ସମାନ କାମ ପାଇଁ ସମାନ ବେତନ ଦାବି କରୁଥିବା ବିହାରର ୩ ଲକ୍ଷ ୫୬ ହଜାର ଶିକ୍ଷକଙ୍କ ଦାବିକୁ ଅଗ୍ରାହ୍ୟ କରିଲେ ସୁପ୍ରିମକୋର୍ଟ

Advertisment
ସୁପ୍ରିମ କୋର୍ଟରେ ରାଜ୍ୟ ସରକାରଙ୍କ ସତ୍ୟପାଠ ଦାଖଲ : କରୋନା ସମୟରେ ନିର୍ମାଣ ଶ୍ରମିକଙ୍କୁ ମିଳିଛି ୨୭୭ କୋଟି ଟଙ୍କା

photo- newsclick

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବିହାରରେ ସମାନ କାମ ପାଇଁ ସମାନ ବେତନ ଦାବି କରୁଥିବା ୩ ଲକ୍ଷ ୫୬ ହଜାର ଶିକ୍ଷକଙ୍କ ଦାବିକୁ ଅଗ୍ରାହ୍ୟ କରିଛନ୍ତି। ଆଜି ବିହାର ସରକାରଙ୍କ ଆବେଦନକୁ ମଞ୍ଜୁର କରି ପାଟନା ଉଚ୍ଚ ନ୍ୟାୟାଳୟର ନିଷ୍ପତ୍ତିକୁ ଖାରଜ କରିଛନ୍ତି। ଏହା ପୂର୍ବରୁ ପାଟନା ଉଚ୍ଚ ନ୍ୟାୟାଳୟ ନିୟୋଜିତ ଶିକ୍ଷକଙ୍କୁ ନିୟମିତ ସରକାରୀ ଶିକ୍ଷକଙ୍କ ପରି ସମାନ ବେତନ ଦେବାକୁ ଆଦେଶ ଦେଇଥିଲେ। ଏହି ଆଦେଶକୁ ବିହାର ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଏବଂ ଆଦେଶ ଉପରେ ରୋକ୍ ଲଗାଇବାକୁ ଦାବି କରିଥିଲେ।

ସୁପ୍ରିମକୋର୍ଟ ପାଟନା ହାଇକୋର୍ଟର ଆଦେଶ ଉପରେ ରୋକ୍ ଲଗାଇବାକୁ ମନା କରି ଦେଇଥିଲେ। ଏହା ପରେ ବିହାର ସରକାର ପକ୍ଷରୁ ବିଶେଷ ଅନୁମତି ଯାଚିକା ଦାୟର କରି କୁହାଯାଇଥିଲା ଯେ, ଶିକ୍ଷକ ପଞ୍ଚାୟତିରାଜ ନିଗମର କର୍ମୀ ଏବଂ ସେମାନେ ବିହାର ସରକାରଙ୍କ କର୍ମୀ ନୁହନ୍ତି, ତେଣୁ ସେମାନଙ୍କୁ ସରକାରୀ ଶିକ୍ଷକଙ୍କ ସହ ସମାନ ଦରମା ଦିଆଯାଇ ପାରିବ ନାହିଁ।ଏହାପରେ ସୁପ୍ରିମ୍ କୋର୍ଟ ମାମଲାର ବିଚାର କରି ଆଜି ଶିକ୍ଷକମାନଙ୍କୁ ନିରାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe