Image Corutesy of Hindustan Times
ନୂଆଦିଲ୍ଲୀ: ଧର୍ମ ପରିବର୍ତ୍ତନ କରାଯାଇ ହୋଇଥିବା ବାହାଘର ପ୍ରତି ଦଣ୍ଡ ବିଧାନ କରିବା ଲାଗି ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ କାର୍ଯ୍ୟକାରୀ ହୋଇଥିବା ଆଇନ ଉପରେ ରହିତାଦେଶ ଜାରି କରିବାକୁ ବୁଧବାର ଦିନ ସୁପ୍ରିମ୍ କୋର୍ଟ ମନା କରିଦେଇଛନ୍ତି।
କିନ୍ତୁ. ଉତ୍ତର ପ୍ରଦେଶରେ ଜାରି ‘ଲଭ୍ ଜିହାଦ୍’ ଅଧ୍ୟାଦେଶ ଏବଂ ଉତ୍ତରାଖଣ୍ଡରେ ‘ଧାର୍ମିକ ସ୍ୱାଧୀନତା ଆଇନ ୨୦୧୮’କୁ ଚାଲେଞ୍ଜ୍ କରି ଆଗତ ପିଟିସନ୍ ଆଧାରରେ ସୁପ୍ରିମ୍ କୋର୍ଟ ସମ୍ପୃକ୍ତ ଦୁଇ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି।
ଆଡ୍ଭୋକେଟ୍ ବିଶାଳ ଠାକ୍ରେ ଏବଂ ତୀସ୍ତା ସେତାଲବଦର ‘ଏନ୍ଜିଓ’ ‘ସିଟିଜେନ୍ସ୍ ଫର୍ ଜଷ୍ଟିସ୍ ଆଣ୍ଡ୍ ପିସ୍’ ଦାଏର କରିଥିବା ପିଟିସନ୍ ଆଧାରରେ ଭାରତର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍ଡ଼େଙ୍କ ନେତୃତ୍ୱାଧୀନ ତିନିଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ମଧ୍ୟ ଏକ ନୋଟିସ୍ ଜାରି କରିଛନ୍ତି।
ବିଚାରପତି ଏସ୍ ବୋପନ୍ନା ଏବଂ ଭି ରାମସୁବ୍ରମଣିୟମ୍ ଥିବା ଏହି ଖଣ୍ଡପୀଠ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଅଭିଯୋଗ ଅଗଣତାନ୍ତ୍ରିକ କିଂବା ମିଥ୍ୟା ହୋଇଥିବ ତା’ହେଲେ କ’ଣ ଏକ ଆଇନ ଉପରେ ରହିତାଦେଶ ଜାରି କରାଯାଇ ପାରିବ। ସିଧାସଳଖ ସୁପ୍ରିମ୍ କୋର୍ଟକୁ ଆସିବାରେ ଏଇଟା ହିଁ ସମସ୍ୟା।
ଚାରି ସପ୍ତାହ ପରେ ଏହି ମାମଲା ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି।
Follow Us