ନିର୍ଭୟା ଦୋଷୀଙ୍କ ଫାଶୀ ମାମଲା: ନୂଆ ତାରିଖ ପାଇଁ ଆବେଦନ ଅନୁମତି ଦେଲେ ସୁପ୍ରିମ କୋର୍ଟ

Advertisment
ମଦ ଦୋକାନ ଲଟେରି ପ୍ରସଙ୍ଗ : ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା

Image Source: Zee News

ନୂଆଦିଲ୍ଲୀ: ଦିଲ୍ଲୀର ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି ଆଜି ସୁପ୍ରିମ କୋର୍ଟର ୩ ଜଣିଆ ଖଣ୍ଡପୀଠରେ ହୋଇଛି। ଦୋଷୀମାନଙ୍କୁ ଫାଶୀ ଲାଗି ନୂଆ ତାରିଖ ଜାରି କରିବା ନିମନ୍ତେ ତଳ କୋର୍ଟରେ ଆବେଦନ କରିବାକୁ ସୁପ୍ରିମ କୋର୍ଟ ଆଜି ସରକାରଙ୍କୁ ଅନୁମତି ଦେଇଛନ୍ତି। ବିଚାରପତି ଆର୍ ଭାନୁମତୀଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଯୁକ୍ତି ବାଢ଼ିଥିଲେ ଯେ ଦୋଷୀମାନେ ଦେଶର ଧୈର୍ଯ୍ୟ ପରୀକ୍ଷା କରୁଛନ୍ତି। ସେ ଏହି ଅବସରରେ ହାଇଦ୍ରାବାଦର ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଦୋଷୀମାନଙ୍କୁ ପୁଲିସର ଏନକାଉଣ୍ଟରକୁ ଲୋକମାନେ କିଭଳି ଗ୍ରହଣ କରିଛନ୍ତି ତାହା ଶ୍ରୀ ମେହେଟ୍ଟା କୋର୍ଟଙ୍କୁ କହିଥିଲେ।

ଅଦାଲତରେ ବିଚାର ବେଳେ ବିଚାରପତି ଅଶୋକ ଭୂଷଣ କହିଥିଲେ, ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ଦୋଷୀମାନଙ୍କୁ ଆଇନଗତ ସୁଯୋଗର ଉପଯୋଗ କରିବା ପାଇଁ ଦେଇଥିବା ୭ ଦିନ ଶେଷ ‌ହୋଇଯାଇଛି। ତେଣୁ ସରକାର ଆଗକୁ ଅଗ୍ରସର ହେବା ସହିତ ଟ୍ରାଏଲ କୋର୍ଟରୁ ଦୋଷୀମାନଙ୍କୁ ଫାଶୀ ଦେବା ଲାଗି ନୂଆ ତାରିଖ ଆଣିପାରିବେ ବୋଲି ବିଚାରପତି ଅଶୋକ ଭୂଷଣ କହିଥିଲେ। ତେଣୁ ଯଦି କିଛି ନ୍ୟାୟିକ ପ୍ରକ୍ରିୟା ବାକି ନାହିଁ ତାହେଲେ ତୁମେ ଟ୍ରାଏଲ କୋର୍ଟକୁ ଯାଇ ସେଠାରୁ ଫାଶୀର ନୂଆ ତାରିଖ ଆଣିପାରିବ। ତଳ କୋର୍ଟକୁ ଯାଇ ଫାଶୀ ପାଇଁ ନୂଆ ତାରିଖ ଆଣିବାରେ କ’ଣ ପ୍ରତିବନ୍ଧକ ରହିଛି ବୋଲି ବିଚାରପତି ଭୂଷଣ ପଚାରିଥିଲେ। ଏହାପରେ ସଲିସିଟର ଜେନେରାଲ କହିଥିଲେ, ଦୋଷୀ ମୁକେଶ, ବିନୟ ଏବଂ ଅକ୍ଷୟର ସମସ୍ତ ନ୍ୟାୟିକ ସୁଯୋଗ ଶେଷ ହୋଇଛି। କିନ୍ତୁ ଦୋଷୀ ପୱନ ଗୁପ୍ତା ଏପର୍ଯ୍ୟନ୍ତ ରାଜକ୍ଷମା ଆବେଦନ କରିନାହିଁ। ତେବେ ଶୁଣାଣି ବେଳେ ଶ୍ରୀ ମେହେଟ୍ଟା ଯୁକ୍ତି ବାଢ଼ିଥିଲେ ଦୋଷୀମାନଙ୍କୁ ପୃଥକ୍ ପୃଥକ୍‌ ‌ଭାବେ ଫାଶୀ ଦେବା ପାଇଁ ସରକାର ଯେଉଁ ଆବେଦନ କରିଛନ୍ତି ସେଥିପାଇଁ ସୁପ୍ରିମ କୋର୍ଟ ଅନୁମତି ଦିଅନ୍ତୁ। ଏହି ପ୍ରସଙ୍ଗରେ ୪ ଜଣ ଦୋଷୀଙ୍କୁ ଅଦାଲତ ନୋଟିସ ଜାରି କରିବା ସହ ଫେବ୍ରୁଆରି ୧୩ରେ ଏହାର ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି। ଦୋଷୀମାନଙ୍କୁ ଫେବ୍ରୁଆରି ୧ ତାରିଖରେ ଫାଶୀ ଦେବା ପାଇଁ ତାରିଖ ଧାର୍ଯ୍ୟ ହୋଇଥିବାବେଳେ ଟ୍ରାଏଲ କୋର୍ଟ ପୁନଃ ଆଦେଶ ପର୍ଯ୍ୟନ୍ତ ଏହି ଦଣ୍ଡାଦେଶକୁ କାର୍ଯ୍ୟକାରୀ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe