ବିକ୍ରି ହେବ ଜେଟ୍ ଏୟାରଓ୍ବେଜ୍ ସଂପତ୍ତି

ଦେବାଳିଆ ହୋଇ ଅଚଳ ହୋଇପଡ଼ିଥିବା ଜେଟ୍ ଏୟାରୱେଜର  ସମ୍ପତ୍ତି ବିକ୍ରି କରିବାକୁ ସୁପ୍ରିମ୍ କୋର୍ଟ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି। ନିଜର ସ୍ବତନ୍ତ୍ର ସାମ୍ବିଧାନିକ କ୍ଷମତା ବ୍ୟବହାର କରି କୋର୍ଟ ଏହି ନିର୍ଦ୍ଦେଶ ଜାରି କରିଛନ୍ତି । 

ଅଦ୍ୟତନ ହୋଇଛି
jet

ନୂଆଦିଲ୍ଲୀ: ଦେବାଳିଆ ହୋଇ ଅଚଳ ହୋଇପଡ଼ିଥିବା ଜେଟ୍ ଏୟାରୱେଜର  ସମ୍ପତ୍ତି ବିକ୍ରି କରିବାକୁ ସୁପ୍ରିମ୍ କୋର୍ଟ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି। ନିଜର ସ୍ବତନ୍ତ୍ର ସାମ୍ବିଧାନିକ କ୍ଷମତା ବ୍ୟବହାର କରି କୋର୍ଟ ଏହି ନିର୍ଦ୍ଦେଶ ଜାରି କରିଛନ୍ତି । 

 ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାର୍ଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଜେଟ୍ ଏୟାରୱେଜର ସମାଧାନ ଯୋଜନାକୁ ବଜାୟ ରଖିବା ଏବଂ ଏହାର ମାଲିକାନା ଜାଲାନ କାଲରକ୍ କନସୋର୍ଟିୟମ୍ (ଜେକେସି)କୁ ହସ୍ତାନ୍ତର କରିବା ପାଇଁ ଜାତୀୟ କମ୍ପାନୀ ଲ’ ଆପିଲେଟ୍ ଟ୍ରିବ୍ୟୁନାଲ (ଏନ୍ସିଏଲ୍ଏଟି) ଦେଇଥିବା ନିଷ୍ପତ୍ତିକୁ ରଦ୍ଦ କରିଛନ୍ତି।

ଖଣ୍ଡପୀଠ ତରଫରୁ ଜଷ୍ଟିସ ପାର୍ଦିୱାଲା ଏନସିଏଲଏଟି ରାୟ ବିରୋଧରେ ଏସବିଆଇ ଏବଂ ଅନ୍ୟ ଋଣଦାତାଙ୍କ ଆବେଦନକୁ ଗ୍ରହଣ କରିଛନ୍ତି। ଜେକେସି ସପକ୍ଷରେ ଜେଟ୍ ଏୟାରୱେଜ୍ ର ରିଜୋଲ୍ୟୁସନ୍ ପ୍ଲାନ୍ କୁ ବଜାୟ ରଖିବା ନିଷ୍ପତ୍ତିକୁ ପିଟିସନ୍ ରେ ବିରୋଧ କରାଯାଇଥିଲା। ଅଦାଲତ କହିଛନ୍ତି ଯେ ଏୟାରଲାଇନ୍ସର ସଂପତ୍ତି ବିକ୍ରି ଋଣଦାତା, ଶ୍ରମିକ ଏବଂ ଅନ୍ୟ ଅଂଶୀଦାରଙ୍କ ସ୍ୱାର୍ଥରେ ଅଟେ । ଲିକ୍ୟୁଡେସନ୍ ପ୍ରକ୍ରିୟାରେ କଂପାନିର ସମ୍ପତ୍ତି ବିକ୍ରି କରି ମିଳିଥିବା ଅର୍ଥରୁ ଋଣ ପରିଶୋଧ କରାଯାଏ। ଏହି ନିଷ୍ପତ୍ତି ପାଇଁ ଖଣ୍ଡପୀଠ ଏନସିଏଲଏଟିକୁ କଡ଼ା ସମାଲୋଚନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe