୬୩ ବିଦେଶୀଙ୍କୁ ନଫେରାଇବାରୁ ଆସାମ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା: ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରିଛ କି?

Advertisment

ଆସାମ ସରକାର ବିଭିନ୍ନ ଅଟକ କେନ୍ଦ୍ର ଗୁଡ଼ିକରେ ଚିହ୍ନଟ କରିଥିବା ୬୩ ଜଣ ବିଦେଶୀଙ୍କୁ  ସେମାନଙ୍କ ଦେଶକୁ ଫେରାଇ ନଥିବାରୁ ଆଜି ସୁପ୍ରିମକୋର୍ଟ ଆସାମ ସରକାର ଉପରେ ପ୍ରବଳ ବିରକ୍ତ ହୋଇଛନ୍ତି।

ଆସାମ ସରକାର ବିଭିନ୍ନ ଅଟକ କେନ୍ଦ୍ର ଗୁଡ଼ିକରେ ଚିହ୍ନଟ କରିଥିବା ୬୩ ଜଣ ବିଦେଶୀଙ୍କୁ  ସେମାନଙ୍କ ଦେଶକୁ ଫେରାଇ ନଥିବାରୁ ଆଜି ସୁପ୍ରିମକୋର୍ଟ ଆସାମ ସରକାର ଉପରେ ପ୍ରବଳ ବିରକ୍ତ ହୋଇଛନ୍ତି।

Supreme Court

Supreme Court

ନୂଆଦିଲ୍ଲୀ: ଆସାମ ସରକାର ବିଭିନ୍ନ ଅଟକ କେନ୍ଦ୍ର ଗୁଡ଼ିକରେ ଚିହ୍ନଟ କରିଥିବା ୬୩ ଜଣ ବିଦେଶୀଙ୍କୁ  ସେମାନଙ୍କ ଦେଶକୁ ଫେରାଇ ନଥିବାରୁ ଆଜି ସୁପ୍ରିମକୋର୍ଟ ଆସାମ ସରକାର ଉପରେ ପ୍ରବଳ ବିରକ୍ତ ହୋଇଛନ୍ତି।  ଆସାମ ସରକାରଙ୍କୁ କଡ଼ା ଭର୍ତ୍ସନ‌ା କରି ସୁପ୍ରିମକୋର୍ଟ କହିଛନ୍ତି, ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରିଛ କି? ଆସାମ ସରକାର ତଥ୍ୟ ଲୁଚାଉଥିବା ଅନୁଧ୍ୟାନ କରି ଜଷ୍ଟିସ ଅଭୟ ଏସ୍‌ ଓକା ଏବଂ ଉଜ୍ଜ୍ବଳ ଭୂୟାଁଙ୍କ ଖଣ୍ଡପୀଠ କହିଛନ୍ତି, ଥରେ ଅଟକ ଥିବା ବ୍ୟକ୍ତିମାନେ ବିଦେଶୀ ବୋଲି ଚିହ୍ନଟ ହୋଇଯିବାପରେ ସେମାନଙ୍କୁ ତୁରନ୍ତ ଫେରାଇ ଦିଆଯିବା ଉଚିତ। କିନ୍ତୁ ଠିକଣା ଜଣାନାହିଁ କହି ସେମାନଙ୍କୁ ଫେରାଇବା ପ୍ରକ୍ରିୟା ବିଳମ୍ବ କରିଥିବାରୁ କୋର୍ଟ ଆସାମ ସରକାର ଉପରେ ବର୍ଷିଛନ୍ତି।

ବିଦେଶୀ ନାଗରିକ ଘୋଷିତ ହୋଇଥିବା ୬୩ ଜଣଙ୍କୁ ତୁରନ୍ତ ଫେରାଇବା ପ୍ରକ୍ରିୟା ଆରମ୍ଭ କରି ୨ ସପ୍ତାହ ମଧ୍ୟରେ ଏନେଇ ଏକ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାପାଇଁ କୋର୍ଟ ଆସାମ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଟକ ଥିବା ନାଗରିକଙ୍କୁ ସେମାନଙ୍କ ରାଷ୍ଟ୍ରକୁ ଫେରାଇବାରେ ବିଳମ୍ବ ପାଇଁ ଆଜି ଆସାମ ମୁଖ୍ୟ ସଚିବ ଡକ୍ଟର ରବି କୋଟାଙ୍କୁ କୋର୍ଟରେ ହାଜର ହେବାକୁ କୁହାଯାଇଥିଲା। କୋର୍ଟ ଆସାମ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ଆପଣ ଠିକଣା ବିନା ବି ସେମାନଙ୍କୁ ଫେରାଇ ପାରିବେ। ଅନିର୍ଦ୍ଦିଷ୍ଟ କାଳ ପାଇଁ ସେମାନଙ୍କୁ ଅଟକାଇ ରଖି ପାରିବେନି।  ଅନ୍ୟପକ୍ଷେ ବିନା ଠିକଣାରେ ଅଟକ ଥିବା ବିଦେଶୀ ନାଗରିକଙ୍କୁ ଫେରାଇବା ନେଇ ଆସାମ ସରକାରଙ୍କ ଓକିଲ ଅସହାୟତା ଦେଖାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe