ପତଞ୍ଜଳିକୁ ‘କରୋନିଲ୍‌’ ନାଁ ବ୍ୟବାହାର ନ କରାଇ ଦେବା ପାଇଁ ଆଗତ ପିଟିସନ୍‌କୁ ଖାରଜ କଲେ ସୁପ୍ରିମ୍ କୋର୍ଟ

Advertisment
ପତଞ୍ଜଳିକୁ ‘କରୋନିଲ୍‌’ ନାଁ ବ୍ୟବାହାର ନ କରାଇ ଦେବା ପାଇଁ ଆଗତ ପିଟିସନ୍‌କୁ ଖାରଜ କଲେ ସୁପ୍ରିମ୍ କୋର୍ଟ

Image Courtesy of India Today

ନୂଆଦିଲ୍ଲୀ: ପତଞ୍ଜଳିକୁ ‘କରୋନିଲ୍‌’ ନାଁ ବ୍ୟବାହାର ନ କରାଇ ଦେବା ପାଇଁ ଆଗତ ଏକ ପିଟିସନ୍‌କୁ ଆଜି ସୁପ୍ରିମ୍ କୋର୍ଟ ଖାରଜ କରିଛନ୍ତି। ଚେନ୍ନାଇର କମ୍ପାନି ଅରୁଦ୍ର ଇଞ୍ଜିନିୟର୍ସ ସୁପ୍ରିମ୍ କୋର୍ଟରେ ନିବେଦନ କରିଥିଲେ ଯେ, କରୋନାଭାଇରସ୍‌ ଔଷଧ ବୋଲି ଯୋଗ ଗୁରୁ ରାମଦେବ ‌ଦାବି କରିଥିବା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକାରୀ ‘କରୋନିଲ୍‌’ ଟ୍ରେଡ୍‌ମାର୍କ ବ୍ୟବହାର କରିବାରେ ପତଞ୍ଜଳି ପ୍ରତି କଟକଣା ଲାଗୁ କରାଯାଉ।

ମାଡ୍ରାସ୍ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ୍ କରି ପୂର୍ବରୁ ଅରୁଦ୍ର ଏହି  ପିଟିସନ୍ ଦାଏର କରିଥିଲେ। ଏହି ପିଟିସନ୍‌ର ଶୁଣାଣି କରି ଗୁରୁବାର ଦିନ ସୁପ୍ରିମ୍ କୋର୍ଟ କହିଲେ, କୋଭିଡ୍ ସମୟରେ ଯଦି ଆମେ ‘କରୋନିଲ୍’ ଶବ୍ଦ ବ୍ୟବହାରରେ ଅନ୍ତଃରାୟ ସୃଷ୍ଟି କରିବୁ, ତେବେ ସେ  ଔଷଧ ପ୍ରସାର ନିମନ୍ତେ ତାହା ଭୟାବହ ହେବ।

publive-image Image Courtesy of India TV News

ଏଥିପାଇଁ ମାଡ୍ରାସ୍ ହାଇକୋର୍ଟରେ ମାମଲା ଲଢ଼ନ୍ତୁ ବୋଲି ସୁପ୍ରିମ୍ କୋର୍ଟ ଅରୁଦ୍ର ଇଞ୍ଜିନିୟର୍ସ ଲିମିଟେଡ୍‌କୁ ପରାମର୍ଶ ଦେଇଛନ୍ତି।

ପ୍ରଥମେ ମାଡ୍ରାସ୍ ହାଇକୋର୍ଟଙ୍କ ଏକ ଜଣିକିଆ ବିଚାରପତି ସମ୍ବଳିତ ଖଣ୍ଡପୀଠ ଅରୁଦ୍ରକୁ ଆଶ୍ବସ୍ଥି ଦେଇଥିଲେ କିନ୍ତୁ, ପରେ ଏହା ଉପରେ ରହିତାଦେଶ ଜାରି କରିଥିଲେ। ସେ ମାମଲା ଆସନ୍ତା ମାସରେ ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିବାରୁ ଅରୁଦ୍ର ମାଡ୍ରାସ ହାଇକୋର୍ଟରେ ତା’ର ଯୁକ୍ତ ଉପସ୍ଥାପନ କରିବ।

ସାନିଟାଇଜର୍ ଓ କେମିକାଲ୍ ପ୍ରସ୍ତୁତ କରୁଥିବା ଅରୁଦ୍ର ଦାବି କରିଥିଲା‌ ଯେ, ଟ୍ରେଡ୍‌ମାର୍କ ନାଁ ‘କରୋନିଲ୍‌’ ୧୯୯୩ ମସିହାରୁ ଅରୁଦ୍ର ମାଲିକାନାରେ ରହି ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe