Image Courtesy of The Times of India
ନୂଆଦିଲ୍ଲୀ: ଦେଶରେ ଖ୍ରୀଷ୍ଟିଆନ ଅନୁଷ୍ଠାନ ଓ ପାଦ୍ରୀମାନଙ୍କ ଉପରେ ଆକ୍ରମଣ ବଢ଼ୁଥିବା ନେଇ ଅଭିଯୋଗ ହୋଇଥିବା ବେଳେ ସୁପ୍ରିମ୍କୋର୍ଟ ଏହି ମାମଲାର ଶୁଣାଣି କରିବାରେ ବିଳମ୍ବ କରୁଛନ୍ତି। ଏ ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଉପରେ ସୁପ୍ରିମ୍କୋର୍ଟ ଗୁରୁବାର କ୍ଷୋଭ ପ୍ରକାଶ କରିଛନ୍ତି। କହିଛନ୍ତି ବିଚାରପତିମାନଙ୍କୁ ଟାର୍ଗେଟ୍ କରିବାର ଗୋଟାଏ ସୀମା ଅଛି। ଆମକୁ ଟିକିଏ ବିରତି ଦିଅନ୍ତୁ ବୋଲି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍ ସୂର୍ଯ୍ୟ କାନ୍ତ କହିଛନ୍ତି। ଦୁଇ ବିଚାରପତିଙ୍କ ଖଣ୍ଡପୀଠ କହିଲେ ଯେ, ଜଣେ ବିଚାରପତି କୋଭିଡ୍ରେ ପୀଡ଼ିତ ଥିବା ଯୋଗୁ ଗତଥର ବିଚାର କରାଯାଇ ପାରିଲା ନାହିଁ। କିନ୍ତୁ ଗଣମାଧ୍ୟମରେ ପ୍ରକାଶ ପାଇଲା ଯେ ସୁପ୍ରିମ୍କୋର୍ଟ ଶୁଣାଣିରେ ବିଳମ୍ବ କରୁଛନ୍ତି। ବିଚାରପତିମାନଙ୍କୁ ଟାର୍ଗେଟ୍ କରିବାର ଗୋଟାଏ ସୀମା ଅଛି। ଏଭଳି ଖବର ସାମ୍ବାଦପତ୍ରଗୁଡ଼ିକୁ କିଏ ଯୋଗାଉଛନ୍ତି? ଜଣେ ବିଚାରପତିଙ୍କ ଅସୁସ୍ଥତା ଯୋଗୁ ବିଳମ୍ବ ହେଲା। ସେ ଯାହା ହେଉ, ଆମେ ଏହାକୁ ଶୁଣାଣି ପାଇଁ ତାଲିକାଭୁକ୍ତ କରିବୁ। ନ ହେଲେ ପୁଣି ଏପରି ଖବର ପ୍ରକାଶ ପାଇବ ବୋଲି ଖଣ୍ଡପୀଠ କହିଥିଲେ।
Follow Us