Kanooniyat
ନୂଆଦିଲ୍ଲୀ : ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଏବଂ ଟ୍ବିଟର ଇଣ୍ଡିଆ ନିକଟକୁ ସୁପ୍ରିମ୍ କୋର୍ଟ ନୋଟିସ ଜାରି କରିଛନ୍ତି। ସୂଚନାଯୋଗ୍ୟ, ଗତ ମାସରେ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଦୁଇଟି ବିବାଦୀୟ ଟ୍ବିଟ୍ ପୋଷ୍ଟ କରିଥିଲେ। ପ୍ରଶାନ୍ତଭୂଷଣ ଟ୍ବିଟ୍ କରିଥିଲେ, ‘ଯେତେବେଳେ ଭବିଷ୍ୟତର ଐତିହାସିକମାନେ ଦେଶର ଗତ ୬ ବର୍ଷ ମଧ୍ୟରେ ଧ୍ବଂସ ପାଇଥିବା ଗଣତନ୍ତ୍ର ବ୍ୟବସ୍ଥାର ସମୀକ୍ଷା କରିବେ, ଏଥିରୁ ସୁପ୍ରିମ୍ କୋର୍ଟ ବିଶେଷକରି ଶେଷ ୪ ଜଣ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ବାଦ ପଡ଼ିବନାହିଁ।’ ଏହା ବ୍ୟତୀତ ପ୍ରଶାନ୍ତ ଭୂଷଣ ସୁପ୍ରିମ୍ କୋର୍ଟ ପ୍ରଧାନ ବିଚାରପତି ବାଇକ୍ ଚଳାଉଥିବା ଫଟୋ ସମ୍ବଳିତ ଆଉ ଏକ ଟ୍ବିଟ୍ କରିଥିଲେ। ତେବେ ଏଭଳି ବିବାଦୀୟ ଟ୍ବିଟ୍ ଅଦାଲତ ଅବମାନନା କରୁଛି ଦର୍ଶାଇ ସୁପ୍ରିମ କୋର୍ଟ ଆଜି ପ୍ରଶାନ୍ତ ଭୂଷଣଙ୍କ ସମେତ ଟ୍ବିଟର ଇଣ୍ଡିଆ ନିକଟକୁ ନୋଟିସ ଜାରି କରିଛନ୍ତି।
Follow Us