ହାଇକୋର୍ଟରେ ନୂତନ ବିଚାରପତି ନିଯୁକ୍ତି କ୍ଷେତ୍ରରେ ନାମ ଅନୁମୋଦନ ପାଇଁ ସମୟସୀମା ଧାର୍ଯ୍ୟ କଲେ ସୁପ୍ରିମ୍‌କୋର୍ଟ

ହାଇକୋର୍ଟରେ ନୂତନ ବିଚାରପତି ନିଯୁକ୍ତି କ୍ଷେତ୍ରରେ ନାମ ଅନୁମୋଦନ ପାଇଁ ସମୟସୀମା ଧାର୍ଯ୍ୟ କଲେ ସୁପ୍ରିମ୍‌କୋର୍ଟ

IndianExpress

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟ ହାଇକୋର୍ଟମାନଙ୍କରେ ନୂତନ ବିଚାରପତି ନିଯୁକ୍ତି କ୍ଷେତ୍ରରେ କେନ୍ଦ୍ର ସରକାର ଅଯଥା କାଳକ୍ଷେପଣ ନୀତି ଅବଲମ୍ବନ କରୁଥିବାରୁ ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌କୋର୍ଟ ଆଜି ନିଜର ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ରାଜ୍ୟ ହାଇକୋର୍ଟମାନଙ୍କରେ ନୂତନ ବିଚାରପତି ନିଯୁକ୍ତି ପାଇଁ ବିଭିନ୍ନ ହାଇକୋର୍ଟ କଲେଜିୟମ ଦ୍ୱାରା ସୁପାରିଶ କରାଯାଇଥିବା ବିଚାରପତିଙ୍କ ନାମ ଏକ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଅନୁମୋଦନ ଅଥବା ନାକଚ କରିବାକୁ ସୁପ୍ରିମ୍‌କୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ କହିଛନ୍ତି।

ଏଥିସହ ରାଜ୍ୟ ହାଇକୋର୍ଟମାନଙ୍କରେ ନୂତନ ବିଚାରପତି ନିଯୁକ୍ତିକୁ ସହଜ ଓ ତ୍ୱରାନ୍ଵିତ କରିବା ଲକ୍ଷ୍ୟରେ ସୁପ୍ରିମକୋର୍ଟ ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟ ସ୍ଥିର କରିଛନ୍ତି। ହାଇକୋର୍ଟମାନଙ୍କରେ ବିଚାରପତିଙ୍କ ଠିକ ସମୟରେ ନିଯୁକ୍ତିକୁ ସହଜ କରିବାକୁ ସୁପ୍ରିମ୍‌କୋର୍ଟ ଗୁରୁତ୍ୱାରୋପ କରି କହିଛନ୍ତି ଯେ ହାଇକୋର୍ଟ କଲେଜିୟମ ନୂତନ ବିଚାରପତି ଭାବେ ନିଯୁକ୍ତି ଦେବା ପାଇଁ କେନ୍ଦ୍ର ସରକାରଙ୍କ ନିକଟକୁ ନାମ ସୁପାରିଶ କରି ପଠାଇବାର ତାରିଖ ଠାରୁ ଚାରିରୁ ଛଅ ସପ୍ତାହ ମଧ୍ୟରେ ଗୁଇନ୍ଦା ଓ ଭିଜିଲାନ୍ସ ବିଭାଗ ଏହାର ରିପୋର୍ଟ ଦାଖଲ କରିବା ଉଚିତ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe