ସୁପ୍ରିମ୍‌କୋର୍ଟ ସ୍ୱାଭାବିକ୍‌, ବିବାଦର ସମାଧାନ ହେଲା : ବାର୍‌ କାଉନ୍ସିଲ୍‌ ଅଫ୍‌ ଇଣ୍ଡିଆ

Advertisment
ଭାରତୀୟ ଇତିହାସରେ ପ୍ରଥମ : ସୁପ୍ରିମ୍‌କୋର୍ଟରେ ବିଦ୍ରୋହ

ନୂଆଦିଲ୍ଲୀ: ଦେଶର ପ୍ରଧାନ ବିଚାରପତି ଦୀପକ ମିଶ୍ର ଏବଂ ସୁପ୍ରିମ୍‌କୋର୍ଟର ଚାରି ବରିଷ୍ଠ ବିଚାରପତିଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ଅବସାନ ଘଟିଛି ବୋଲି ବାର୍‌ କାଉନ୍ସିଲ୍‌ ଅଫ୍‌ ଇଣ୍ଡିଆର ଅଧ୍ୟକ୍ଷ ମନନ୍‌ ମିଶ୍ର ପ୍ରକାଶ କରିଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି କି ଏହି ବିବାଦ ବର୍ତ୍ତମାନ ପାଇଁ ବିଶ୍ରାମ ନେଇଛି। ଅନ୍ୟପକ୍ଷରେ ଭାରତର ଆଟର୍ଣ୍ଣି ଜେନେରାଲ କେ.କେ.ବେଣୁଗୋପାଳ ମଧ୍ୟ ସ୍ପଷ୍ଟ କରିଛନ୍ତି କି ଏହା ଏକ ‘ଚା କପ୍‌ରେ ଝଡ଼’ଥିଲା। ପ୍ରଧାନ ବିଚାରପତି ଓ ଅନ୍ୟ ୪ ବିଚାରପତିଙ୍କ ଭିତରେ ଉଠିଥିବା ବିବାଦର ସମାଧାନ ହୋଇଛି। ସୁପ୍ରିମ୍‌କୋର୍ଟର କାର୍ଯ୍ୟଧାରା ମଧ୍ୟ ସ୍ୱାଭାବିକ ହୋଇଯାଇଛି।

ଭାରତୀୟ ବାର କାଉନ୍ସିଲ୍‌ ଅଧ୍ୟକ୍ଷ ମନନ୍‌ ମିଶ୍ର ସୋମବାର ମତ ଦେଇଛନ୍ତି କି ଯେଉଁ ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟର ୪ ବରିଷ୍ଠ ବିଚାରପତି ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଥିଲେ ତାହା ନ୍ୟାୟପାଳିକାର ଏକ ‘ଅଭ୍ୟନ୍ତରୀଣ ମାମଲା’ ଥିଲା ଓ ଏହାର ସମାଧାନ ହୋଇଯାଇଛି।

publive-image Image Courtesy of TOI

ଶୁକ୍ରବାର ସୁପ୍ରିମ୍‌କୋର୍ଟର ବିଚାରପତି ଜଷ୍ଟିସ୍‌ ଜେ. ଚେଲମେଶ୍ୱର,ଜଷ୍ଟିସ୍‌ ରଞ୍ଜନ ଗୋଗୋଇ,ଜଷ୍ଟିସ୍‌ ମଦନ ଲୋକୁର ଏବଂ ଜଷ୍ଟିସ୍‌ କୁରିଆନ୍‌ ଜୋଶେଫ୍‌ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ପ୍ରଧାନ ବିଚାରପତି ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡ଼ିକୁ ବିଚାର ଲାଗି ସେମାନଙ୍କ ଦେଉନାହାନ୍ତି ବୋଲି ଅଭିଯୋଗ କରିଥିଲେ। ଏଥିସହ ଏହା ଦ୍ୱାରା ଗଣତନ୍ତ୍ର ସଂକଟରେ ପଡ଼ିଛି ବୋଲି ଯୁକ୍ତି ବାଢ଼ିଥିଲେ। ଏହାଫଳରେ ଦେଶରେ ଚାଞ୍ଚଲ୍ୟ ଖେଳି ଯାଇଥିଲା।

ଏହି ବିଚାରର ସମାଧାନ ଲାଗି ଭାରତୀୟ ବାର୍‌ କାଉନ୍ସିଲ୍‌ ଏକ ୭ ଜଣିଆ କମିଟି ଗଠନ କରି ରବିବାର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ଭେଟିଥିଲା। କାଉନ୍ସିଲ୍‌ର ପ୍ରତିନିଧି ଦଳ ଓ ଜଷ୍ଟିସ୍‌ ମିଶ୍ରଙ୍କ ମଧ୍ୟରେ ବୈଠକ ୫୦ ମିନିଟ୍‌ ଧରି ଜାରି ରହିଥିଲା। ଏହା ସମାଧାନର ବାଟ ଫିଟାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe