ସୁପ୍ରିମ୍‌କୋର୍ଟଙ୍କ ନୋଟିସ୍‌: ଦଳଗୁଡ଼ିକୁ ଧାର୍ମିକ ନାମ ବ୍ୟବହାରରୁ ନିବୃତ୍ତ କରାଯାଉ

Advertisment

ସିଭିସିରେ ସମୟୋଚିତ ଓ ସ୍ବଚ୍ଛ ନିଯୁକ୍ତି

ସିଭିସିରେ ସମୟୋଚିତ ଓ ସ୍ବଚ୍ଛ ନିଯୁକ୍ତି

ସୁପ୍ରିମ୍‌କୋର୍ଟରେ ଭିଭିପିଏଟି ଶୁଣାଣି: ନିର୍ବାଚନ କମିସନ ଉପରେ ଭରସା ରଖ

Image Courtesy of The Times of India

ନୂଆଦିଲ୍ଲୀ: ବିଭିନ୍ନ ରାଜନୈତିକ ଦଳ ଧାର୍ମିକ ନାମ ବ୍ୟବହାର କରୁଥିବାରୁ ସେମାନଙ୍କୁ ଏଥିରୁ ନିବୃତ୍ତ କରିବା ପାଇଁ କରାଯାଇଥିବା ଏକ ଆବେଦନ ଉପରେ ସୁପ୍ରିମ୍‌କୋର୍ଟ ନିର୍ବାଚନ କମିସନ(ଇସି)ଙ୍କୁ ନୋଟିସ୍ ଜାରି କରିଛନ୍ତି। ଆବେଦନକାରୀଙ୍କ ମତରେ ଜନପ୍ରତିନିଧି ଆଇନ (ଆର୍‌ପିଏ) ୧୯୫୧ ଅନୁସାରେ ଦଳର ନାମ ଓ ନିର୍ବାଚନୀ ସଂକେତ ଆଦିରେ ଧାର୍ମିକ ନାମ ଓ ସଂକେତ ବ୍ୟବହାର କରିବା ନିଷିଦ୍ଧ। ଧର୍ମକୁ ବ୍ୟବହାର କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଆର୍‌ପିଏର ଧାରା ୧୨୩ ବାରଣ କରିଛି। ଆବେଦନକାରୀଙ୍କ ତରଫରୁ ଲଢ଼ୁଥିବା ବରିଷ୍ଠ ଓକିଲ ଗୌରବ ଭାଟିଆ କହିଥିଲେ ଯେ କେତେକ ରାଜନୈତିକ ଦଳର ନାଁରେ ‘ମୁସଲିମ’ ଶବ୍ଦ ଅଛି। କେତେକ ରାଜନୈତିକ ଦଳ ନିଜର ଦଳୀୟ ପତାକାରେ ଅର୍ଦ୍ଧଚନ୍ଦ୍ର ଓ ତାରା ଚିହ୍ନ ରଖିଛନ୍ତି।

ସେ ଏକ ଉଦାହରଣ ଦେଇ କହିଛନ୍ତି ଯେ ଗୋଟିଏ ରାଜନୈତିକ ଦଳର ନାମ ହେଉଛି ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ୍ (ଆଇୟୁଏମ୍‌ଏଲ୍‌)। ଏପରି ଭାବେ ରାଜନୀତିକୁ କଳୁଷିତ କରିବାର ଅଧିକାର ଆମର ଅଛି କି ବୋଲି ସେ ପ୍ରଶ୍ନ କରିଛନ୍ତି। ପୂର୍ବରୁ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରା ପ୍ରଦତ୍ତ ଏକ ରାୟର ଉଲ୍ଲେଖ କରି ଭାଟିଆ କହିଥିଲେ ଯେ ଧର୍ମନିରପେକ୍ଷତା ହେଉଛି ରାଜନୀତିର ଏକ ମୌଳିକ ବୈଶିଷ୍ଟ୍ୟ। ଧାର୍ମିକ ନାମକୁ ବ୍ୟବହାର କରି ଭୋଟ ମାଗିବା ଏହି ମୌଳିକ ବୈଶିଷ୍ଟ୍ୟ ତଥା ସମ୍ବିଧାନର ଉଲ୍ଲଂଘନ କରେ। ଆବେଦନକାରୀଙ୍କ ଯୁକ୍ତି ଶୁଣିବା ପରେ ଜଷ୍ଟିସ୍ ଏମ୍‌ଆର୍ ଶାହ ଓ ଜଷ୍ଟିସ୍ କ୍ରିଷ୍ଣ ମୁରାରିଙ୍କ ଖଣ୍ଡପୀଠ ନିର୍ବାଚନ ଆୟୋଗ, ଆଇନ ଓ ନ୍ୟାୟ ମନ୍ତ୍ରଣାଳୟକୁ ଅକ୍ଟୋବର ୧୮ ସୁଦ୍ଧା ଉତ୍ତର ଦେବା ଲାଗି ନୋଟିସ୍ ଜାରି କରିଛନ୍ତି।

ସିଭିସିରେ ସମୟୋଚିତ ଓ ସ୍ବଚ୍ଛ ନିଯୁକ୍ତି

ନୂଆଦିଲ୍ଲୀ: କେନ୍ଦ୍ରୀୟ ଭିଜିଲାନ୍ସ ଆୟୋଗ (ସିଭିସି)ରେ ଅନେକ ପଦବି ଖାଲି ପଡ଼ିଥିବା ବେଳେ ଏଥିରେ ସମୟୋଚିତ ଓ ସ୍ବଚ୍ଛ ନିଯୁକ୍ତି ପାଇଁ କରାଯାଇଥିବା ଏକ ଆବେଦନ ଉପରେ ସୁପ୍ରିମ୍‌କୋର୍ଟ ସୋମବାର କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ଓକିଲ ପ୍ରଶାନ୍ତ ଭୂଷଣଙ୍କ ଜରିଆରେ ଏନ୍‌ଜିଓ କମନ କଜ୍ ଦ୍ବାରା କରାଯାଇଥିବା ଆବେଦନ ଉପରେ ଜଷ୍ଟିସ୍ ସଞ୍ଜୟ କିଷନ କୌଲ ଓ ଜଷ୍ଟିସ୍ ଅଭୟ ଏସ୍ ଓକାଙ୍କ ଖଣ୍ଡପୀଠ ଉକ୍ତ ନୋଟିସ୍ ଜାରି କରିଛନ୍ତି। ଆବେଦନରେ ଦର୍ଶାଯାଇଛି ଯେ ଅକ୍ଟୋବର ୨୦୨୦ରେ ଏକ ପଦ ଖାଲି ହେବାର ଥିବାରୁ ତାକୁ ପୂରଣ କରିବା ପାଇଁ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ଜୁଲାଇ ୧୭, ୨୦୨୦ରେ ଆଶାୟୀ ପ୍ରାର୍ଥୀମାନଙ୍କଠାରୁ ଆବେଦନ ଆହ୍ବାନ କରି ଏକ ବିଜ୍ଞପ୍ତି ଜାରି କରିଥିଲା। ଆବେଦନର ଶେଷ ତାରିଖ ଥିଲା ଅଗଷ୍ଟ ୧୭, ୨୦୨୦। ତେବେ ଆଜିଯାଏ ଏହି ପଦରେ କାହାକୁ ନିଯୁକ୍ତି ଦିଆଯାଇ ନାହିଁ। ସେହିପରି ୨୦୨୧ ଜୁନ୍ ମାସରେ ଏକ ପଦବି ଖାଲି ହେବାର ଥିବାରୁ ଏହାକୁ ପୂରଣ କରିବା ପାଇଁ ଡିଓପିଟି ୨୦୨୧ ମେ ୪ରେ ଏକ ବିଜ୍ଞପ୍ତି ଜାରି କରିଥିଲା। ଆବେଦନର ଶେଷ ତାରିଖ ଥିଲା ୨୦୨୧ ଜୁନ୍ ୭ ତାରିଖ। କିନ୍ତୁ ଆଜି ଯାଏ ସିଭିସିରେ ଏହି ପଦ ପୂରଣ ହୋଇ ନାହିଁ। ଆବେଦନକାରୀ ଯୁକ୍ତି ବାଢ଼ିଥିଲେ ଯେ, ସର୍ବୋଚ୍ଚ ଅଦାଲତଙ୍କ ୨୦୧୧ର ଏକ ରାୟରେ ସିଭିସି ସଦସ୍ୟ ନିଯୁକ୍ତିରେ ସ୍ବଚ୍ଛତା ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe