ଦିଲ୍ଲୀ ପ୍ରଦୂଷଣ ନେଇ ସୁପ୍ରିମ୍‌ କୋର୍ଟଙ୍କ ଉଦ୍‌ବେଗ, ଲୋକେ ନିଶ୍ବାସ ନେବେ କେମିତି?

Advertisment

୪ ରାଜ୍ୟର ମୁଖ୍ୟ ସଚିବଙ୍କୁ ସମନ

୪ ରାଜ୍ୟର ମୁଖ୍ୟ ସଚିବଙ୍କୁ ସମନ

ଦିଲ୍ଲୀ ପ୍ରଦୂଷଣ ନେଇ ସୁପ୍ରିମ୍‌ କୋର୍ଟଙ୍କ ଉଦ୍‌ବେଗ, ଲୋକେ ନିଶ୍ବାସ ନେବେ କେମିତି?

ନୂଆଦିଲ୍ଲୀ: ଦିଲ୍ଲୀ ଅବସ୍ଥା ଅତି ସାଂଘାତିକ। ପ୍ରଦୂଷଣ ସହରବାସୀଙ୍କ ଜୀବନକୁ ବିଷମୟ କରିଦେଇଛି। ଦିଲ୍ଲୀରେ ବାୟୁର ମାନ ସୂଚକାଙ୍କ (ଏକ୍ୟୁଆଇ) ଆଜି ମଧ୍ୟ ୬୦୦ ରହିଛି। ଏନେଇ ସୁପ୍ରିମକୋର୍ଟ ଆଜି ଦିଲ୍ଲୀ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଲୋକେ କେମିତି ନିଶ୍ବାସ ନେବେ‌ ବୋଲି କୋର୍ଟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଉଭୟ କେନ୍ଦ୍ର ଏବଂ ଦିଲ୍ଲୀ ସରକାର ପ୍ରଦୂଷଣ ରୋକିବା ପାଇଁ ଯଥୋଚିତ ପଦକ୍ଷେପ ଗ୍ରହଣ କରିବାରେ ବିଫଳ ହୋଇଥିବା କୋର୍ଟ କହିଛନ୍ତି। ଦିଲ୍ଲୀରେ ପ୍ରଦୂଷଣ ସଙ୍କଟର ମୁକାବିଲା ପାଇଁ ସହର ସାରା ଏୟାର ପ୍ୟୁରିଫାଇଙ୍ଗ୍‌ ଟାୱାର ସ୍ଥାପନ କରିବା ନିମନ୍ତେ ଏକ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରିବାପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଅରବିନ୍ଦ କେଜ୍ରିୱାଲ୍ ସରକାରଙ୍କ ଯୁଗ୍ମ ଅଯୁଗ୍ମ ଯୋଜନାକୁ ଅପରିପକ୍ବ ବୋଲି କହିଛନ୍ତି। ପ୍ରଦୂଷଣ ରୋକିବା ଦିଗ‌ରେ ଏହା ଏକ ସମାଧାନ ନୁ‌ହେଁ ବୋଲି କୋର୍ଟ କହିଛନ୍ତି। ଯୁଗ୍ମ ଅଯୁଗ୍ମ ଯୋଜନା ସତ୍ତ୍ବେ ଦିଲ୍ଲୀରେ ପ୍ରଦୂଷଣ ସ୍ତର ବଢ଼ିଛି ବୋଲି କୋର୍ଟ କହିଛନ୍ତି।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କୁହାଯାଇଛି ‌‌ଯେ କାର୍‌ରୁ ଯେଉଁ ଧୁଆଁ ନିର୍ଗତ ହେଉଛି ତାହା ସମୁଦାୟ ପ୍ରଦୂଷଣ ସ୍ତରର ମାତ୍ର ୩ ପ୍ରତିଶତ। ଅଳିଆ ଗଦା, ନିର୍ମାଣ କାର୍ଯ୍ୟ ଏବଂ ରାସ୍ତାରେ ଧୂଳି ଯୋଗୁଁ ବେଶୀ ପ୍ରଦୂଷଣ ହେଉଥିବା‌ କୁହାଯାଇଛି।। ତେବେ ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ହରିୟାଣା, ପଂଜାବ, ଉତ୍ତରପ୍ରଦେଶ ଏବଂ ଦିଲ୍ଲୀ ସରକାର ବିଫଳ ହୋଇଥିବା ଜାଣିବାପରେ ସୁପ୍ରିମକୋର୍ଟ ଏହି ୪ ରାଜ୍ୟର ମୁଖ୍ୟ ସଚିବଙ୍କୁ ଆସନ୍ତା ନଭେମ୍ବର ୨୫ ତାରିଖ‌ରେ ହାଜର ହେବାପାଇଁ ସମନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe