାବ କ’ଣ ରହୁଛି ତାହାର ରେକର୍ଡ ରଖିବା ଏବଂ ସେ ସଂପର୍କରେ ସୂଚନା ଦେବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବା ନମନ୍ତେ ଡ ଅଜୟ କୁମାର ଗୁପ୍ତାଙ୍କ ଦ୍ବାରା ହୋଇଥିବା ଏକ ଜନସ୍ବାର୍ଥ ମାମଲାର ଶୁଣାଣିବେଳେ କୋର୍ଟ ଏଭଳି ଟିପ୍ପଣୀ ଦେଇଛନ୍ତି।

ଜନସ୍ବାର୍ଥ ମାମଲା ଦାଖଲ ସମୟରେ ଦେଶରେ ଟିକାକରଣ ଯୋଗୁ ୯୦୦ ମୃତ୍ୟୁ ହୋଇଛି ବୋଲି ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ କଲିନ ଗନସାଲ୍‌ଭେସ କହିଛନ୍ତି। ଟିକା ନେବା ପରେ ହେଉଥିବା ପ୍ରତ୍ୟେକ ମୃତ୍ୟୁ ପାଇଁ ଏହାକୁ ଦାୟୀ କରାଯାଇ ପାରିବ ନାହିଁ। ଟିକା ଏବଂ ମୃତ୍ୟୁ ମଧ୍ୟରେ କୌଣସି ସଂପର୍କ ନଥାଇପାରେ ବୋଲି ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ କହିଥିଲେ। ଟିକା ଜୀବନ ବଞ୍ଚାଇ ପାରିବ ବୋଲି ତାହେଲେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କିଭଳି ‌କହିଛି ବୋଲି ଅଦାଲତ ପ୍ରଶ୍ନ କରିଥିଲେ। ଏହି ମାମଲାର ଶୁଣାଣି ଆସନ୍ତା ଦୁଇ ସପ୍ତାହ ପରେ ପୁଣି ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe