ଲଖିମ୍‌ପୁର ଖେରି ‘ଷ୍ଟାଟସ୍‌ ରିପୋର୍ଟ’ ଦେବାରେ ବିଳମ୍ବ ହେତୁ ଉତ୍ତର ପ୍ରଦେଶ ସରକାରଙ୍କୁ ଭର୍ତ୍ସନା କଲେ ସୁପ୍ରିମ୍‌ କୋର୍ଟ

Advertisment
ଲଖିମ୍‌ପୁର ଖେରି ‘ଷ୍ଟାଟସ୍‌ ରିପୋର୍ଟ’ ଦେବାରେ ବିଳମ୍ବ ହେତୁ ଉତ୍ତର ପ୍ରଦେଶ ସରକାରଙ୍କୁ ଭର୍ତ୍ସନା କଲେ ସୁପ୍ରିମ୍‌ କୋର୍ଟ

Image Courtesy of India Today

ନୂଆଦିଲ୍ଲୀ: ଲଖିମ୍‌ପୁର ଖେରି ହିଂସା ମାମଲାରେ ‘ଷ୍ଟାଟସ୍‌ ରିପୋର୍ଟ’ ଫାଇଲ୍‌ କରିବାରେ ବିଳମ୍ବ କରୁଥିବାରୁ ଆଜି ସୁପ୍ରିମ୍‌ କୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ ଭର୍ତ୍ସନା କରିଛନ୍ତି।

ଲଖିମ୍‌ପୁର ଖେରି ମାମଲା ତଦନ୍ତର ଅଗ୍ରଗତି ବିଷୟରେ ଉତ୍ତର ପ୍ରଦେଶ ସରକାରଙ୍କୁ ସମାଲୋଚନା କରି ସର୍ବୋଚ୍ଚ ଅଦାଲତ କହିଲେ,  ଆମର ମନେହୁଏ, ଆପଣ ଜାଣିଶୁଣି ବିଳମ୍ବ କରୁଛନ୍ତି। ସାକ୍ଷୀମାନଙ୍କୁ ନିରାପଦ ରଖିଛନ୍ତି ବୋଲି ସୁନିଶ୍ଚିତ ହୁଅନ୍ତୁ।

ଭାରତର ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ ଆହୁରି ମଧ୍ୟ କହିଲେ, ଆମେ ଗତକାଲି ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଅପେକ୍ଷା କଲୁ, କିନ୍ତୁ ରିପୋର୍ଟ ଫାଇଲ୍‌ ହେଲାନାହିଁ। କିନ୍ତୁ, ରିପୋର୍ଟ ଫାଇଲ୍‌ ହୋଇଥିବା କଥା ଆଡ୍‌ଭୋକେଟ୍‌ ହରିଶ ସାଲ୍‌ଭେ ଅଦାଲତଙ୍କୁ ଜଣାଇଛନ୍ତି।

ଏହାର ପ୍ରତ୍ୟୁତ୍ତର ଦେଇ ଭାରତର ପ୍ରଧାନ ବିଚାରପତି ରମନା କହିଲେ, ଶୁଣାଣିର କେଇ ମୁହୂର୍ତ୍ତ ଆଗରୁ ଯଦି ଆପଣ ରିପୋର୍ଟ ଫାଇଲ୍‌  କରିବେ ଆମେ ତାହାକୁ ପଢ଼ିବୁ କେମିତି? ଶୁଣାଣିର ଅନ୍ତତଃ ଦିନକ ପୂର୍ବରୁ ରିପୋର୍ଟ ଫାଇଲ୍‌ ହେବା କଥା। ରିପୋର୍ଟ ମୁଦଦିଆ ଲଫାପାରେ ଦାଖଲ କରାଯାଉ ବୋଲି ଆମେ କଦାପି କହିନାହୁଁ। ଗତକାଲି ଆମେ ରାତି ୧ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲୁ। ଏ କି କଥା?

publive-image Image Courtesy of NDTV

ଆଗାମୀ ସପ୍ତାହ ସୁଦ୍ଧା ସଦ୍ୟତମ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବା ପାଇଁ ସୁପ୍ରିମ୍‌ କୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।

ପ୍ରଧାନ ବିଚାରପତି ରମନା ପଚାରିଲେ, ୪୪ଜଣ ସାକ୍ଷୀଙ୍କୁ ପଚରାଉଚରା କରିଥିବା କଥା ଆପଣ କହୁଛନ୍ତି। ୪ଜଣ ସାକ୍ଷୀ ୧୬୪ ବୟାନ ଦେଇଛନ୍ତି। ଅନ୍ୟମାନେ କାହିଁକି ବୟାନ ଦେଇ ନାହାନ୍ତି? ଏପର୍ଯ୍ୟନ୍ତ ଲଖିମ୍‌ପୁର ଖେରି ମାମଲାରେ କେତେ ଜଣଙ୍କୁ ଗିରଫ କରାଯାଇଛି?

ଉତ୍ତର ଦେଇ ସାଲ୍‌େଓ୍ଵ କହିଲେ, ୧୦ଜଣଙ୍କୁ ଗିରଫ କରାଯାଇଛି। ଦୁଇଟି ଅପରାଧ ଘଟିଛି। ଗୋଟିଏ ହେଉଛି ଜନତାଙ୍କ ଉପରେ କାର୍‌ ଚଢ଼ିଯିବା। ଦ୍ୱିତୀୟଟି ହେଉଛି, କାର୍‌ରେ ଥିବା ଦୁଇଜଣଙ୍କୁ ପିଟି ପିଟି ହତ୍ୟା କରାଯିବା। ସେ ଘଟଣା ସମୟରେ ବ୍ୟାପକ ଜନଗହଳି ଥିବାରୁ ତଦନ୍ତରେ ଟିକେ କଷ୍ଟ ହେଉଛି।

ଆସନ୍ତା ବୁଧବାର ଦିନ (ଅକ୍ଟୋବର ୨୬) ଏହି ମାମଲାର ଶୁଣାଣି ହେବ ବୋଲି ଭାରତର ପ୍ରଧାନ ବିଚାରପତି ରମନା ଦିନ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe