ବିବିସି ଡକୁମେଣ୍ଟାରି ନିଷିଦ୍ଧ ପ୍ରସଙ୍ଗ: କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ

Advertisment

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ପ୍ରସ୍ତୁତ ବିବିସି ଡକୁମେଣ୍ଟାରି ନିଷିଦ୍ଧ କରିବା ସଂକ୍ରାନ୍ତ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ସୁପ୍ରିମକୋର୍ଟରେ ହୋଇଥିବା ବିଭିନ୍ନ ଆବେଦନ ଉପରେ କୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ନୋଟିସ କରିଛନ୍ତି। ଉକ୍ତ ଆବେଦନ ଉପରେ କୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ କରିବା ସହ ୩ ସପ୍ତାହ ମଧ୍ୟ‌ରେ ଜବାବ ମାଗିଛନ୍ତି। ବରିଷ୍ଠ ସାମ୍ବାଦିକ ଏନ୍‌ ରାମ, ଆଇନୀଜୀବ ସାମାଜିକ କର୍ମୀ ପ୍ରଶାନ୍ତ ଭୂଷଣ ଏବଂ ଟିଏମ୍‌ସି ସାଂସଦ ମହୁଆ ମୋଇତ୍ରଙ୍କ ଆବେଦନ ଉପରେ ଶୁଣାଣି କରି କୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ କରିଛନ୍ତି।

ସେହିପରି ଆଇନଜୀବୀ ଏମଏଲ ଶର୍ମା ଅନ୍ୟ ଏକ ପିଟିସନ କରି କହିଛନ୍ତି ଯେ ଡକୁମେଣ୍ଟାରି ନିଷିଦ୍ଧ କରିବା ଦୁର୍ଭାଗ୍ୟଜନକ, ସ୍ବେଚ୍ଛାଚାରୀ ଏବଂ ଅସାମ୍ବିଧାନିକ। ଉଲ୍ଲେଖଯୋଗ୍ୟ, ଜାନୁଆରି ୨୧ ତାରିଖରେ କେନ୍ଦ୍ର ସରକାର ସୂଚନା ପ୍ରଯୁକ୍ତି ଆଇନ ୨୦୨୧ ଅଧୀନରେ ଜରୁରୀ ପ୍ରାବଧାନ ବ୍ୟବହାର କରି ବିବାଦୀୟ ଟ୍ବିଟର ଏବଂ ୟୁଟ୍ୟୁବ ଭିଡିଓକୁ ବନ୍ଦ କରିଦେଇଥିଲେ। ତେବେ ଏହି ଡକୁମେଣ୍ଟାରି ନିଷିଦ୍ଧ ହେବାପରେ ୨ ଭାଗ ବିବିସି ସିରିଜ୍‌କୁ ଅନେକ ବିରୋଧୀ ଦଳ ନେତାମାନେ ସେୟାର କରିଥିଲେ। ବିବିସି ଡକୁମେଣ୍ଟାରି ପ୍ରଦର୍ଶନକୁ ବିରୋଧ କରାଯାଇଥିବାରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ହିଂସା ମଧ୍ୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe