ସ୍କୁଲ ଫି’ ଉପରେ ମୋରାଟୋରିୟମ୍‌ ଯାଚିକା ଖାରଜ କଲେ ସୁପ୍ରିମ୍‌କୋର୍ଟ

Advertisment
ଅଣ୍ଡର ସେକ୍ରେଟେରୀ ପଦକୁ ପଦନ୍ନୋତି ମାମଲା : ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ଏସ୍ଏଲ୍‌ପି ଖାରଜ

The Hindu

ନୂଆଦିଲ୍ଲୀ : ଲକ୍‌ଡାଉନ୍‌ ଉଠିବା ପର୍ଯ୍ୟନ୍ତ ସ୍କୁଲ ଫି’ ଉପରେ ମୋରାଟୋରିୟମ୍‌ ପ୍ରଦାନ ପାଇଁ ଦାୟର ଯାଚିକାକୁ ସୁପ୍ରିମ୍‌କୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ୮ଟି ରାଜ୍ୟ ଯଥା ଦିଲ୍ଲୀ, ମହାରାଷ୍ଟ୍ର, ଗୁଜରାଟ, ପଂଜାବ, ହରିୟାନା, ରାଜସ୍ଥାନ, ଓଡ଼ିଶା ଓ ଉତ୍ତରାଖଣ୍ଡର ଅଭିଭାବକମାନଙ୍କ ପକ୍ଷରୁ ମିଳିତ ଭାବେ ଏହି ଯାଚିକା ସୁପ୍ରିମ୍‌କୋର୍ଟରେ ଦାଖଲ କରାଯାଇଥିଲା। ପ୍ରଧାନ ବିଚାରପତି ଏସ୍‌ଏ ବୋବ୍‌ଡେ, ନ୍ୟାୟାଧୀଶ ଆର୍‌. ସୁଭାଷ ରେଡ୍ଡୀ ଏବଂ ଏଏସ୍‌ ବୋପାନ୍ନାଙ୍କୁ ନେଇ ଗଠିତ ୩ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ନିଜ ନିଜ ରାଜ୍ୟର ହାଇକୋର୍ଟରେ ଏହି ଯାଚିକା ଦାୟର କରିବାକୁ ନ୍ୟାୟାଧୀଶ ବୋବଡେ ଅଭିଭାବକମାନଙ୍କୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe