ପ୍ରଦୂଷଣ କଟକଣା କୋହଳ ପାଇଁ ମନାକଲେ ସୁପ୍ରିମକୋର୍ଟ: ସ୍କୁଲ୍‌ ଖୋଲିବାକୁ ପରାମର୍ଶ

ପ୍ରଦୂଷଣ ପାଇଁ ଦିଲ୍ଲୀରେ ଲାଗିଥିବା ଗ୍ରାପ୍‌ -୪(ଗ୍ରେଡେଡ୍‌ ରେସପନ୍ସ ଆକ୍ସନ ପ୍ଲାନ୍‌) କଟକଣାକୁ ସୁପ୍ରିମକୋର୍ଟ କୋହଳ କରିବାକୁ ମନା କରିଦେଇଛନ୍ତି।  କିନ୍ତୁ  ଏହି କଟକଣା ଅଧୀନରେ ଆସୁଥିବା ଦିଲ୍ଲୀରେ...

supreme court1

ନୂଆଦିଲ୍ଲୀ: ପ୍ରଦୂଷଣ ପାଇଁ ଦିଲ୍ଲୀରେ ଲାଗିଥିବା ଗ୍ରାପ୍‌ -୪(ଗ୍ରେଡେଡ୍‌ ରେସପନ୍ସ ଆକ୍ସନ ପ୍ଲାନ୍‌) କଟକଣାକୁ ସୁପ୍ରିମକୋର୍ଟ କୋହଳ କରିବାକୁ ମନା କରିଦେଇଛନ୍ତି।  କିନ୍ତୁ  ଏହି କଟକଣା ଅଧୀନରେ ଆସୁଥିବା ଦିଲ୍ଲୀରେ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକ ପୁଣିଥରେ ‌ଖୋଲିବାକୁ ପରାମର୍ଶ ଦେଇଛନ୍ତି। ସିଏକ୍ୟୁଏମ୍‌ (କମିସନ୍‌ ଅଫ୍‌ ଏୟାର କ୍ବାଲିଟି ମ୍ୟାଜେମେଣ୍ଟ୍‌)କୁ ନିର୍ଦ୍ଦେଶ ଦେଇ କୋର୍ଟ କହିଛନ୍ତି ଯେ ଦିଲ୍ଲୀରେ ସ୍କୁଲ୍‌ ଖୋଲିବାପାଇଁ ଅନୁମତି ଦେବା ସଂକ୍ରାନ୍ତରେ ବିଚାର କରାଯାଉ।  ଏହି ପରିପ୍ରେକ୍ଷୀରେ କୋର୍ଟ କହିଛନ୍ତି, ଅନେକ ସଂଖ୍ୟାରେ ଛାତ୍ର ମଧ୍ୟାହ୍ନ ଭୋଜନ ପାଇପାରୁନାହାନ୍ତି।

ସେମାନଙ୍କ ପାଖରେ ଅନଲାଇନ୍‌ କ୍ଲାସ୍‌ ପାଇଁ ସୁବିଧା ନାହିଁ କି  ଘରେ ଏୟାର ପ୍ୟୁରିଫାୟର ସୁବିଧା ମଧ୍ୟ ନାହିଁ। ଜଷ୍ଟିସ ଅଜୟ ଏସ୍‌ ଓକା ଏବଂ ଅଗଷ୍ଟାଇନ ଜର୍ଜ‌୍ ମସିହଙ୍କ ଖଣ୍ଡପୀଠ କହିଛନ୍ତି, ଅନେକ ଲୋକଙ୍କ ଘରେ ଏୟାର ପ୍ୟୁରିଫାୟର ନାହିଁ। ତେଣୁ ପିଲାମାନେ ଘରେ ରହିବା ଏବଂ ସ୍କୁଲ୍‌ ଯିବା ମଧ୍ୟରେ କିଛି ବିଶେଷ ଫରକ ନାହିଁ। ଅନ୍ୟପକ୍ଷେ କୋର୍ଟ କର୍ତ୍ତୃପକ୍ଷଙ୍କ ଉପରେ ତୀବ୍ର ବର୍ଷିଛନ୍ତି। ଗ୍ରାପ୍‌- ୪ ଅଧୀନରେ ଦିଲ୍ଲୀରେ ଟ୍ରକ୍‌ ପ୍ରବେଶ ନକରାଇବା ପାଇଁ କୋର୍ଟ ଦେଇଥିବା ନିର୍ଦ୍ଦେଶ ସଠିକ୍‌ ଭାବେ ପାଳନ ହୋଇନଥିବାରୁ ଦିଲ୍ଲୀ ସରକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ କୋର୍ଟ ସିଏକ୍ୟୁଏମ୍‌କୁ କହିଛନ୍ତି। କୋର୍ଟ ସ୍କୁଲ୍‌ ଖୋଲିବାପାଇଁ ପରାମର୍ଶ ଦେଇଥିଲେ ସୁଦ୍ଧା ଗ୍ରାପ୍‌-୩ ଏବଂ ଗ୍ରାପ୍‌-୨ ଅଧୀନରେ ଥିବା କଟକଣା ଗୁଡ଼ିକୁ ହଟାଇବାପାଇଁ ମନା କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe