ଭିଭିପିଏଟି ଯାଞ୍ଚ୍‌କୁ ନେଇ ହୋଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ

ଭିଭିପିଏଟି ଯାଞ୍ଚ୍‌କୁ ନେଇ ହୋଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ

www.indiatoday.in

ନୂଆଦିଲ୍ଲୀ: ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପିଏଟି)କୁ ନେଇ ହୋଇଥିବା ଆବେଦନକୁ ଶୁକ୍ରବାର ଖାରଜ କରି ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ଏହା ସହ ବାଲାଟ ପେପରରେ ଭୋଟିଂ କରିବାକୁ ନେଇ କରାଯାଇଥିବା ସମସ୍ତ ଆବେଦନକୁ ମଧ୍ୟ ଖାରଜ କରି ଦେଇଛନ୍ତି ଅଦାଲତ। ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଏହି ଆବେଦନ ଦାବିକୁ ପ୍ରତ୍ୟାଖ୍ୟାନ କରାଯାଇଛି।

ବାଲାଟ ପେପରରେ ଭୋଟିଂ କରିବାକୁ ନେଇ କରାଯାଇଥିବା ସମସ୍ତ ଆବେଦନକୁ ମଧ୍ୟ ଖାରଜ କରିବା ସହ ଇଭିଏମରେ ସବୁସ୍ଥାନରେ ଭୋଟିଂ କରିବାକୁ କ୍ଲିନଚିଟ ଦେଇଛନ୍ତି ସୁପ୍ରମିକୋର୍ଟ। ଇଭିଏମ୍ ଜରିଆରେ ଦିଆଯାଇଥିବା ଭୋଟ୍ ସହ ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରୋଲ୍ (ଭିଭିପିଏଟି) ସ୍ଲିପ୍ ନେଇ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଆଜି ରାୟ ଶୁଣାଇଛନ୍ତି।

ଅନେକ ଦିନ ଧରି ଭିଭିପିଏଟି ମାମଲାର ଶୁଣାଣି କରିବା ପରେ ନିର୍ବାଚନ ଆୟୋଗଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ଭିଭିପିଏଟି ସ୍ଲିପ୍ ସହ ଇଭିଏମ୍ ଜରିଆରେ ଦିଆଯାଇଥିବା ଭୋଟକୁ ଶତପ୍ରତିଶତ ଟାଲି କରିବା ପାଇଁ ହୋଇଥିବା ସମସ୍ତ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।

ଭାରତ ଇଲେକ୍ଟ୍ରୋନିକ୍ସ ଲିମଟେଡ୍ ଓ ଇଲେକ୍ଟ୍ରୋନିକ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ୨୦୧୩ ଏହି ଭିଭିପିଏଟି ବା ଭୋଟର ଭ୍ୟାରିଏବଲ ପେପର ଅଡଟ୍ ଟ୍ରୋଲ ମେସିନ ଢିଜାଇନ୍ କରାଯାଇଥିଲା। ଏହି ଦୁଇଟି ହେଉଛି ସେହି କମ୍ପାନି ଯିଏ ଇଭିଏମ୍ ମେସିନ ମଧ୍ୟ ବନାଇଥିଲେ। ତେବେ ଭିଭିପ୍ୟାଟ୍ ମେସିନରେ ପ୍ରଥମ ଥର ପାଇଁ ୨୦୧୪ରେ ନାଗାଲ୍ୟାଣ୍ଡରେ ଭୋଟିଂ ହୋଇଥିଲା।
ଏହାପରେ ୨୦୧୪ରେ ଲୋକସଭା ନିର୍ବାଚନରେ କିଛି ଆସନରେ ମଧ୍ୟ ଏହାକୁ ବ୍ୟବହାର କରାଯାଇଥିଲା । ୨୦୧୯ରେ ପ୍ରଥମଥର ପାଇଁ ଏହାକୁ ଦେଶବ୍ୟାପୀ ବ୍ୟବହାର କରାଯାଇଥିଲା। ଏହାକୁ ଇଭିଏମ୍ ମେସିନରେ ସଂଲଗ୍ନ କରାଯାଇଥାଏ । ଭୋଟର ଭୋଟ ଦେଇସାରିବା ପରେ ଏହି ମେସନରେ ଏକ ଚିରକୁଟି ପେପର ବାହାରେ ଯେଉଁଥିରେ ଭୋଟରଙ୍କ ନାଁ ଏବଂ ସେ ଭୋଟ ଦେଇଥିବା ଚିହ୍ନ ପ୍ରିଣ୍ଟ ଥାଏ। ଏହା ଭିଭିପ୍ୟାଟ ସ୍କ୍ରିନ ଉପରେ ୭ ସେକେଣ୍ଡ ପାଇଁ ଦୃଶ୍ୟମାନ ହୁଏ ଏବେ ପରେ ଏହା ଭିଭିପ୍ୟାଟର ଡ୍ରପ୍ ବକ୍ସରେ ପଡ଼ିଯାଏ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe