ବାପାମାଆଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ପାଇଁ ରଣବୀର ଆଲ୍ଲାବାଦିଆଙ୍କୁ ଭର୍ତ୍ସନା କଲେ ସୁପ୍ରିମ୍‌କୋର୍ଟ

କମେଡିଆନ ସମୟ ରାଇନାଙ୍କ ସୋ 'ଇଣ୍ଡିଆଜ୍ ଗଟ୍ ଲ୍ୟାଟେଣ୍ଟ୍'ରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ  ସୋସିଆଲ୍‌ ମିଡିଆ ଇନ୍‌ଫ୍ଲୁଏନ୍ସର୍‌ ରଣବୀର ଆଲ୍ଲାବାଦିଆଙ୍କ ବିରୋଧରେ ହୋଇଥିବା ଏକାଧିକ ମାମଲାର ସୁପ୍ରିମ୍‌କୋର୍ଟ ଆଜି ଶୁଣାଣି କରିଛନ୍ତି। 

www.indiatoday.in

ନୂଆଦିଲ୍ଲୀ: କମେଡିଆନ ସମୟ ରାଇନାଙ୍କ ସୋ 'ଇଣ୍ଡିଆଜ୍ ଗଟ୍ ଲ୍ୟାଟେଣ୍ଟ୍'ରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ  ସୋସିଆଲ୍‌ ମିଡିଆ ଇନ୍‌ଫ୍ଲୁଏନ୍ସର୍‌ ରଣବୀର ଆଲ୍ଲାବାଦିଆଙ୍କ ବିରୋଧରେ ହୋଇଥିବା ଏକାଧିକ ମାମଲାର ସୁପ୍ରିମ୍‌କୋର୍ଟ ଆଜି ଶୁଣାଣି କରିଛନ୍ତି। 

ହାସ୍ୟ ଅଭିନେତା ସମୟ ରାଇନାଙ୍କ 'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍' ସୋ'ରେ କରିଥିବା କଦର୍ଯ୍ୟ ମଜା ପାଇଁ ତାଙ୍କ ବିରୋଧରେ ରୁଜୁ ହୋଇଥିବା ଅନେକ ଏଫଆଇଆର୍ ମାମଲାରେ ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ୟୁଟ୍ୟୁବର ଏବଂ ପୋଡକାଷ୍ଟର ରଣବୀର ଆଲ୍ଲାବାଦିଆଙ୍କୁ ଗିରଫଦାରୀରୁ ସୁରକ୍ଷା ପ୍ରଦାନ କରିଛନ୍ତି।

ହେଲେ ତାଙ୍କୁ ତାଙ୍କର ଏପରି ମନ୍ତବ୍ୟ ପାଇଁ ଖୁବ୍‌ ତାଙ୍କୁ ଆଶ୍ୱସ୍ତି ଦେବା ସତ୍ତ୍ୱେ, ସର୍ବୋଚ୍ଚ ନ୍ୟାୟାଳୟ 'ବିୟରବାଇସେପ୍ସ' ନାମରେ ଜଣାଶୁଣା ଆଲ୍ଲାବାଦିଆଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହାଛଡ଼ା କୋର୍ଟ କହିଛନ୍ତି କି ଏହା ତାଙ୍କର "ବିକୃତ" ମନକୁ ଦର୍ଶାଉଛି। ଯାହା ସମଗ୍ର ସମାଜକୁ ଲଜ୍ଜିତ କରିଛି।’’

ରିଆଲିଟି ସୋ’ 'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍'ରେ ବାପାମାଆଙ୍କୁ ନେଇ ଅଶ୍ଳୀଳ ମଜାକ କରିବା ପରେ ବିବାଦରେ ଛନ୍ଦି ହୋଇ ପଡ଼ିଥିବା ସୋସିଆଲ୍‌ ମିଡିଆ ଇନ୍‌ଫ୍ଲୁଏନ୍ସର୍‌ ରଣବୀର ଆଲ୍ଲାବାଦିଆ ସୁପ୍ରିମ୍‌କୋ‌ର୍ଟଙ୍କ ଦ୍ବ‌ାରସ୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe