ସବୁବେଳେ କୋର୍ଟଙ୍କ ଅଦେଶକୁ ଅପେକ୍ଷା କ’ଣ ପାଇଁ? ପ୍ରଦୂଷଣକୁ ନେଇ ଶୁଣାଣିରେ ସରକାରଙ୍କୁ କହିଲେ ସୁପ୍ରିମକୋର୍ଟ

Advertisment
ସବୁବେଳେ କୋର୍ଟଙ୍କ ଅଦେଶକୁ ଅପେକ୍ଷା କ’ଣ ପାଇଁ? ପ୍ରଦୂଷଣକୁ ନେଇ ଶୁଣାଣିରେ ସରକାରଙ୍କୁ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଥିବାବେଳେ ଅଦାଲତ ପୁଣି ଥରେ ଏକ ବଡ଼ ଟିପ୍ପଣୀ ଦେଇଛନ୍ତି। ସୁପ୍ରିମକୋର୍ଟ ନଡ଼ା ଜଳା ଉପରେ ପ୍ରତିବନ୍ଧକ ଲଗାଇବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ରାଜ୍ୟ ସରକାର କରିବାକୁ ପଡ଼ିବ ବୋଲି ଅଦାଲତ ଶୁଣାଣିରେ କହିଛନ୍ତି।

ସୁପ୍ରିମକୋର୍ଟରେ ଜଷ୍ଟିସ ଏସ.କେ କୌଲ୍‌ କହିଛନ୍ତି କି ‘‘ପ୍ରଦୂଷଣର ଉତ୍ସ ସମସ୍ତେ ଜାଣନ୍ତି, କିନ୍ତୁ କାହିଁକି କିଛି କରାଯାଉ ନାହିଁ? ସେ କହିଥିଲେ ଯେ ଆମେ ବିଶେଷଜ୍ଞ ନୁହଁ, କିନ୍ତୁ ଆଗକୁ କାହିଁକି କିଛି ହଉନାହିଁ ତାହା ଆମେ ଜାଣିବାକୁ ଚାହୁଁଛୁ। ପ୍ରତ୍ୟେକ ଥର ଆମକୁ ହସ୍ତକ୍ଷେପ କରିବାକୁ ପଡ଼ିବ? ଆମେ କେବଳ ଉପାୟକୁ ମୂଳରୁ କାର୍ଯ୍ୟକାରୀ କରିବାକୁ ଚାହୁଁଛୁ।’’

ଏଥିସହ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ କହିଛନ୍ତି ଯେ ‘‘ଏତେ ସଂଖ୍ୟକ ରିପୋର୍ଟ ଅଛି, ଏତେ ସଂଖ୍ୟକ ବୈଠକ, କମିସନ ରହିଛି ହେଲେ କିଛି ଘଟୁନାହିଁ, ପ୍ରତ୍ୟେକ ଥର କୋର୍ଟଙ୍କ ନିର୍ଦ୍ଦେଶକୁ କାହିଁକି ଅପେକ୍ଷା କରାଯାଉଛି?’’ ଜଷ୍ଟିସ କୌଲ୍‌ ଧାନ ଚାଷକୁ ନଡ଼ା ଜଳିବାର ପ୍ରମୁଖ କାରଣ ବୋଲି କହି ଚାଷୀମାନଙ୍କୁ ଅନ୍ୟ ଫସଲ ଚାଷ କରିବାକୁ ଉତ୍ସାହିତ କରିବାର ଆବଶ୍ୟକତା ଅଛି ବୋଲି ମତ ପ୍ରକାଶ କରିଛନ୍ତି।

ତେବେ ଦିଲ୍ଳୀରେ ସମାନ୍ୟ ବର୍ଷା ପରେ ପରିବେଶ ଟିକେ ବଦଳିଥିବା‌ ହେତୁ ଜଷ୍ଟିସ କୌଲ୍‌ ଏହାର ଶ୍ରେୟ ଲୋକମାନଙ୍କ ପ୍ରାର୍ଥନାକୁ ଦେଇଛନ୍ତି। ସେ କହିଛନ୍ତି ଯେ ଈଶ୍ବର ଲୋକଙ୍କ ପ୍ରର୍ଥନା ଶୁଣିଲେ। ଏଥିପାଇଁ ସରକାର ଧନ୍ୟବାଦ ପାଇବାର ହକ୍‌ଦାର ନୁହଁନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe