ଦିଲ୍ଲୀ ‘ସେଣ୍ଟ୍ରାଲ୍ ଭିସ୍ତା ପ୍ରକଳ୍ପ’ ଉପରେ ରହିତାଦେଶ ଜାରି କରିବାକୁ ମନାକଲେ ସୁପ୍ରିମ୍ କୋର୍ଟ

Advertisment
ଦିଲ୍ଲୀ ‘ସେଣ୍ଟ୍ରାଲ୍ ଭିସ୍ତା ପ୍ରକଳ୍ପ’ ଉପରେ ରହିତାଦେଶ ଜାରି କରିବାକୁ ମନାକଲେ ସୁପ୍ରିମ୍ କୋର୍ଟ

Image Source: Hindustan Times

ନୂଆଦିଲ୍ଲୀ: ଦିଲ୍ଲୀର ‌‘ସେଣ୍ଟ୍ରାଲ୍ ଭିସ୍ତା ପ୍ରକଳ୍ପ’ ଉପରେ ରହିତାଦେଶ ଜାରି କରିବାକୁ ଗୁରୁବାର ଦିନ ସୁପ୍ରିମ୍ କୋର୍ଟ ମନା କରି ଦେଇଛନ୍ତି। ଏହି ପୁନର୍ବିକାଶ ଯୋଜନାରେ ବ୍ୟବହାର ନିମନ୍ତେ ଜମିର କିସମ ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିପକ୍ଷରେ ଆଗତ ପିଟିସନ୍‌ର ଶୁଣାଣି କରି ସୁପ୍ରିମ୍ କୋର୍ଟ ଏକଥା କହିଛନ୍ତି।

କେନ୍ଦ୍ର ସରକାରଙ୍କ ବୃହତ୍ତର ‘ସେଣ୍ଟ୍ରାଲ୍ ଭିସ୍ତା ପ୍ରକଳ୍ପ’ରେ ରହିଛି ପାର୍ଲାମେଣ୍ଟ୍ ଅଟ୍ଟାଳିକାର ନବୀକରଣ। ଏଥିସହ ନୂଆ ସଂସଦ ଭବନ, ମନ୍ତ୍ରୀମାନଙ୍କ ପାଇଁ ନୂଆ କେନ୍ଦ୍ରୀୟ ସଚିବାଳୟ ପରିସର, ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତିଙ୍କ ନିମନ୍ତେ ନୂଆ ବାସଭବନ ଆଦି ଏହି ପ୍ରକଳ୍ପରେ ସାମିଲ କରାଯାଇଛି। ୨୦୧୪ ସୁଦ୍ଧା ଏହି ପ୍ରକଳ୍ପର ଶେଷ ହେବ ବୋଲି ଆଶା କରାଯାଇଛି।

ଗତ ଡିସେମ୍ବର ମାସରେ ଦିଲ୍ଲୀ ଉନ୍ନୟନ କର୍ତ୍ତୃପକ୍ଷ ସାଉଥ୍‌ ବ୍ଲକ୍ ନିକଟସ୍ଥ ଡେଲ୍‌ହାଉସି ରୋଡ୍ ଠାରେ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ୧୫ ଏକର ପ୍ଲଟ୍‌କୁ ଆବାସିକ ପ୍ଲଟ୍ ଭାବେ ପରିବର୍ତ୍ତନ କରିଥିଲେ। ସେଠାରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ପ୍ରସ୍ତାବିତ ବାସଭବନ ନିର୍ମାଣ କରାଯିବ।

ଦେଶ କରୋନାଭାଇରସ୍ ବିରୋଧରେ ସଂଗ୍ରାମ ଚଳାଇଥିବା ବେଳେ କେନ୍ଦ୍ରର ଏପରି ନିଷ୍ପତ୍ତିକୁ ବିରୋଧୀ ଦଳମାନେ ସମାଲୋଚନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe