ଆହ୍ଲାବାଦ ହାଇକୋର୍ଟ ପରିସରରୁ ମସଜିଦ ହଟାଇବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

ଆହ୍ଲାବାଦ ହାଇକୋର୍ଟ ପରିସରରୁ ମସଜିଦ ହଟାଇବାକୁ ସୁପ୍ରିମ୍‌କୋର୍ଟଙ୍କ  ନିର୍ଦ୍ଦେଶ

Bar and Bench

ନୂଆଦିଲ୍ଲୀ: ଆଲ୍ଲାହାବାଦ ହାଇକୋର୍ଟ ପରିସରରେ ଥିବା ମସଜିଦକୁ ସୁପ୍ରିମ୍‌କୋର୍ଟ ୩ ମାସ ଭିତରେ ହଟାଇବାକୁ କର୍ତ୍ତୃପକ୍ଷଙ୍କୁ ଆଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ମସଜିଦଟି ଏକ ଲିଜ୍ ସମ୍ପତ୍ତି ଉପରେ ନିର୍ମିତ ହୋଇଥିଲା। ବର୍ତ୍ତମାନ ଲିଜ୍ ଅବଧି ପୂରିଯାଇଥିବାରୁ ଆବେଦନକାରୀମାନେ ତାକୁ ରଖିବାକୁ ଦାବି କରିପାରିବେ ନାହିଁ।

ସୂଚନାଯୋଗ୍ୟ, ନଭେମ୍ବର ୨୦୧୭ରେ ଆଲ୍ଲାହାବାଦ ହାଇକୋର୍ଟ ୩ ମାସ ଭିତରେ ଉକ୍ତ ମସଜିଦକୁ କୋର୍ଟ ପରିସରରୁ ହଟାଇବାକୁ ଆଦେଶ ଦେଇଥିଲେ। ଏହା ବିରୋଧରେ ୱାକଫ ମସଜିଦ ହାଇକୋର୍ଟ ଓ ୟୁପି ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସର୍ବୋଚ୍ଚ ଅଦାଲତ ସୋମବାର ଏହି ଆବେଦନକୁ ଖାରଜ କରିଦେବା ସହ ଲିଜ୍ ଅବଧି ପୂରିଯାଇଥିବାରୁ ତାହା ଉପରେ ସେମାନଙ୍କର ଆଉ କୌଣସି ଅଧିକାର ନାହିଁ ବୋଲି କହିଛନ୍ତି। ଏଥି ସହ ତିନିମାସ ଭିତରେ ମସଜିଦକୁ ଅପସାରିତ କରିବାକୁ ଆଦେଶ ଦେଇଛନ୍ତି। ଜଷ୍ଟିସ୍ ଏମ୍‌ଆର୍‌ ଶାହ ଓ ସିଟି ରବିକୁମାରଙ୍କ ବେଞ୍ଚ କହିଛନ୍ତି ଯେ ଆବେଦନକାରୀମାନେ ଆଖପାଖ ନୂତନ ଜାଗାରେ ମସଜିଦ ନିର୍ମାଣ ନିମନ୍ତେ ଜମି ଦେବା ଲାଗି ରାଜ୍ୟ ସରକାରଙ୍କୁ ଆବେଦନ କରିପାରିବେ। କୋର୍ଟ ପୁଣି କହିଛନ୍ତି ଯେ ଆବେଦନକାରୀମାନେ ଯଦି ୩ ମାସ ଭିତରେ ମସଜିଦକୁ ନ ଭାଙ୍ଗନ୍ତି ତେବେ କର୍ତ୍ତୃପକ୍ଷ କିମ୍ବା ହାଇକୋର୍ଟ ଏହାକୁ ଭାଙ୍ଗିଦେଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe