Supreme Court Photograph: (sambad.in)
ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ କହିଛନ୍ତି ଯେ ଯଦି କୌଣସି ଅପରାଧର ଗମ୍ଭୀରତାକୁ ବିଚାରକୁ ନ ନେଇ ଏବଂ ମାମଲାକୁ ଭଲଭାବେ ନ ବୁଝି ଜାମିନ ଦିିଆଯାଇଥାଏ ତେବେ ସେହି ଜାମିନ ବାତିଲ ହୋଇପାରିବ। ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଓ ଏନ୍ଭି ଅଞ୍ଜରିଆଙ୍କ ଖଣ୍ଡପୀଠ ଆବେଦନକାରୀ ଗୁଲାବକାଳିଙ୍କ ଦ୍ବାରା ଆହ୍ଲାବାଦ ହାଇକୋର୍ଟଙ୍କ ୨୦୨୫ ସେପ୍ଟମ୍ବର ୨ ତାରିଖ ରାୟ ବିରୋଧରେ ଏକ ଆବେଦନର ଶୁଣାଣି ସମୟରେ ଏହି ରାୟ ଦେଇଛନ୍ତି। ଗୁଲାବକାଳିଙ୍କ ଝିଅ ରାଜକେଶର ଚୌଧରୀଙ୍କ ହତ୍ୟା ମାମଲାରେ ଆହ୍ଲାବାଦ ହାଇକୋର୍ଟ ୨୦୨୫ ସେପ୍ଟେମ୍ବର ୨ ତାରିଖରେ ଆଶିଷ ଗୌତମ ଓରଫ ଅରବିନ୍ଦ କୁମାରଙ୍କୁ ନିୟମିତ ଜାମିନ ମଞ୍ଜୁର କରିଥିଲେ।
ତେବେ ଏହି ରାୟକୁ ବିରୋଧ କରି ଗୁଲାବକାଳି ସୁପ୍ରିମ୍କୋର୍ଟ ଯାଇଥିଲେ। କୋର୍ଟ ତାଙ୍କ ଆବେଦନର ଶୁଣାଣି ସମୟରେ ଏହି ଗୁୁରୁତ୍ବପୂର୍ଣ୍ଣ ରାୟ ଦେଇ କହିଥିଲେ ଯେ ଯଦି ଅପରାଧର ଗମ୍ଭୀରତାକୁ ବିଚାର ନ କରି ଜାମିନ ପ୍ରଦାନ କରାଯାଇଥାଏ ତେବେ ତାହା ବାତିଲ ହୋଇପାରିବ। ଫେବ୍ରୁଆରି ୪ ତାରିଖ ରାୟରେ କୋର୍ଟ ମୁଖ୍ୟ ଅଭିଯୁକ୍ତକୁ ପ୍ରୟାଗରାଜରେ ହୋଇଥିବା ହତ୍ୟା ମାମଲାରେ ୨ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ କହିଥିଲେ।
Follow Us