ୟୁପିର ୫ଟି ସହର ଲକଡାଉନ କରିବା ନେଇ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ୟୁପିର ୫ଟି ସହର ଲକଡାଉନ କରିବା ନେଇ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

Live Law

ଲକ୍ଷ୍ନୌ: କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବା ବେଳେ ଉତ୍ତରପ୍ରଦେଶର ୫ଟି ସହରକୁ ଲକଡାଉନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଆହ୍ଲାବାଦ ହାଇକୋର୍ଟ। ଏପ୍ରିଲ୨୬ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ପାଞ୍ଚଟି ସହର- ଲକ୍ଷ୍ନୌ, ପ୍ରୟାଗରାଜ, ବାରଣାସୀ, କାନପୁର ଏବଂ ଗୋରଖପୁରକୁ ଲକଡାଉନ କରିବା ପାଇଁ ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଆଜି ଏହା ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। ଏହା ସହ ସଂକ୍ରମଣର ପ୍ରସାରକୁ ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ତୁରନ୍ତ ହାଇକୋର୍ଟଙ୍କୁ ରିପୋର୍ଟ କରିବାକୁ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାର ନିର୍ଦ୍ଦେଶ ଦେଇଛନ୍ତି।

publive-image indiatoday

ସୂଚନା ମୁତାବକ, ଲକଡାଉନ ଗତକାଲି ରାତିରୁ କାର୍ଯ୍ୟକାରୀ ହୋଇ ଏପ୍ରିଲ୍ ୨୬ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜଣାପଡ଼ିଥିଲା। ସରକାରୀ ଅନୁଷ୍ଠାନ କିମ୍ବା ଆର୍ଥିକ ବିଭାଗ, ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ସେବା, ଶିଳ୍ପ ଏବଂ ବୈଜ୍ଞାନିକ ପ୍ରତିଷ୍ଠାନ, ମ୍ୟୁନିସିପାଲ କାର୍ଯ୍ୟକ୍ରମ ଏବଂ ସାଧାରଣ ପରିବହନ ସମେତ ସମସ୍ତ ପ୍ରତିଷ୍ଠାନ ଏପ୍ରିଲ୍ ୨୬ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ନିର୍ଦ୍ଦେଶରେ ଦର୍ଶାଯାଇଥିଲା। ଲକଡାଉନ୍ ସମୟରେ ସମସ୍ତ ସପିଂ କମ୍ପ୍ଲେକ୍ସ ଏବଂ ମଲ୍ ମଧ୍ୟ ବନ୍ଦ ରହିବ ବୋଲି ମଧ୍ୟ କୁହାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe