ଇଏସ୍‌ଜେଡ୍‌ ଅଞ୍ଚଳରେ ସ୍ଥାୟୀ ନିର୍ମାଣ ଉପରେ ସୁପ୍ରିମ୍‌ କୋର୍ଟଙ୍କ କଟକଣା

କ’ଣ ଥିଲା ୧୯୯୮ ନରସିଂହ ରାଓ ମାମଲା: ସୁପ୍ରିମ୍‌କୋର୍ଟଙ୍କ ୫ ବଡ଼ ମନ୍ତବ୍ୟ

moneycontrol.com

ନୂଆଦିଲ୍ଲୀ : ଜଙ୍ଗଲ ସଂରକ୍ଷଣ ସହ ଜଡ଼ିତ ଏକ ଗୁରୁତ୍ବପୂର୍ଣ୍ଣ ମାମଲାରେ ସୁପ୍ରିମ୍‌କୋର୍ଟ ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ଜୈବ ସମ୍ବେଦନଶୀଳ ଅଂଚଳ ଓ ଏହାର ଏକ କିଲୋମିଟର ପରିଧିରେ କୌଣସି ପ୍ରକାର ଖନନ ଏବଂ ସ୍ଥାୟୀ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଜଙ୍ଗଲ ଏବଂ ବନ୍ୟଜନ୍ତୁ ସୁରକ୍ଷା ନିମନ୍ତେ ଏଭଳି ନିଷ୍ପତ୍ତି ନିଆଯାଇଛି।

ଜଷ୍ଟିସ୍‌ ଏଲ. ନାଗେଶ୍ବର ରାଓ, ଜଷ୍ଟିସ୍‌ ବି.ଆର. ଗୱାଇ ଏବଂ ଜଷ୍ଟିସ୍‌ ଅନିରୁଦ୍ଧ ବୋଷଙ୍କ ମିଳିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ଜାତୀୟ ଉଦ୍ୟାନ ଏବଂ ବନ୍ୟଜନ୍ତୁ ଅଭୟାରଣ୍ୟ ବାହ୍ୟ ଅଞ୍ଚଳର ଏକ କିଲୋମିଟର ପରିଧିରେ ବେଆଇନ ଖନନ ଏବଂ ସ୍ଥାୟୀ ନିର୍ମାଣ କାର୍ଯ୍ୟକୁ ଅବୈଧ ଘୋଷଣା କରାଯାଇଛି। ଏଥି ସହିତ ପ୍ରତ୍ୟେକ ରାଜ୍ୟର ବନ ସଂରକ୍ଷଣ ଅଧିକାରୀଙ୍କୁ ଜୈବ ସମ୍ବେଦନଶୀଳ ଅଂଚଳ ଅନ୍ତର୍ଗତ ନିର୍ମାଣାଧୀନ କାର୍ଯ୍ୟଗୁଡ଼ିକର ତାଲିକା ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ତିନି ମାସର ସମୟ ‌ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe