‘ଗ୍ରାମ ନ୍ୟାୟାଳୟ’ ପ୍ରତିଷ୍ଠା ନେଇ ହାଇକୋର୍ଟଗୁଡ଼ିକୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ୍

ସୁପ୍ରିମ୍‌କୋର୍ଟକୁ ପ୍ରଥମ ଥର ପାଇଁ ମିଳିବେ ୩ ଦଳିତ ବିଚାରପତି

Image Courtesy of The Economic Times

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ତତ୍ତ୍ବାବଧାନରେ ଦେଶରେ ଗ୍ରାମ ନ୍ୟାୟାଳୟ ପ୍ରତିଷ୍ଠା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକୁ ନିର୍ଦ୍ଦେଶ ଦେବା ନିମନ୍ତେ ୨୦୧୯ରେ ଏକ ଆବେଦନ କରାଯାଇଥିଲା। ଏହା ଉପରେ ନିଜର ପ୍ରତିକ୍ରିୟା ରଖିବାକୁ ସୁପ୍ରିମ୍‌କୋର୍ଟ ସବୁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ଏସ୍‌ଏ ନାଜିର ଓ ଭି ରାମସୁବ୍ରମଣ୍ରମ୍‌ଙ୍କ ଖଣ୍ଡପୀଠ ସବୁ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କୁ ନୋଟିସ୍ କରିବା ସହ ସେମାନଙ୍କୁ ପକ୍ଷ କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ହାଇକୋର୍ଟମାନଙ୍କୁ ଏଥିରେ ପକ୍ଷ କରାଯିବା ଉଚିତ କାରଣ ଗ୍ରାମ ନ୍ୟାୟାଳୟ ପ୍ରତିଷ୍ଠା ହେଲେ ସେମାନେ ହେବେ ତାହାର ତତ୍ତ୍ବାବଧାରକ।

ନ୍ୟାସନାଲ ଫେଡ଼େରେସନ ଅଫ୍ ସୋସାଇଟିଜ୍ ଫର୍ ଫାଷ୍ଟ ଜଷ୍ଟିସ୍ ନାମକ ଏନ୍‌ଜିଓ ଓ ଅନ୍ୟମାନଙ୍କ ତରଫରୁ ଉକ୍ତ ଆବେଦନ କରାଯାଇଥିବା ବେଳେ ଓକିଲ ପ୍ରଶାନ୍ତ ଭୂଷଣ ମାମଲା ଲଢ଼ୁଛନ୍ତି। ଭୂଷଣ କହିଥିଲେ ଯେ, ରାଜ୍ୟଗୁଡ଼ିକୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୋର୍ଟ ୨୦୨୦ରେ କହିଥିଲେ ମଧ୍ୟ ଅନେକ ରାଜ୍ୟ ଏ ପର୍ଯ୍ୟନ୍ତ କିଛି କରିନାହାନ୍ତି। ଗ୍ରାମ ନ୍ୟାୟାଳୟଗୁଡ଼ିକ ଏପରି ହେବା ଉଚିତ, ଯେଉଁଠି ନିଜର ଅଭିଯୋଗ ଦାଖଲ କରିବା ଓ ନ୍ୟାୟ ପାଇବା ପାଇଁ ସାଧାରଣ ଲୋକଙ୍କୁ କୌଣସି ଓକିଲଙ୍କ ସାହାଯ୍ୟ ନେବାକୁ ପଡ଼ିବ ନାହିଁ। ଆସନ୍ତା ଡିସେମ୍ବର ୫ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ। ସୂଚନାଯୋଗ୍ୟ, ତୃଣମୂଳସ୍ତର ପର୍ଯ୍ୟନ୍ତ ନ୍ୟାୟ ପହଞ୍ଚାଇବା ପାଇଁ ୨୦୦୮ରେ ସଂସଦରେ ଗ୍ରାମ ନ୍ୟାୟାଳୟ ପ୍ରତିଷ୍ଠା ପାଇଁ ଆଇନ ପାସ୍ ହୋଇଥିଲା, ଯାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe