ତଥ୍ୟ ଲୁଚାଇଥିବାରୁ ହେମନ୍ତ ସୋରେନ୍‌ଙ୍କ ଉପ‌ରେ ବର୍ଷିଲେ ସୁପ୍ରିମକୋର୍ଟ

Advertisment

ଅନ୍ତରୀଣ ଜାମିନ ପ୍ରତ୍ୟାହାର କରିନେଲେ ସୋରେନ

ଅନ୍ତରୀଣ ଜାମିନ ପ୍ରତ୍ୟାହାର କରିନେଲେ ସୋରେନ

ତଥ୍ୟ ଲୁଚାଇଥିବାରୁ ହେମନ୍ତ ସୋରେନ୍‌ଙ୍କ ଉପ‌ରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଆଜି ସୁପ୍ରିମକୋର୍ଟରେ ଝଟ୍‌କା ଲାଗିଛି। ନିର୍ବାଚନ ପ୍ରଚାର କରିବାପାଇଁ ସୋରେନ୍‌ସୁପ୍ରିମକୋର୍ଟରେ ଅନ୍ତରୀଣ ଜାମିନ ଆବେଦନ କରିଥିଲେ। କିନ୍ତୁ ସୁପ୍ରିମକୋର୍ଟ ହେମନ୍ତ ସୋରେନଙ୍କ ଅନ୍ତରୀଣ ଜାମିନ ଆବେଦନ ଉପରେ ଶୁଣାଣି କରିବେନି ବୋଲି ମନା କରିଦେବାପରେ ସୋରେନ ତାଙ୍କ ଆବେଦନ ପ୍ରତ୍ୟାହାର କରି ନେଇଛନ୍ତି । ଜଷ୍ଟିସ ଦିପଙ୍କର ଦତ୍ତ ଏବଂ ସତୀଶ ଚନ୍ଦ୍ର ଶର୍ମାଙ୍କ ଅବକାଶକାଳୀନ ଖଣ୍ଡପୀଠ ଆଜି ସୋରେନଙ୍କ ଉପରେ ବର୍ଷିଛନ୍ତି। ସୋରେନ ପୂର୍ବରୁ ଟ୍ରାଏଲ୍‌ କୋର୍ଟରେ ଏକ ଜାମିନ ଆବେଦନ କରିଥିଲେ ମଧ୍ୟ ଏହି ସୂଚନା ସୁପ୍ରିମକୋର୍ଟଙ୍କୁ ଦେଇନଥିଲେ। ଏହି ପ୍ରସଙ୍ଗରେ କୋର୍ଟ କହିଛନ୍ତି, ଆମର ସ୍ପଷ୍ଟତା ଦରକାର।

ଆପଣ ପୂର୍ବରୁ ଜାମିନ ଆବେଦନ କରିଥିଲେ ବୋଲି ଆମକୁ କହିନାହାନ୍ତି। ଆମେ କିଛି ସ୍ପଷ୍ଟତା ଆଶା କରିଥିଲୁ। ଆପଣ ଆମଠାରୁ ତଥ୍ୟଗତ ପ୍ରମାଣ ଲୁଚାଇ ପାରିବେନି। କୋର୍ଟ କହିଛନ୍ତି, ଆପଣଙ୍କ ଆଚରଣ ବହୁତ କିଛି କହୁଛି। ଆମେ ସ୍ପଷ୍ଟତା ଚାହିଥିଲୁ କିନ୍ତୁ ଆପଣ ତଥ୍ୟ ଦବାଇ ରଖିଲେ। ଉଲ୍ଳେଖଯୋଗ୍ୟ, ହେମନ୍ତ ସୋରେନଙ୍କୁ ଆଜି ବରିଷ୍ଠ ଓକିଲ କପିଲ ସିବଲ ପ୍ରତିନିଧିତ୍ବ କରିଥିଲେ। କୋର୍ଟଙ୍କ ଚେତାବନୀ ପରେ ସିବଲ ଅନ୍ତରୀଣ ଜାମିନ ଆବେଦନ ପ୍ରତ୍ୟାହାର କରି ଆଣିଛନ୍ତି। ଏବେ ‌ହେମନ୍ତ ସୋରେନ ଆଉ ନିର୍ବାଚନ ପ୍ରଚାର କରିପାରିବେନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe