ବିହାର ସଂଶୋଧନ ପ୍ରସଙ୍ଗରେ କହିଲେ ସୁପ୍ରିମ୍‌କୋର୍ଟ: ଇସିଙ୍କ ପଦକ୍ଷେପ ଭୋଟର-ବିରୋଧୀ ନୁହେଁ

ବିହାରରେ ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ (ଏସ୍ଆଇଆର୍) ସହ ଜଡ଼ିତ ଆବେଦନର ଶୁଣାଣି କରି ସୁପ୍ରିମ୍‌କୋର୍ଟ ନିର୍ବାଚନ ଆୟୋଗ(ଇସି)ଙ୍କ ଦସ୍ତାବିଜ ଯାଞ୍ଚ ପ୍ରକ୍ରିୟାକୁ ଭୋଟର-ବିରୋଧୀ ଓ ଯୋଗ୍ୟ ଭୋଟରଙ୍କୁ ତାଲିକାରୁ....

Supreme Court

Supreme Court

ନୂଆଦିଲ୍ଲୀ: ବିହାରରେ ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ (ଏସ୍ଆଇଆର୍) ସହ ଜଡ଼ିତ ଆବେଦନର ଶୁଣାଣି କରି ସୁପ୍ରିମ୍‌କୋର୍ଟ ନିର୍ବାଚନ ଆୟୋଗ(ଇସି)ଙ୍କ ଦସ୍ତାବିଜ ଯାଞ୍ଚ ପ୍ରକ୍ରିୟାକୁ ଭୋଟର-ବିରୋଧୀ ଓ ଯୋଗ୍ୟ ଭୋଟରଙ୍କୁ ତାଲିକାରୁ ବାଦ୍‌ଦେବା ପଦକ୍ଷେପ ବୋଲି କରାଯାଉଥିବା ଯୁକ୍ତି ସହ ଅସହମତି ପ୍ରକାଶ କରିଛନ୍ତି। ବରିଷ୍ଠ ଆଇନଜୀବୀ ଅଭିଷେକ ସିଂଘଭି ଆଜି ସକାଳେ ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜୟମାଲ୍ୟା ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଯୁକ୍ତି ଉପସ୍ଥାପନ କରୁଥିବା ବେଳେ ଖଣ୍ଡପୀଠ କହିଥିଲେ ଯେ ଭୋଟର ତାଲିକାର ସଂକ୍ଷିପ୍ତ ସଂଶୋଧନ ସମୟରେ ଯୋଗ୍ୟ ଦସ୍ତାବିଜ ସଂଖ୍ୟା ୭ ଥିଲା, କିନ୍ତୁ ସ୍ବତନ୍ତ୍ର ସଂଶୋଧନ ପାଇଁ ଏହାକୁ ୧୧କୁ ବୃଦ୍ଧି କରାଯାଇଥିଲା।

ଜଷ୍ଟିସ ବାଗଚୀ କହିଛନ୍ତି, ଆଧାରରୁ ଆମେ ଆପଣଙ୍କ ବାଦ୍‌ଦେବା ଯୁକ୍ତି ବାହାର କରୁଛୁ। କିନ୍ତୁ ବାସ୍ତବରେ ଦସ୍ତାବିଜ ସଂଖ୍ୟା ଦୃଷ୍ଟିରୁ ଏହା ଭୋଟର ଅନୁକୂଳ, ବିରୋଧୀ ନୁହେଁ। ଜଷ୍ଟିସ କାନ୍ତ ବି ଏହି ମତକୁ ସମର୍ଥନ କରିଥିଲେ। ନିର୍ବାଚନ ଆୟୋଗଙ୍କ ପଦକ୍ଷେପକୁ ଭୋଟର-ବିରୋଧୀ ଦର୍ଶାଇବାକୁ ଯାଇ ସିଂଘଭି ଯୁକ୍ତି ବାଢ଼ିଥିଲେ ଯେ, ସେମାନେ ଯେଉଁ କାଗଜପତ୍ର ମାଗୁଛନ୍ତି, ତାହା ଭୋଟରମାନେ ଦେଇପାରିବେ ନାହିଁ। ଯଦି ଆପଣଙ୍କ ପାଖରେ ଜମି ନାହିଁ, ତେବେ ବିକଳ୍ପ ୫, ୬, ୭ର ମୂଲ୍ୟ କିଛି ନାହିଁ। ବିକଳ୍ପ ୧ ଏବଂ ୨ ବିଦ୍ୟମାନ ନାହିଁ। ସେଠାରେ ବାସସ୍ଥାନ ପ୍ରମାଣପତ୍ର ନାହିଁ। ପାସପୋର୍ଟ କେଉଁଠୁ ଆସିବ? ଜଷ୍ଟିସ କାନ୍ତ ହସ୍ତକ୍ଷେପ କରି କହିଲେ, ଆମେ ବିହାରକୁ ଏଭଳି ଭାବରେ ଉପସ୍ଥାପନ କରିବା ଉଚିତ ନୁହେଁ। ସର୍ବଭାରତୀୟ ସେବା କ୍ଷେତ୍ରରେ ଏହି ରାଜ୍ୟରୁ ସର୍ବାଧିକ ପ୍ରତିନିଧିତ୍ୱ ରହିଛି। ସେଠାରୁ ସର୍ବାଧିକ ଆଇଏଏସ୍, ଆଇପିଏସ୍, ଆଇଏଫ୍ଏସ୍ ଅଫିସର ଅଛନ୍ତି। ଯଦି ଯୁବ ପିଢ଼ି ଉତ୍ସାହିତ ନ ହୁଅନ୍ତି ତେବେ ଏହା ସମ୍ଭବ ନୁହେଁ।

ଏହାର ଜବାବରେ ସିଂଘଭି କହିଛନ୍ତି, ଆମ ପାଖରେ ବହୁତ ପ୍ରତିଭାଶାଳୀ ବୈଜ୍ଞାନିକ ବି ଅଛନ୍ତି, କିନ୍ତୁ ଏହା ଏକ ବର୍ଗର ଲୋକଙ୍କ ମଧ୍ୟରେ ସୀମିତ। ବିହାରରେ ଗ୍ରାମୀଣ, ବନ୍ୟାପ୍ରବଣ ଅଞ୍ଚଳ ରହିଛି। ଏଠାରେ ଦାରିଦ୍ର୍ୟପ୍ରବଣ ଅଞ୍ଚଳ ରହିଛି। ସେମାନଙ୍କ ପାଇଁ ୧୧ଟି ଦସ୍ତାବିଜର ତାଲିକା ପ୍ରସ୍ତୁତ କରିବାର ଅର୍ଥ କ’ଣ? ସମସ୍ୟା ହେଉଛି ବିହାରର ଅଧିକାଂଶ ଲୋକଙ୍କ ପାଖରେ ଏହି କାଗଜପତ୍ର ନାହିଁ। ଆମେ ବାସ୍ତବ, ପ୍ରାମାଣିକ ଯାଞ୍ଚ ବିଷୟରେ କହୁଛୁ। ପାସପୋର୍ଟର ଉଦାହରଣ ଦେଇ ସିଂଘଭି କହିଛନ୍ତି ଯେ ବିହାରର ଜନସଂଖ୍ୟାର ମାତ୍ର ୧-୨ ପ୍ରତିଶତ ଲୋକଙ୍କ ପାଖରେ ପାସପୋର୍ଟ ରହିଛି ଏବଂ ଏହି ସଂଖ୍ୟା ୩୬ ଲକ୍ଷ ବୋଲି ସେ ଦର୍ଶାଇଛନ୍ତି। ଖଣ୍ଡପୀଠ ଉତ୍ତର ଦେଇ କହିଥିଲେ ଯେ ୩୬ ଲକ୍ଷ ପାସପୋର୍ଟ କଭରେଜ୍ ଭଲ।  ଆବେଦନକାରୀ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୋପାଳ ଶଙ୍କରନାରାୟଣନ୍ କହିଛନ୍ତି ଯେ ଭୋଟର ତାଲିକାରେ ରହିବାର ଅଧିକାର ଏକ ପବିତ୍ର ଅଧିକାର ଏବଂ ଏହାର ସୁରକ୍ଷା ଜରୁରୀ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe