ତଦନ୍ତ ଆରମ୍ଭ କଲେ ସୁପ୍ରିମ୍‌କୋର୍ଟ ପ୍ୟାନେଲ୍: କଲ୍‌ ରେକର୍ଡ‌୍ର ଫରେନ୍‌ସିକ ବିଶ୍ଲେଷଣ ହେବ

Advertisment

ସୁପ୍ରିମ୍‌କୋର୍ଟଙ୍କ ତିନିଜଣିଆ ଆଭ୍ୟନ୍ତରୀଣ କମିଟି ଜଷ୍ଟିସ୍ ଯଶବନ୍ତ ବର୍ମା ନଗଦ ଟଙ୍କା ମାମଲାର ତଦନ୍ତ ଆରମ୍ଭ କରିଛନ୍ତି। ଏହି ମାମଲାରେ କମିଟି ଆଜି ଜଷ୍ଟିସ ବର୍ମାଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲେ।

ସୁପ୍ରିମ୍‌କୋର୍ଟଙ୍କ ତିନିଜଣିଆ ଆଭ୍ୟନ୍ତରୀଣ କମିଟି ଜଷ୍ଟିସ୍ ଯଶବନ୍ତ ବର୍ମା ନଗଦ ଟଙ୍କା ମାମଲାର ତଦନ୍ତ ଆରମ୍ଭ କରିଛନ୍ତି। ଏହି ମାମଲାରେ କମିଟି ଆଜି ଜଷ୍ଟିସ ବର୍ମାଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲେ।

ssccff

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟଙ୍କ ତିନିଜଣିଆ ଆଭ୍ୟନ୍ତରୀଣ କମିଟି ଜଷ୍ଟିସ୍ ଯଶବନ୍ତ ବର୍ମା ନଗଦ ଟଙ୍କା ମାମଲାର ତଦନ୍ତ ଆରମ୍ଭ କରିଛନ୍ତି। ଏହି ମାମଲାରେ କମିଟି ଆଜି ଜଷ୍ଟିସ ବର୍ମାଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲେ। ଏହାପରେ ସେମାନେ ଜଷ୍ଟିସ ବର୍ମା ଓ ଅଗ୍ନିଶମ ବିଭାଗ ଅଧିକାରୀଙ୍କୁ ପଚରାଉଚରା କରିବା ସହ ତାଙ୍କ କଲ୍ ରେକର୍ଡ‌୍ର ଫରେନସିକ୍ ବିଶ୍ଳେଷଣ କରିବେ ବୋଲି ଜଣାପଡ଼ିଛି।

ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଦିଲ୍ଲୀ ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ଗତ ଶନିବାର ତିନିଜଣିଆ କମିଟି ଗଠନ କରିଥିଲେ। ଏହି କମିଟିରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ଶୀଲ ନାଗୁ, ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଜିଏସ୍ ସାନ୍ଧାୱାଲିଆ ଓ କର୍ଣ୍ଣାଟକ ହାଇକୋର୍ଟ ବିଚାରପତି ଜଷ୍ଟିସ ଅନୁ ଶିବରମଣ ଅଛନ୍ତି। ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଦେବେନ୍ଦ୍ର କୁମାର ଉପାଧ୍ୟାୟଙ୍କ ନେତୃତ୍ୱରେ ହୋଇଥିବା ତଦନ୍ତ ରିପୋର୍ଟରେ କୁହାଯାଇଛି ଯେ ଜଷ୍ଟିସ୍ ବର୍ମା ରହୁଥିବା ବଙ୍ଗଳାର ଷ୍ଟୋରରୁମ୍‌ରେ ମାର୍ଚ୍ଚ ୧୪ ତାରିଖରେ ଅଗ୍ନିକାଣ୍ଡ ଘଟିଥିଲା ଏବଂ ଷ୍ଟୋର୍‌ରୁମ୍ ଭିତରକୁ କେବଳ ବଙ୍ଗଳାର ବାସିନ୍ଦାମାନେ ହିଁ ଯାଇପାରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe