ଅଯୋଧ୍ୟା ରାୟର ପୁନଃ ସମୀକ୍ଷା ପାଇଁ ଗଠିତ ହେଲା ସୁପ୍ରିମ୍‌ କୋର୍ଟର ନୂତନ ସାମ୍ବିଧାନିକ ଖଣ୍ଡପୀଠ; ଗୁରୁବାର ଠାରୁ ଆରମ୍ଭ ହେବ ଶୁଣାଣି

Advertisment
ଅଯୋଧ୍ୟା ରାୟର ପୁନଃ ସମୀକ୍ଷା ପାଇଁ ଗଠିତ ହେଲା ସୁପ୍ରିମ୍‌ କୋର୍ଟର ନୂତନ ସାମ୍ବିଧାନିକ ଖଣ୍ଡପୀଠ; ଗୁରୁବାର ଠାରୁ ଆରମ୍ଭ ହେବ ଶୁଣାଣି

News Nation

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମ୍‌ କୋର୍ଟଙ୍କ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଅଯୋଧ୍ୟାର ବିବାଦୀୟ ରାମ ଜନ୍ମଭୂମି- ବାବ୍ରି ମସଜିଦ୍‌ ଜମିମାମଲାର ସମାଧାନ କରି ଗତ ନଭେମ୍ବର ୯ ତାରିଖରେ ଯେଉଁ ରାୟ ପ୍ରଦାନ କରିଥିଲେ, ସେହି ରାୟର ପୁନଃ ସମୀକ୍ଷା ପାଇଁ ଆବେଦନ କରି ସୁପ୍ରିମ୍‌ କୋର୍ଟରେ ଆଗତ ହୋଇଥିବା ରିଭ୍ୟୁ ପିଟିସନ୍‌ଗୁଡ଼ିକୁ ବିଚାର ପାଇଁ ଗ୍ରହଣ କରିଛନ୍ତି ସୁପ୍ରିମ୍‌ କୋର୍ଟ।

ରାୟର ପୁନଃ ସମୀକ୍ଷା ପାଇଁ ଆବେଦନ କରି ସୁପ୍ରିମ୍‌ କୋର୍ଟରେ ଆଗତ ହୋଇଥିବା ସମସ୍ତ ୧୮ଟି ଯାକ ରିଭ୍ୟୁ ପିଟିସନ୍‌ଗୁଡ଼ିକୁ ଏକତ୍ର କରି ଏକକାଳୀନ ଭାବେ ବିଚାର କରିବାକୁ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି। ଏଥିପାଇଁ ସୁପ୍ରିମ୍‌ କୋର୍ଟର ନୂତନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡ଼େଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଡି ଓ୍ଵାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଅଶୋକ ଭୂଷଣ, ଜଷ୍ଟିସ୍‌ ଏସ୍‌ ଏ ନଜୀର ଓ ଜଷ୍ଟିସ୍‌ ସଂଜୀବ୍‌ ଖାନ୍ନାଙ୍କୁ ନେଇ ଏକ ନୂତନ ସାମ୍ବିଧାନିକ ଖଣ୍ଡପୀଠ ଗଠନ କରାଯାଇଛି।

publive-image The Quint

ଏହି ନୂତନ ଖଣ୍ଡପୀଠରେ ଆସନ୍ତାକାଲି (ଗୁରୁବାର) ଠାରୁ ପୁନଃ ସମୀକ୍ଷା ପାଇଁ ଆବେଦନ କରି ଆଗତ ହୋଇଥିବା ରିଭ୍ୟୁ ପିଟିସନ୍‌ଗୁଡ଼ିକର ଶୁଣାଣି ଆରମ୍ଭ ହେବ। ତେବେ, ଆସନ୍ତା କାଲି ଅପରାହ୍ଣ ୧ଟା ୪୦ ମିନିଟ ସମୟରେ ଏହି ଶୁଣାଣି ଆରମ୍ଭ ହେବାକୁ ଧାର୍ଯ୍ୟ ହୋଇଥିବା ବେଳେ ଏହି ଶୁଣାଣି ରୁଦ୍ଧଦ୍ୱାର କଠୋରି ମଧ୍ୟରେ ହେବ ନା ଖୋଲା କୋର୍ଟରେ ହେବ ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe