ଦଳାଚକଟା ମାମଲାକୁ ଦୁର୍ଭାଗ୍ୟଜନକ କହି ଆବେଦନକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ

Advertisment

ସୋମବାର ଦିନ ସୁପ୍ରିମକୋର୍ଟ ମହାକୁମ୍ଭ ଦଳାଚକଟା ଘଟଣାକୁ ଏକ "ଦୁର୍ଭାଗ୍ୟଜନକ" ଘଟଣା ବୋଲି କହିଛନ୍ତି। ଜାନୁଆରି ୨୯ ତାରିଖରେ ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟାରେ ୩୦ ଜଣଙ୍କ ଜୀବନ ଯିବା ପରେ ଉତ୍ତର ପ୍ରଦେଶର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପ୍ରିମ୍‌କୋର୍ଟରେ ଏକ ଆବେଦନ ହୋଇଥିଲା।

www.indi୧୨୩୪୫atoday.in

ନୂଆଦିଲ୍ଳୀ: ସୋମବାର ଦିନ ସୁପ୍ରିମକୋର୍ଟ ମହାକୁମ୍ଭ ଦଳାଚକଟା ଘଟଣାକୁ ଏକ "ଦୁର୍ଭାଗ୍ୟଜନକ" ଘଟଣା ବୋଲି କହିଛନ୍ତି। ଜାନୁଆରି ୨୯ ତାରିଖରେ ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟାରେ ୩୦ ଜଣଙ୍କ ଜୀବନ ଯିବା ପରେ ଉତ୍ତର ପ୍ରଦେଶର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପ୍ରିମ୍‌କୋର୍ଟରେ ଏକ ଆବେଦନ ହୋଇଥିଲା। ମାତ୍ର ସର୍ବୋଚ୍ଚ ଅଦାଲତ ଏବେ ସେ ଆବେଦନକୁ ଖାରଜ କରି ଦେଇଛନ୍ତି। 

କୋର୍ଟ ଆବେଦନକାରୀ ଆଡଭୋକେଟ୍ ବିଶାଳ ତିୱାରୀଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ଯିବାକୁ କହିଛନ୍ତି। କୋର୍ଟ ତାଙ୍କର ଶୁଣାଣି କରି କହିଛନ୍ତି, "ଏହା ଏକ ଦୁର୍ଭାଗ୍ୟଜନକ ଘଟଣା ଏବଂ ଚିନ୍ତାର ବିଷୟ, କିନ୍ତୁ ହାଇକୋର୍ଟକୁ ଯାଆନ୍ତୁ। ଏନେଇ ଏକ ନ୍ୟାୟିକ କମିସନ ଗଠନ କରାଯାଇସାରିଛି,"।

ଉଳ୍ଲେଖଯୋଗ୍ୟ, ମୌନୀ ଅମାବାସ୍ୟା ଦିନ ପ୍ରୟାଗରାଜ୍‌ରେ ବଡ଼ ଧରଣର ଦଳାଚକଟା ଘଟିଥିଲା । କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ଏହାର ଯାଞ୍ଚ କରିବ ଟିମ । ତେବେ ଏକମାସ ଭିତରେ ରିପୋର୍ଟ ପ୍ରଦାନ କରିବେ ଟିମ । ଅନ୍ୟପଟେ ମହାକୁମ୍ଭ ମେଳାରେ ପୁଣି ଥରେ ଯେପରି କୌଣସି ଅଘଟଣ ନଘଟେ ଏନେଇ ସତର୍କ ହୋଇଛନ୍ତି ଉତ୍ତରପ୍ରଦେଶ ସରକାର । ଏପରିକି ଭିଆଇପି ପ୍ରୋଟୋକଲକୁ ହଟାଇବା ସହ ଯାନବାହାନ ଚଳାଚଳ ଉପରେ ମଧ୍ୟ ନିୟମକୁ ଅଧିକ ଶକ୍ତ କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe