ନିର୍ବାଚନ କମିସନ ଉପରେ ବର୍ଷିଲେ ସୁପ୍ରିମ୍‌କୋର୍ଟ: ସତ୍ୟପାଠ ଖଣ୍ଡପୀଠରେ ପହଞ୍ଚିବା ପୂର୍ବରୁ ଗଣମାଧ୍ୟମରେ ପ୍ରକାଶ

Advertisment

କମିଟି ଗଠନ ଲାଗି ପ୍ରସ୍ତାବ, କମିଟି‌େର ସାମିଲ ହେବାକୁ ମନାକଲେ ଇସି

କମିଟି ଗଠନ ଲାଗି ପ୍ରସ୍ତାବ, କମିଟି‌େର ସାମିଲ ହେବାକୁ ମନାକଲେ ଇସି

ସୁପ୍ରିମ୍‌କୋର୍ଟରେ ଭିଭିପିଏଟି ଶୁଣାଣି: ନିର୍ବାଚନ କମିସନ ଉପରେ ଭରସା ରଖ

Image Courtesy of The Times of India

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡ଼ିକ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ପ୍ରକାର ଜିନିଷ ମାଗଣାରେ ଦେବା (ଫ୍ରିବି)କୁ ବିରୋଧ କରି ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ସୁପ୍ରିମ୍‌କୋର୍ଟରେ ହୋଇଛି। ଏହି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ସବୁପକ୍ଷର ପରାମର୍ଶ ସୁପ୍ରିମ୍‌କୋର୍ଟ ଲୋଡ଼ିଛନ୍ତି। ଏଥିସହିତ ସମାଜ ମଙ୍ଗଳ ପଦକ୍ଷେପ ସହିତ ଅର୍ଥନୀତି କ୍ଷତି ସହୁଥିବା ମଧ୍ୟରେ ଏକ ସନ୍ତୁଳନ ରକ୍ଷାର ଆବଶ୍ୟକତା ରହିଛି ବୋଲି ସୁପ୍ରିମ୍‌କୋର୍ଟ ଶୁଣାଣି ବେଳେ ମତ ଦେଇଛନ୍ତି। ନିର୍ବାଚନ ସମୟରେ ଲୋକଙ୍କୁ ଅବାସ୍ତବ ପ୍ରତିଶ୍ରୁତି ଦେଉଥିବା ରାଜନୈତିକ ଦଳଗୁଡ଼ିକର ପଞ୍ଜୀକରଣକୁ ରଦ୍ଦ କରିବା ପାଇଁ କିନ୍ତୁ ସୁପ୍ରିମ୍‌କୋର୍ଟ ମନା କରିଦେଇଛନ୍ତି। ପ୍ରଧାନ ବିଚାରପତି ଏନ୍‌ଭି ରମଣା ଏବଂ ବିଚାରପତି କ୍ରିଷ୍ଣା ମୁରାରିଙ୍କ ଖଣ୍ଡପୀଠ କହିଛନ୍ତି ଫ୍ରିବି ଏବଂ ସମାଜମଙ୍ଗଳ ଯୋଜନା ଦୁଇଟି ଭିନ୍ନ ବିଷୟ। ତେଣୁ ଏହି ଦୁଇଟି ବିଷୟ ମଧ୍ୟରେ ସନ୍ତୁଳନ ରହିବା ଆବଶ୍ୟକ। ଏଥିପାଇଁ ଏହି ବିତର୍କ ଆରମ୍ଭ ହୋଇଛି। ମୋର ଅବସର ପୂର୍ବରୁ କେହି ଏହି ବିଷୟରେ ତାଙ୍କ ଚିନ୍ତାଧାରା ‌ଦାଖଲ କରନ୍ତୁ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ସୂଚନାଯୋଗ୍ୟ, ପ୍ରଧାନ ବିଚାରପତି ଏନ୍‌ଭି ରମଣା ଆସନ୍ତା ୨୬ ତାରିଖରେ ଅବସର ନେବେ।

ରାଜନୈତିକ ଦଳଗୁଡ଼ିକର ପଞ୍ଜୀକରଣ ପ୍ରତ୍ୟାହାର ଆଦି ପ୍ରସଙ୍ଗରେ ବୈଧାନିକ ଶୂନ୍ୟତା ରହିଥିଲେ ମଧ୍ୟ ବ୍ୟବସ୍ଥାପିକାର କ୍ଷମତା ପରିସରକୁ ସେ ପ୍ରବେଶ କରିବେ ନାହିଁ ବୋଲି ପ୍ରଧାନ ବିଚାରପତି ସ୍ପଷ୍ଟ କରିଦେଇଛନ୍ତି। କାରଣ ତାହା ଅଗଣତାନ୍ତ୍ରିକ ହେବ। ଯାହା ବି ହେଲେ ଭାରତ ଏକ ଗଣତନ୍ତ୍ର ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଖଣ୍ଡପୀଠ ଶୁଣାଣି ବେଳେ ନିର୍ବାଚନ କମିସନକୁ ଭର୍ତ୍ସନା କରିଛନ୍ତି। ଅଦାଲତରେ ସତ୍ୟପାଠ ଯଥାସମୟରେ ପହଞ୍ଚି ନ ଥିବା ବେଳେ ଏକ ଖବରକାଗଜରେ ପ୍ରକାଶ ପାଇଥିବାରୁ ଖଣ୍ଡପୀଠ ପ୍ରବଳ ବିରକ୍ତ ହୋଇଛନ୍ତି। ଶୁଣାଣି ସମୟରେ ପ୍ରଧାନବିଚାରପତି ନିର୍ବାଚନ ପୂର୍ବରୁ ମାଗଣା ବାଣ୍ଟିବା ଓ ମାଗଣା ଦେବାକୁ ପ୍ରତିଶ୍ରୁତି ଦେଉଥିବା ରାଜନୈତିକ ଦଳଗୁଡ଼ିକ ଉପରେ ପ୍ରବଳ ବର୍ଷିଥିଲେ।

ସତ୍ୟପାଠ ଖଣ୍ଡପୀଠରେ ପହଞ୍ଚିବା ପୂର୍ବରୁ ଗଣମାଧ୍ୟମରେ ପ୍ରକାଶ
କମିଟି ଗଠନ ଲାଗି ପ୍ରସ୍ତାବ
ଫ୍ରିବି ଓ ସମାଜ ମଙ୍ଗଳ ଯୋଜନା ମଧ୍ୟରେ ସନ୍ତୁଳନ ଆବଶ୍ୟକ

କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ ମାଗଣା ବଣ୍ଟନ ଯୋଜନା ଦ୍ବାରା ଦେଶର ଅର୍ଥନୀତି ବିପର୍ଯ୍ୟୟ ଆଡ଼କୁ ଗତି କରିବ। ଅନେକ ରାଷ୍ଟ୍ରାୟତ୍ତ ସଂସ୍ଥା ଯଥା ବିଦ୍ୟୁତ୍ କମ୍ପାନିଗୁଡ଼ିକ ଗୁରୁତର ଆର୍ଥିକ ଚାପ ଭିତରେ ରହୁଛନ୍ତି। ସେମାନଙ୍କ କଥା ବି ଶୁଣିବା ଉଚିତ। ଭାରତୀୟ ରିଜର୍ଭ ବ୍ୟାଙ୍କ, ନିତି ଆୟୋଗ ଏବଂ ବିଦ୍ୟୁତ୍ କମ୍ପାନିଗୁଡ଼ିକ ପରି ଚାପଗ୍ରସ୍ତ ସଂସ୍ଥାମାନଙ୍କୁ ନେଇ ଏକ କମିଟି ଗଠନ କରାଯିବା ଉଚିତ। ଜନମଙ୍ଗଳ ଯୋଜନା ଭଲ ମାତ୍ର ମାଗଣା ବଣ୍ଟନ ଉପରେ ରୋକ୍ ଲଗାଯିବା ଉଚିତ। ବରିଷ୍ଠ ଓକିଲ କପିଲ ସିବଲ କହିଥିଲେ ଯେ ଏହା ଏକ ଜଟିଳ ପ୍ରସଙ୍ଗ। ଏହା କୃଷିକ୍ଷେତ୍ର ଓ ଆୟର ସ୍ତରକୁ ପ୍ରଭାବିତ କରୁଛି। ବରିଷ୍ଠ ଓକିଲ ବିଜୟ ହଂସାରିଆ କହିଥିଲେ ଯେ ସ୍ବାଧୀନ ଆଇନଗତ କମିଟି ଗଠନ କରାଯିବା ଉଚିତ, ଯାହା ବିତ୍ତୀୟ ନିଅଣ୍ଟ ସ୍ଥିତିର ସମୀକ୍ଷା କରି ପ୍ରସ୍ତାବ ଦେବ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୭ ତାରିଖରେ ହେବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି। ଜନସ୍ବାର୍ଥ ମାମଲାରେ ଦଳମାନଙ୍କ ନିର୍ବାଚନୀ ଇସ୍ତାହାରକୁ ନିୟମିତ କରିବା ପାଇଁ ନିର୍ଦ୍ଦେଶାବଳି ଜାରି କରିବାକୁ ଅନୁରୋଧ କରାଯାଇଥିଲା। ଇସ୍ତାହାରରେ ଦେଉଥିବା ପ୍ରତିଶ୍ରୁତିଗୁଡ଼ିକ ପାଇଁ ଦଳଗୁଡ଼ିକୁ ଉତ୍ତରଦାୟୀ କରିବା ଲାଗି ଅନୁରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe