ପଶ୍ଚିମବଙ୍ଗରେ ଅବାଧ ଓ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରିବା ସହ ବିରୋଧୀଙ୍କୁ ସୁରକ୍ଷା ଲାଗି ଆଗତ ଆବେଦନକୁ ଅଗ୍ରାହ୍ୟ କଲେ ସୁପ୍ରିମ୍‌କୋର୍ଟ

Advertisment
ପଶ୍ଚିମବଙ୍ଗରେ ଅବାଧ ଓ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରିବା ସହ ବିରୋଧୀଙ୍କୁ ସୁରକ୍ଷା ଲାଗି ଆଗତ ଆବେଦନକୁ ଅଗ୍ରାହ୍ୟ କଲେ ସୁପ୍ରିମ୍‌କୋର୍ଟ

Image Courtesy of The Hindu

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଅବାଧ ଓ ନିରପେକ୍ଷ ବିଧାନସଭା ନିର୍ବାଚନ ସହ ରାଜ୍ୟର ବିରୋଧୀ ନେତାଙ୍କୁ ନିରାପତ୍ତା ଯୋଗାଇ ଦେବା ନିମନ୍ତେ ଆଗତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରିବାକୁ ସୋମବାର ଦିନ ସୁପ୍ରିମ୍‌ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି।

ଗତ ଡିସେମ୍ବର ମାସରେ ଆବେଦନକାରୀ ପୁନୀତ କୌର୍‌ ଧନ୍ଦାଙ୍କ ତରଫରୁ ସୁପ୍ରିମ୍‌ କୋର୍ଟରେ ଏ ସଂକ୍ରାନ୍ତରେ ଏକ ଜନସ୍ୱାର୍ଥ ମାମଲା ଦାଏର କରାଯାଇଥିଲା।

publive-image Image Courtesy of The Indian Express

ଏହାଛଡ଼ା, ପଶ୍ଚିମବଙ୍ଗ ରାଜ୍ୟରେ ବେନାମୀ ଭୋଟର୍‌ମାନଙ୍କର ଏକ ସବିଶେଷ ରିପୋର୍ଟ ଦାଖଲ କରିବା ଏବଂ ସେମାନଙ୍କୁ ଭୋଟର୍‌ ତାଲିକାରୁ ବାଦ ଦେବାକୁ ପଦକ୍ଷେପ ଗ୍ରହଣ କରିବା ଲାଗି ଭାରତର ନିର୍ବାଚନ କମିସନ୍‌ଙ୍କୁ ନିର୍ଦେଶ ଦେବା ପାଇଁ ମଧ୍ୟ ଏହି ଆବେଦନରେ ଅନୁରୋଧ କରାଯାଇଥିଲା।

ଏହାବ୍ୟତିରେକେ, ରାଜ୍ୟରେ ବିଜେପି ନେତାମାନଙ୍କୁ ହତ୍ୟା କରାଯାଉଥିବା ଘଟଣା ସମ୍ବନ୍ଧରେ ହୋଇଥିବା ତଦନ୍ତର ଏକ ରିପୋର୍ଟ ମଧ୍ୟ ଏହି ଆବେଦନରେ ମଗା ଯାଇଥିଲା।

ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଏପ୍ରିଲ୍‌-ମେ ମାସରେ ପଶ୍ଚିମବଙ୍ଗ ସମେତ ଆସାମ, କେରଳ ଓ ତାମିଲନାଡୁ ସହ କେନ୍ଦ୍ରଶାସିତ ଅଞ୍ଚଳ ପୁଦ୍ଦୁଚେରୀରେ ମଧ୍ୟ ବିଧାନସଭା ନିର୍ବାଚନ ଆୟୋଜନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe