ଗୁଜରାଟ ହାଇକୋର୍ଟକୁ ସୁପ୍ରିମ୍‌କୋର୍ଟଙ୍କ ଭର୍ତ୍ସନା: ଉପର କୋର୍ଟ ବିରୋଧରେ ଆଦେଶ ଦେଇପାରିବେନି ନିମ୍ନ ଅଦାଲତ

Advertisment
ବୁଥ୍‌ୱାରି ମତଦାନ ତଥ୍ୟକୁ ନିର୍ବାଚନ କମିସନଙ୍କ ବିରୋଧ: ପ୍ରତି ବୁଥ୍‌ ତଥ୍ୟ ପ୍ରକାଶ ଅନର୍ଥକାରୀ ହେବ

India TV News

ନୂଆଦିଲ୍ଲୀ: ଗୁଜରାଟ ହାଇକୋର୍ଟ ଉପରେ ପ୍ରବଳ ବର୍ଷିବା ସହ ଆଜି ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ କୌଣସି କୋର୍ଟ ଉପରକୋର୍ଟ ବିରୋଧରେ ଆଦେଶ ଦେବା ସାମ୍ବିଧାନିକ ଦର୍ଶନକୁ ବିରୋଧାଚରଣ କରୁଛି। ସୂଚନାଯୋଗ୍ୟ ଯେ ମାମଲାଟି ଏକ ଦୁଷ୍କର୍ମ-ପୀଡ଼ିତାର ଗର୍ଭପାତ ଆବେଦନ ସହ ଜଡ଼ିତ। ଏହା ଉପରେ ସୁପ୍ରିମ୍‌କୋର୍ଟ ଆଜି ଶୁଣାଣି କରିବାର ଥିବା ବେଳେ ହାଇକୋର୍ଟ ଏହା ଉପରେ ଶନିବାର ଏକ ରାୟ ଦେଇଦେଇଛନ୍ତି। ହାଇକୋର୍ଟ ତାଙ୍କ ଆଦେଶରେ ପୀଡ଼ିତାଙ୍କୁ ଗର୍ଭପାତ ପାଇଁ ମନା କରିଦେଇଥିବା ବେଳେ ଆଜି ସୁପ୍ରିମ୍‌କୋର୍ଟ ଏଥିପାଇଁ ସମ୍ମତି ପ୍ରଦାନ କରିଛନ୍ତି।

ଜଷ୍ଟିସ୍ ବିଭି ନାଗରତ୍ନା ଓ ଉଜ୍ଜ୍ବଲ ଭୂୟାଁଙ୍କ ଖଣ୍ଡପୀଠ ଆଜି ମାମଲାର ଶୁଣାଣି କରିବା ବେଳେ ଗୁଜରାଟ ହାଇକୋର୍ଟ ଶନିବାର ରାୟ ଦେଇ ସାରିଥିବା କୁହାଯାଇଥିଲା। ଏହାଶୁଣି ଖଣ୍ଡପୀଠ କହିଥିଲେ, କ’ଣ ହେଇଛି ଗୁଜରାଟ ହାଇକୋର୍ଟର? ସୁପ୍ରିମ୍‌କୋର୍ଟରେ ଆଜି ଶୁଣାଣି ହେବ ବୋଲି ତାଲିକାଭୁକ୍ତ କରାଯାଇଥିବା ବେଳେ ତା’ ପୂର୍ବରୁ ହାଇକୋର୍ଟ ରାୟ ଦେଇଦେବା ସାମ୍ବିଧାନିକ ଦର୍ଶନର ବିରୋଧାଚରଣ କରୁଛି।

ଗୁଜରାଟ ସରକାରଙ୍କ ତରଫରୁ ଉପସ୍ଥିତ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, ଶନିବାରର ରାୟ ଏକ ‘କ୍ଳରିକାଲ ଏରର’ (କିରାଣୀୟ ତ୍ରୁଟି)କୁ ସଂଶୋଧନ କରିବା ପାଇଁ ଉଦ୍ଦିଷ୍ଟ ଥିଲା। ପୂର୍ବ ରାୟରେ ଏକ କିରାଣୀୟ ତ୍ରୁଟି ଥିଲା, ଶନିବାର ତାକୁ ସଂଶୋଧନ କରାଯାଇଛି। ଏହା ଏକ ଭୁଲ୍ ବୁଝାମଣା। ଉକ୍ତ ଆଦେଶନାମା ଫେରାଇ ନେବାକୁ ଆମେ (ଗୁଜରାଟ ସରକାର) ଜଜ୍‌ଙ୍କୁ ଅନୁରୋଧ କରିବୁ। ଏହା ପୂର୍ବରୁ ଗର୍ଭପାତ ଆବେଦନର ଶୁଣାଣିରେ ବିଳମ୍ବ କରିଥିବାରୁ ସୁପ୍ରିମ୍‌କୋର୍ଟ ଗୁଜରାଟ ହାଇକୋର୍ଟକୁ ଭର୍ତ୍ସନା କରିଥିଲେ। ଏହି ବିଳମ୍ବ ଯୋଗୁ ମୂଲ୍ୟବାନ ସମୟ ନଷ୍ଟ ହୋଇଛି ବୋଲି କହିଥିଲେ। ଏଥିସହ ପୀଡ଼ିତାର ସାନି ଡାକ୍ତରୀ ପରୀକ୍ଷା କରାଇବା ପାଇଁ ଆଦେଶ ଦେବା ସହିତ କୋର୍ଟ ଆଜି ଉକ୍ତ ମାମଲାର ଶୁଣାଣି କରାଯିବ ବୋଲି କହିଥିଲେ। ଆଜି ଡାକ୍ତରୀ ରିପୋର୍ଟ ଦେଖିବା ପରେ କୋର୍ଟ ପୀଡ଼ିତାଙ୍କୁ ଗର୍ଭପାତ ପାଇଁ ଅନୁମତି ଦେଇଛନ୍ତି। ତେବେ ଯଦି ଶିଶୁଟି ବଞ୍ଚିବାର ସମ୍ଭାବନା ଥାଏ ତେବେ ତାକୁ ଜୀବିତ ଗର୍ଭରୁ ବାହାର କରି ଇନକ୍ୟୁବେଟରରେ ରଖିବା, ସରକାର ତା’ର ଯତ୍ନ ନେବା ଏବଂ ପୋଷ୍ୟ କରିଦେବାର ବ୍ୟବସ୍ଥା କରିବା ପାଇଁ କୋର୍ଟ ଆଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe