ନୂଆଦିଲ୍ଲୀ: ଖୁବଶୀଘ୍ର ବଦଳିବାକୁ ଯାଉଛି ସୁପ୍ରିମକୋର୍ଟର ରୂପରେଖ। ଏଣିକି ଓକିଲ ଓ ମହକିଲମାନଙ୍କୁ କୋର୍ଟରେ ପହଞ୍ଚିବା ପାଇଁ ଦିଲ୍ଲୀର ଗରମ, ଥଣ୍ଡା କି ବର୍ଷାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। କାହିଁକି ନା ଆଗାମୀ ଦିନରେ ସୁପ୍ରିମକୋର୍ଟ ପରିସର ଦେଇ ମେଟ୍ରୋ ଲାଇନ୍ ସହ ସଂଯୋଗ ହେବ, ଯାହା ପ୍ରତିଦିନ ଆସୁଥିବା ହଜାର ହଜାର ଲୋକଙ୍କୁ ଆଶ୍ଵସ୍ତି ପ୍ରଦାନ କରିବ। ଏନେଇ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଏକ ଭବିଷ୍ୟତ ଭିତ୍ତିଭୂମିର ଯୋଜନା ପାଇଁ ପ୍ରସ୍ତାବ ଦେଇପାରନ୍ତି।
ସୁପ୍ରିମକୋର୍ଟ ପାଇଁ ଏକ ମେଟ୍ରୋ ଲାଇନର ପ୍ରସ୍ତାବ ଦିଆଯାଇଛି। ଏହି ମେଟ୍ରୋ ଲାଇନ ସିଧାସଳଖ କୋର୍ଟ ପରିସର ଦେଇ ଗତି କରିବ। ପ୍ରଧାନ ବିଚାରପତି କହିଛନ୍ତି, ଆଇନ ସଚିବ ନିଜେ ପ୍ରକଳ୍ପର ତଦାରଖ କରୁଛନ୍ତି। ଏଥିପାଇଁ ସରକାରଙ୍କ ପାଖରେ ବଜେଟର କୌଣସି ଅଭାବ ନାହିଁ। କାମ ଦ୍ରୁତ ଗତିରେ ଚାଲିଛି।
ଆହୁରି ପଢ଼ନ୍ତୁ: Parakram Diwas: ନେତାଜୀଙ୍କ ଜୀବନ କାହାଣୀ ମୋ ମନରେ ପ୍ରଥମେ ଦେଶପ୍ରେମର ବହ୍ନି ଜାଳିଥିଲା: ଉପରାଷ୍ଟ୍ରପତି
ସମସ୍ତଙ୍କୁ ମିଳିବ ସୁବିଧା
ସିଜେଆଇ କହିଛନ୍ତି, ଦେଶରେ ପାଣିପାଗ ସ୍ଥିତି ଦିନକୁ ଦିନ ବିଗୁଡୁଛି। ଏହି ପରିସ୍ଥିତିରେ ଘରୁ ବାହାରି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଲୋକଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଯାଉଛି। ଖରା ଏବଂ ବର୍ଷା ଦିନରେ କୋର୍ଟ ପହଞ୍ଚିବା ଲୋକଙ୍କ ପାଇଁ କାଠିକର ପାଠ ହେଉଛି। ତେଣୁ ଏହି ସମସ୍ୟାକୁ ଦୂର କରିବା ପାଇଁ ମେଟ୍ରୋ କନେକ୍ଟିଭିଟିର ପ୍ରସ୍ତାବ ଦିଆଯାଇଛି। ସୁପ୍ରିମକୋର୍ଟଙ୍କ ଏହି ଯୋଜନାକୁ ମେଟ୍ରୋ ପ୍ରଶାସନ ପୁରା ସହଯୋଗ କରିଛନ୍ତି। ଯଦି ଏହି ମେଟ୍ରୋ ଲାଇନ୍ ନିର୍ମାଣ ହେଉଛି, ତେବେ ବିନା କୌଣସି ଅସୁବିଧାରେ ଲୋକେ ସିଧା କୋର୍ଟରେ ପହଞ୍ଚିପାରିବେ। ଏହାଦ୍ଵାରା କେବଳଯେ ସମସ୍ତଙ୍କ ମୂଲ୍ୟବାନ ସମୟ ବଞ୍ଚିବ ତାନୁହେଁ ଲୋକଙ୍କ ଥକ୍କାପଣ ବି ଦୂର ହୋଇପାରିବ।
ଆହୁରି ପଢ଼ନ୍ତୁ: Maoists Surrender: ୭ମହିଳା କ୍ୟାଡରଙ୍କ ସମେତ ଆତ୍ମସମର୍ପଣ କଲେ ୯ମାଓବାଦୀ
Follow Us