ଅମରାବତୀ: ଆନ୍ଧ୍ର ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମ୍‌କୋର୍ଟଙ୍କ ରହିତାଦେଶ

ଅମରାବତୀ: ଆନ୍ଧ୍ର ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମ୍‌କୋର୍ଟଙ୍କ ରହିତାଦେଶ

Live Law

ଅମରାବତୀ : ୬ ମାସ ଭିତରେ ଅମରାବତୀକୁ ଆନ୍ଧ୍ରପ୍ରଦେଶର ଏକମାତ୍ର ରାଜଧାନୀ କରିବା ଲାଗି ହାଇକୋର୍ଟ ଆଦେଶ ଦେଇଥିବା ବେଳେ ସୋମବାର ସୁପ୍ରିମ୍‌କୋର୍ଟ ଏହା ଉପରେ ରହିତାଦେଶ ଜାରି କରିଛନ୍ତି।

ଜଷ୍ଟିସ୍ କେଏମ୍ ଜୋସେଫ ଓ ବିଭି ନାଗରତ୍ନାଙ୍କ ଖଣ୍ଡପୀଠ ହାଇକୋର୍ଟ ବିରୋଧରେ ରାଜ୍ୟ ସରକାର କରିଥିବା ଆବେଦନର ଶୁଣାଣି କରୁଥିଲେ। ହାଇକୋର୍ଟ କେବେହେଲେ ଟାଉନ-ପ୍ଲାନର ହୋଇପାରିବେନି ବୋଲି ରାଜ୍ୟ ସରକାର ଯୁକ୍ତି ବାଢ଼ିଥିଲେ। ହାଇକୋର୍ଟଙ୍କ ରାୟ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ‘ତିନି ରାଜଧାନୀ ଯୋଜନା’ର ବିରୋଧୀ ଥିଲା। ହାଇକୋର୍ଟ କହିଥିଲେ ଯେ ରାଜଧାନୀକୁ ସ୍ଥାନାନ୍ତର କରିବା, ଦୁଇଭାଗ ବା ତିନିଭାଗ କରିବା ଲାଗି ରାଜ୍ୟ ବିଧାନସଭାର ଦକ୍ଷତା ନାହିଁ। ତେଣୁ ଅମରାବତୀକୁ ଛଅମାସ ଭିତରେ ରାଜ୍ୟର ଏକମାତ୍ର ରାଜଧାନୀ କରିବାକୁ ସରକାରଙ୍କୁ ଆଦେଶ ଦେଇଥିଲେ। ହାଇକୋର୍ଟ ଟାଉନ-ପ୍ଲାନର ହୋଇପାରିବେନି ବୋଲି ରାଜ୍ୟ ସରକାରଙ୍କ ଯୁକ୍ତି ଶୁଣିବା ପରେ ଖଣ୍ଡପୀଠ ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଜାରି କରିଛନ୍ତି। ଏଥି ସହ ଏହି ମାମଲାର ଆଇନଗତ ଦିଗ ଉପରେ ଆସନ୍ତା ଜାନୁଆରି ୩୧ରେ ଶୁଣାଣି କରାଯିବ ବୋଲି କହିଛନ୍ତି। କୋର୍ଟ ମଧ୍ୟ ରାଜ୍ୟ ସରକାର ତଥା ଅମରାବତୀ ପୌରାଞ୍ଚଳ ବିକାଶ ପ୍ରାଧିକରଣକୁ ଅମରାବତୀରେ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ଆଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe